News

ମା’ ଓ ଶିଶୁ ଉପରେ ଚଢ଼ିଗଲା ଟ୍ରେନ୍‌ କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ଏକ ଅଦ୍ଭୁତ ଓ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଥିଲା

ଏମିତି ବି ଅଦ୍ଭୁତ ଓ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥାଏ

ମା’ ଓ ଶିଶୁ ଉପରେ ଚଢ଼ିଗଲା ଟ୍ରେନ୍‌ କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ଏକ ଅଦ୍ଭୁତ ଓ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଥିଲା ଏହି ଦୃଶ୍ୟକୁ ଦେଖିଥିବା ଲୋକମାନଙ୍କ ଲୋମମୂଳ ଟାଙ୍କୁରି ଉଠିଥିଲା। ଜଣେ ମହିଳା ତାଙ୍କ ଦେଢ଼ ମାସର ଶିଶୁ ପୁତ୍ରକୁ ଧରି ଗତଶନିବାର ସକାଳ ୧୧ଟା ବାଜି ୩୦ମିନିଟ୍‌ରେ ଗୋରଖପୁରରୁ ମୁମ୍ବାଇ ଯାଉଥିବା କାଶୀ ଏକ୍ସପ୍ରେସ ବୁରହାନପୁର ଷ୍ଟେସନରେ ଓହ୍ଲାଇ ଥିଲେ। ଏହି ସମୟରେ ଅନ୍ୟ ଏକ ଟ୍ରାକରେ ପୁଷ୍ପକ ଏକ୍ସପ୍ରେସ୍‌ ଆସୁଥିବା ଦେଖି ମହିଳା ଆଖି ପିଛୁଳାକେ ତାଙ୍କ ଦେଢ଼ ମାସର ପୁଅକୁ ଧରି ସେହି ଟ୍ରେନ୍‌ ଆଗରେ ଶୋଇପଡ଼ିଥିଲେ। ଟ୍ରେନ୍‌ଟି ଚାଲିଯିବା ପରେ ଲୋକମାନେ ମହିଳାଙ୍କୁ ସେଭଳି ଧାରଣାରେ ଆଖି ବନ୍ଦ କରି ପଡ଼ି ଥିବା ସହିତ ଶିଶୁଟି ମା’ ପେଟ ଉପରେ ଖେଳୁଥିବା ଦେଖିବାକୁ ପାଇଥିଲେ। ସୌଭାଗ୍ୟବଶତଃ ମା’ପୁଅ ନୁହେଁ ଜୀବିତ ଥିଲେ। ଦୁହିଁଙ୍କ ଦେହରେ ଟିକିଏ ବି ଆଘାତ ଲାଗି ନ ଥିଲା। ତୁରନ୍ତ ଘଟଣା ସମ୍ପର୍କରେ ଷ୍ଟେସନ୍ ମାଷ୍ଟରଙ୍କୁ ସୂଚନା ଦିଆଯାଇଥିଲା ମହିଳା ଜଣଙ୍କ କହିବା ଅନୁଯାୟୀ, ତାଙ୍କ ସାବତ ମା’ ଜୋର ଜବରଦସ୍ତ ଜଣେ ବିବାହିତ ପୁରୁଷଙ୍କ ସହିତ ବିବାହ କରାଇ ଦେଇଥିଲା। ବିବାହ ପରେ ତାଙ୍କ ସ୍ୱାମୀ ତାଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେବା ପରେ ଛାଡ଼ପତ୍ର ଦେଇଥିଲେ। ସେବେଠାରୁ ସେ ଚିନ୍ତାରେ ରହୁଥିଲେ।

ପଢନ୍ତୁ : ସ୍ପେଶାଲ୍ OJEE ପାଇଁ ଆଜିଠୁ ଛାତ୍ରଛାତ୍ରୀ ଆବେଦନ କରିବେ

Related posts

ସାପ ସହ ଲାଇଭ୍ ପର୍ଫର୍ମାନ୍ସ ସମୟରେ : ସାପ କାମୁଡ଼ାରେ ଅଭିନେତ୍ରୀଙ୍କ ମୃତ୍ୟୁ !

ENO Beuro

ରେଲୱେ କ୍ରୀଡ଼ାବିତଙ୍କ ପାଇଁ ନୂତନ ପଦୋନ୍ନତି ନୀତିକୁ ପିୟୁଷ ଗୋଏଲଙ୍କ ମଞ୍ଜୁରି

ENO Beuro

ଜିଲ୍ଲା ଓ ନିମ୍ନ କୋର୍ଟଗୁଡ଼ିକୁ ୱାନ୍ ସଂଯୋଗ

ENO Beuro

Leave a Comment