News

ବଡ ଦେଉଳରୁ ଖସିଲା ଚୂନଖଣ୍ଡ : ମହିଳା ଭକ୍ତ ଆହାତ

ଶ୍ରୀମନ୍ଦିରରେ ରକ୍ତଛିଟା

ଶ୍ରୀମନ୍ଦିରରେ ଆଜି ଚୂନଖଣ୍ଡ ଖସି ଜଣେ ମହିଳା ଭକ୍ତ ଗୁରୁତର ଆହତ ହୋଇଛନ୍ତି । ମହିଳା ଜଣକ ହେଲେ କଟକ ଜିଲ୍ଲା ବାଙ୍କି ଡମପଡ଼ାର ବେଣୁ ରାଉତଙ୍କ ପତ୍ନୀ ବାସନ୍ତୀ ରାଉତ (୬୫) । ମହାପ୍ରଭୁଙ୍କ ଦର୍ଶନ ବେଳେ ନାଟମଣ୍ଡପରୁ ଏକ ଚୂନଖଣ୍ଡ ଖସିପଡ଼ିବାରୁ ବାସନ୍ତୀଙ୍କ ମୁଣ୍ଡ ଫାଟିଯାଇଥିଲା । ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି ।

ସୂଚନା ଅନୁସାରେ , ମହିଳା ଜଣଙ୍କ ଶ୍ରୀଜୀଉଙ୍କୁ ଦର୍ଶନ ସାରି ନାଟ ମଣ୍ଡପ ଦେଇ ଫେରୁଥିବା ବେଳେ ହଠାତ ଏକ ଚୂନ ପଥର ଖଣ୍ଡ ତାଙ୍କ ମୁଣ୍ଡରେ ପଡ଼ିଥିଲା । ଘଟଣା ପରେ ତୁରନ୍ତ ତାଙ୍କୁ ପୁରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବେ ସେ ସୁସ୍ଥ ଥିବା ଜଣାପଡ଼ିଛି । ଏହି ଘଟଣା ପରେ ଭାରତୀୟ ପ୍ରତ୍ନତତ୍ୱ ବିଭାଗ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ଥିତି ଅନୁଧ୍ୟାନ କରାଯାଇଛି ।

ଶ୍ରୀମନ୍ଦିରରେ ବାରମ୍ବାର ପଥର ଖସୁଥିବା ବେଳେ ଏହାକୁ ଶ୍ରୀମନ୍ଦିର ପ୍ରଶାସନ ଗମ୍ଭୀରତାର ସହ ନେବାକୁ ଭକ୍ତ ମହଲରେ ଦାବି ହୋଇଛି । ସୂଚନାଯୋଗ୍ୟ, ଶ୍ରୀମନ୍ଦିରରୁ ପ୍ଲାଷ୍ଟର, ପଥର ଖସି ଭକ୍ତ ଆହତ ହେବା କିଛି ନୂଆ ନୁହେଁ । ଏହା ପୂର୍ବରୁ ଶ୍ରୀମନ୍ଦିରରୁ ବଡ଼ ବଡ଼ ପଥର ଖସିଛି। ୨୦୧୩ ମସିହାରେ ଶ୍ରୀମନ୍ଦିରରୁ ଏକ ପଥର ଖଣ୍ଡ ଖସିଥିଲା । ପୂର୍ବରୁ ମଧ୍ୟ ଏକ ବିରାଟ ପଥର ଖଣ୍ଡ ଶ୍ରୀମନ୍ଦିରରୁ ଖସିଥିଲା । ଏଥି ଯୋଗୁ ଅନେକ ଥର ଭକ୍ତ ଆହତ ବି ହୋଇଛନ୍ତି । କିଛି ଦିନ ତଳେ ଶ୍ରୀମନ୍ଦିର ବଟବୃକ୍ଷ ନିକଟରେ ଜନୈକ ଭକ୍ତଙ୍କର ଆକସ୍ମିକ ମୃତ୍ୟୁ ହୋଇଥିଲା ।

ବଡ ଦେଉଳରୁ ଖସିଲା ଚୂନଖଣ୍ଡ : ମହିଳା ଭକ୍ତ ଆହାତ women

ପଢନ୍ତୁ ;

ଦିଲୀପ ତିର୍କୀଙ୍କୁ ନୂଆ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Related posts

କୋରାପୁଟର ମିତାଲି ମଧୁସ୍ମିତା ଉତ୍ତରାଖଣ୍ଡରେ ଟପ୍ପର ହୋଇ ସ୍ୱର୍ଣ୍ଣପଦକ ଜିତିଛନ୍ତି

ENO Beuro

ଆଇଏମ୍‌ଏଫ୍‌ ମୁଖ୍ୟ: ମୋଦି ସରକାର ମହିଳା ସୁରକ୍ଷା ପ୍ରତି ଅଧିକ ଧ୍ୟାନ ଦେବା ଉଚିତ!

ENO Beuro

ଆଳୁ ବଜାରରେ ନିଆଁ : ଖାଉଟି ହନ୍ତସନ୍ତ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More