News

ଆସିଲା ବ୍ୟବଚ୍ଛେଦ ରିପୋର୍ଟ:ବନ୍ୟଜନ୍ତୁ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

tiger

ମଧ୍ୟପ୍ରଦେଶର ବାନ୍ଧବଗଡ଼ ଅଭୟାରଣ୍ୟରୁ ଆସିଥିବା ବାଘୁଣୀ ‘ସୁନ୍ଦରୀ’ ମଣିଷ ମାରିଥିବା ଅଭିଯୋଗ ହୋଇଥିଲା। ସାତକୋଶିଆ ଅଭୟାରଣ୍ୟ ପରିସରରେ ଥିବା ହାତୀବାରି ଗାଁର ମହିଳା କୈଳାଶୀ ସାଏ ପୋଖରିରେ ଗାଧୋଉଥିବା ବେଳେ ବାଘୁଣୀ ଝାମ୍ପି ନେଇଥିଲା। ମହିଳାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ସୋମବାର ପ୍ରକାଶ ପାଇଛି।

tiger

ପୋଷ୍ଟମର୍ଟମ କରିଥିବା ଅନୁଗୋଳ ମେଡିକାଲ ସୂତ୍ରରୁ ସୂଚନାମିଳିଛି କୌଣସି ବନ୍ୟଜନ୍ତୁ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ହୋଇଛି। ତେବେ ବାଘୁଣୀ ସୂନ୍ଦରୀ ମାରିଛି ନା ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଗତ ୧୨ ତାରିଖରେ ହାତୀବାରୀରେ ମହିଳାଙ୍କ ମୃତ୍ୟୁ ଘଟିଥିଲା। ମହିଳାଙ୍କୁ ସୁନ୍ଦରୀ ମାରିଥିବାର ଗ୍ରାମବାସୀ ଅଭିଯୋଗ କରିଥିଲେ। ଏନେଇ ବ୍ୟାପକ ପୋଡାଜଳା ସହ ରାସ୍ତା ଅବରୋଧ ମଧ୍ୟ ହୋଇଥିଲା। ଉତ୍ତେଜିତ ଲୋକେ ହାତୀବାରି ଫରେଷ୍ଟ ବିଟ୍‌ ହାଉସରେ ନିଆଁ ଲଗାଇ ଦେବା ସହ ଭଙ୍ଗାରୁଜା ମଧ୍ୟ କରିଥିଲେ।

ପଢନ୍ତୁ;ଚିଲିକାରେ ହେଲିକପ୍ଟର ଉଡ଼ାଣ ଘଟଣା:ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ସିଜ୍

Related posts

Patanjali Ayurveda Among Top 10 Most Influential Brand in India

ENO Beuro

ଦେବେନ୍ଦ୍ର ଫଡ଼ନାବିସଙ୍କୁ ମାଓବାଦୀଙ୍କ ଧମକ

ENO Beuro

ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ଏମ୍‌. ଭେଙ୍କାୟା ନାଇଡୁ

ENO Beuro

Leave a Comment