ଯୌତୁକ ପାଇଁ ଜାଳିଦେଲେ ! ସ୍ଵାମୀ ,ଶାଶୁ ଶ୍ୱଶୁର ଗିରଫ

dowary

ଯୌତୁକ ପାଇଁ ସବୁଦିନ ମାରଧର କରୁଥିଲେ। ଏହି ଘଟଣା ବାପଘର ଲୋକଙ୍କୁ ଜଣାଇବା କାଳ ପାଲଟିଛି ଜଣେ ବୋହୁକୁ। ରାଗରେ ଶ୍ୱଶୁର ଘର ଲୋକ ବୋହୁକୁ ପୋଡି ମାରିଦେଇଛନ୍ତି ବୋଲି ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଘଟିଛି ନନ୍ଦନକାନନ ଥାନା ଅନ୍ତର୍ଗତ ଗୋକନପୁର ଗାଁରେ।

dowary

ସେ ହେଲେ ଚନ୍ଦକା ଥାନା ଅଧୀନ ଦାରୁଠେଙ୍ଗ ଗ୍ରାମର ଗୁରୁଚରଣ ଜେନାଙ୍କ ଝିଅ ରଶ୍ମିତା(୨୧)। ଅଧିକ ଯୌତୁକ ଦାବିରେ ତାଙ୍କ ଶାଶୁଘର ଲୋକ ତାଙ୍କୁ ହତ୍ୟା କରିଥିବା ରଶ୍ମିତାଙ୍କ ବାପା ରବିବାର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ପୋଲିସ ନଂ. ୯୮/୧୮ରେ ଯୌତୁକଜନିତ ଏକ ହତ୍ୟା ମାମଲା ରୁଜୁ କରିବା ସହ ଏହି ଘଟଣାରେ ତାଙ୍କ ସ୍ବାମୀ ଆଶିଷ ପଢ଼ିହାରୀ, ଶାଶୁ ଭାରତୀ ଓ ଶ୍ୱଶୁର ଦିବାକରଙ୍କୁ ଅଟକ ରଖିଛି।

ଅଧିକ ଯୌତୁକ ଦାବି କରି ଶାଶୂ ଘର ଲୋକେ ଝିଅକୁ ନିଆଁରେ ପୋଡ଼ି ମାରି ଦେଇଥିବା ମୃତ ମହିଳାଙ୍କ ପରିବାର ଲୋକେ ଅଭିଯୋଗ ରେ ଦର୍ଶାଇଛନ୍ତି।

ପଢନ୍ତୁ; ମେକ ଇନ ଓଡିଶା କାର୍ଯ୍ୟକ୍ରମରେ ଯୋଗଦେବାପାଇଁ ଭୁବନେଶ୍ୱରରେ ପହଞ୍ଚିଲେ ମୁକେଶ ଅମ୍ବାନୀ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More