Loading...

୪ଟି ଗୋଡ ଥିବା ଶିଶୁ କନ୍ୟା ଜନ୍ମ ଦେଲେ ମହିଳା

୪ଟି ଗୋଡ ଥିବା ଶିଶୁ କନ୍ୟା ଜନ୍ମ ଦେଲେ ମହିଳା

କାମଲା ରାଜା ହସ୍ପିଟାଲରେ ଗ୍ବାଲିଅର ଜିଲ୍ଲା ସିକନ୍ଦର କାମ୍ପୁ ଅଞ୍ଚଳର ଆରତୀ କୁସଓ୍ବା ନାମକ ଜଣେ ମହିଳା ୪ଗୋଡ ଥିବା ଏହି ଅଦ୍ଭୁତ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଛନ୍ତି । ଶିଶୁକନ୍ୟାର ଓଜନ ୨.୩ କିଲୋଗ୍ରାମ ହୋଇଥିବା ଜଣାପଡିଛି ।

ମଧ୍ୟପ୍ରଦେଶରେ ଘଟିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ୪ଟି ଗୋଡ ଥିବା ଏକ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଛନ୍ତି ଜଣେ ମହିଳା (Woman gives birth to baby girl with four legs ) । ବୁଧବାର କାମଲା ରାଜା ହସ୍ପିଟାଲରେ ଗ୍ବାଲିଅର ଜିଲ୍ଲା ସିକନ୍ଦର କାମ୍ପୁ ଅଞ୍ଚଳର ଆରତୀ କୁସଓ୍ବା ନାମକ ଜଣେ ମହିଳା ୪ଗୋଡ ଥିବା ଏହି ଅଦ୍ଭୁତ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଛନ୍ତି । ଶିଶୁକନ୍ୟାର ଓଜନ ୨.୩ କିଲୋଗ୍ରାମ ହୋଇଥିବା ଜଣାପଡିଛି । ଜନ୍ମ ପରେ ଡାକ୍ତରଙ୍କ ଜୟରୋଗ୍ୟା ହସ୍ପିଟାଲର ଏକ ଟିମ୍ ଶିଶୁକୁ ପରୀକ୍ଷା କରିଥିଲେ । ନବଜାତ ଶିଶୁ ବର୍ତ୍ତମାନ ସୁସ୍ଥ ରହିଥିବା ଡାକ୍ତର ମାନେ କହିଛନ୍ତି ।ଜୟରୋଗ୍ୟା ହସ୍ପିଟାଲ ଗୃପର ଅଧୀକ୍ଷକ ଡକ୍ଟର ଆର.କେ. ଧାକାଡ କହିଛନ୍ତି, " ଜନ୍ମ ହେବା ପରେ ଶିଶୁ କନ୍ୟାଟିର ୪ଟି ଗୋଡ ଥିବା ଦେଖିବାକୁ ମିଳିଥିଲା । ନବଜାତର ଶାରୀରିକ ଗଠନ ସ୍ବଭାବିକ ନଥିଲା । ଆବଶ୍ୟକୀୟ ଅଙ୍ଗଠୁ ଶରୀର କିଛି ଅଧିକ ଅଙ୍ଗ ରହିଛି । ଯାହାକୁ ଡାକ୍ତରୀ ବିଜ୍ଞାନରେ ଇସ୍କିଓପାଗସ୍ କୁହାଯାଏ । ଶିଶୁ କନ୍ୟାଟିର ଅଣ୍ଟା ତଳେ ୨ଟି ଗୋଡ ରହିଛି । କିନ୍ତୁ ସେହି ଦୁଇଟି ଗୋଡ ଅକ୍ଷମ ।''


"ବର୍ତ୍ତମାନ ଶିଶୁ ବିଭାଗର ଡାକ୍ତରମାନେ ଶିଶୁ କନ୍ୟାଟିର ଅନ୍ୟ ଅଙ୍ଗ ଗୁଡିକ ଠିକ ଅଛି ନା ନାହିଁ ତାର ପରୀକ୍ଷା ନୀରିକ୍ଷା କରୁଛନ୍ତି । ଯଦି ଶିଶୁ କନ୍ୟାଟିର ଅନ୍ୟ ଦୁଇଟି ଗୋଡ ଠିକ ରହିଥିବା ଜଣାପଡେ, ତେବେ ଚାରୋଟି ଗୋଡ ମଧ୍ୟରୁ ଦୁଇଟି ଗୋଡର ଅପରେସନ କରାଯାଇ ବାହାର କରାଯିବ । ଯାହାଫଳରେ ସେ ସାଧାରଣ ଶିଶୁଙ୍କ ପରି ବଞ୍ଚି ପାରିବେ ।''

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.