Loading...

ବୁର୍ଜ ଖଲିଫା ଶୀର୍ଷରେ ବିଜ୍ଞାପନ ଶୁଟ୍‌ କଲେ ନିକଲୋ ସ୍ମିଥ୍‌- ଲଡଭିକ୍‌

ବୁର୍ଜ ଖଲିଫା ଶୀର୍ଷରେ ବିଜ୍ଞାପନ ଶୁଟ୍‌ କଲେ ନିକଲୋ ସ୍ମିଥ୍‌- ଲଡଭିକ୍‌

ଦୁବାଇସ୍ଥିତ ବୁର୍ଜ ଖଲିଫା ବିଶ୍ୱର ସବୁଠୁ ଲମ୍ବା ଓ ସୁଉଚ୍ଚ ଆପର୍ଟମେଣ୍ଟ ହୋଇଥିବା ବେଳେ ଏହା ଉପରେ ଛିଡ଼ା ହୋଇ ୟୁନାଇଟେଡ ଆରବ ଏମିରେଟସ୍‌  ପାଇଁ ବିଜ୍ଞାପନ କରିଥିବା ଯୁବତୀଜଣ ହେଉଛନ୍ତି ନିକଲୋ ସ୍ମିଥ୍‌- ଲଡଭିକ୍‌। 

ଦୁବାଇସ୍ଥିତ ବୁର୍ଜ ଖଲିଫା ବିଶ୍ୱର ସବୁଠୁ ଲମ୍ବା ଓ ସୁଉଚ୍ଚ ଆପର୍ଟମେଣ୍ଟ ହୋଇଥିବା ବେଳେ ଏହା ଉପରେ ଛିଡ଼ା ହୋଇ ୟୁନାଇଟେଡ ଆରବ ଏମିରେଟସ୍‌  ପାଇଁ ବିଜ୍ଞାପନ କରିଥିବା ଯୁବତୀଜଣ ହେଉଛନ୍ତି ନିକଲୋ ସ୍ମିଥ୍‌- ଲଡଭିକ୍‌।  ନିକଲୋ ଜଣେ ପ୍ରଫେସନାଲ ସ୍କାଏ ଡାଇଭିଂ ଇନଷ୍ଟ୍ରକକ୍ଟର ହୋଇଥିବା ବେଳେ ଏହି ବିଜ୍ଞାପନରେ ସେ ଏମିରେଟସ୍‌ ଫ୍ଲାଇଟ୍‌ର ଜଣେ କ୍ରିଉ ମେମ୍ବର ରୋଲ୍‌ ପ୍ଲେ କରିଛନ୍ତି। ବିଜ୍ଞାପନ ଆରମ୍ଭ ହେବା ମାତ୍ରେ, ଏମିରେଟସ୍‌ ୟୁନିଫର୍ମରେ ଥିବା ନିକୋଲ ଦର୍ଶକଙ୍କୁ କିଛି ଲେଖା ଥିବା ଏକ ବୋର୍ଡ ଦେଖାଉଛନ୍ତି। ଯେଉଁଥିରେ  ଏମିରେଟସ୍‌ରେ ୟୁଏଇ ଓ ୟୁକେକୁ ଉଡ଼ାଣ ଭରି ଜୀବନରେ ଖୁବ୍‌ ଭଲ ଅନୁଭବ ଆପଣାନ୍ତୁ ବୋଲି ଲେଖା ଅଛି। ଏହି ବିଜ୍ଞାପନରେ ନିକୋଲ ବୁର୍ଜ ଖଲିଫା ଆପାର୍ଟମେଣ୍ଟ ଉପରେ ଛିଡ଼ା ହୋଇଥିବା ବେଳେ କ୍ୟାମେରା ଲେନ୍ସରେ ଦୁବାଇର ଅପରୂପ ଦୃଶ୍ୟ ଦେଖିବାକୁ ମିଳିଛି। ୩୦ ସେକେଣ୍ଟର ଏହି ଭିଡିଓ ସୋଶାଲ ମିଡିଆରେ ଖୁବ୍‌ ଜୋରରେ ଭାଇରାଲ ହେବାରେ ଲାଗିଛି। ନିକୋଲ ଏହି ଆଡ୍‌କୁ ନିଜ ଇନଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଶେଆର କରି ଏହା ଖୁବ୍‌ ରୋମାଞ୍ଚ ଓ ଦୁଃସାହସପୂର୍ଣ୍ଣ ଷ୍ଟଣ୍ଡ ଥିଲା ବୋଲି କହିଛନ୍ତି। ଏଥିସହ ଏପରି କ୍ରିଏଟିଭ ଆଇଡିଆ  ପାଇଁ ଏମିରେଟସ୍‌ ଏୟାରଲାଇନ୍ସକୁ ଧନ୍ୟବାଦ ଜଣାଇଛନ୍ତି। ଏପରି ଏକ ଟି

 

ନିକୋଲ ଜଣେ  ପ୍ରଫେସନାଲ ସ୍କାଏ ଡାଇଭର ହୋଇଥିବା ବେଳେ ବିଶ୍ୱର ବିଭିନ୍ନ ସ୍ଥାନ ବୁଲି ବହୁ ଅନୁଭୂତି ସାଉଣ୍ଟିଛନ୍ତି। ଏଥିସହ ସେ ଜଣେ ଯୋଗ ଇନଷ୍ଟ୍ରକ୍ଟର ହୋଇଥିବା ବେଳେ ବହୁ ଦୁଃସାହସପୂର୍ଣ୍ଣ କାର୍ଯ୍ୟରେ ଅଂଶଗ୍ରହଣ କରିଥିବା ଜଣାଯାଇଛି। ଏପରି ଆଡ୍‌ ଦେଖି ସୋଶାଲ ମିଡିଆ ୟୁଜର ଆଶ୍ଚର୍ଯ୍ୟ ହେବା ସହ ଭିନ୍ନ ଭିନ୍ନ ମତ ପୋଷଣ କରିଛନ୍ତି। ଏହାବାଦ ଏମିରେଟସ୍‌ ପକ୍ଷରୁ ମଧ୍ୟ ଆଡ ପଛର କାହାଣୀ, କିପରି ଏହାକୁ ବିଶ୍ୱର ଉଚ୍ଚ ସ୍ଥାନରୁ ବିନା କୌଣସି ସ୍ପେଶାଲ ଇଫେକ୍ଟରେ ଶୁଟ୍‌ କରାଗଲା  ସେ ସମ୍ପର୍କୀତ ଏକ ଛୋଟ ଭିଡିଓ ଶେଆର କରାଯାଇଛି।

ପଢନ୍ତୁ: ରାମ୍‌ ରହିମ୍‌ଙ୍କୁ ଡବଲ ଆଜୀବନ

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.