LIFESTYLE

ପୁରୁଷଙ୍କ ତୁଳନାରେ ମହିଳା ମାନେ ଅଧିକ ସୁସ୍ଥ

ପୁରୁଷଙ୍କ ତୁଳନାରେ ମହିଳାମାନେ ଅଧିକ ସୁସ୍ଥ ଓ ଫୁର୍ତ୍ତିଯୁକ୍ତ ବୋଲି ଗବେଷକ ଏକ ରୋଚକ ତଥ୍ୟ ଉପସ୍ଥାପନ କରିଛନ୍ତି। ମହିଳାଙ୍କ ଶରୀର ଗଠନ ଅନୁସାରେ ସେମାନେ ଶୀଘ୍ର ଅମ୍ଳଜାନ ବିଶ୍ଳେଷଣ କରିବାକୁ ସକ୍ଷମ ହୋଇଥାନ୍ତି। ତେଣୁ ଦୌଡ଼ ପ୍ରତିଯୋଗିତାରେ ସେମାନଙ୍କର ସଫଳତା ହାର ଅଧିକ ରହିଥାଏ।  ପୁରୁଷଙ୍କ ଶରୀର ଗଠନରେ ଭିନ୍ନତା ଯୋଗୁ ଅମ୍ଳଜାନ ବିଶ୍ଲେଷଣ ଶୀଘ୍ର ହୋଇପାରି ନ ଥାଏ।

ଏକ ଗବେଷକ ଏନେଇ ପରୀକ୍ଷା ନିରୀକ୍ଷା କରିଥିଲେ। ଜଣାପଡିଥିଲା ଯେ, ମହିଳାଙ୍କ କୋଷିକା ଏରୋବିକ୍‌ କ୍ରିୟା ପ୍ରତି ଅଧିକ ଦକ୍ଷତା ପ୍ରଦର୍ଶନ କରିଥାଏ। ଏହା ଶୀଘ୍ର ଅମ୍ଳଜାନ ଗ୍ରହଣ କରି ତ୍ୱରିତ୍‌ ବିଶ୍ଳେଷଣ କରିଥାଏ। ଅନେକ ଯୁବବର୍ଗର ମହିଳା ଓ ପୁରୁଷଙ୍କ ଉପରେ ଅନୁଧ୍ୟାନ ପରେ ଏସମ୍ପର୍କରେ ଅନେକ ଲୁକ୍କାୟିତ ତଥ୍ୟ ଲୋକଲୋଚନକୁ ଆସିପାରିଛି। ପୁରୁଷଙ୍କ କୋଷିକା ଶୀଘ୍ର କ୍ଲାନ୍ତ ହୋଇଯାଇଥାଏ ବୋଲି ଗବେଷକ ଜାଣି ପାରିଛନ୍ତି। ମହିଳା ଓ ପୁରୁଷ ଯଦି ମିଳିତ ଭାବେ ଦୌଡ଼ ପ୍ରତିଯୋଗିତାରେ ଅଂଶଗ୍ରହଣ କରନ୍ତି ତେବେ ମହିଳାଙ୍କ ସଫଳତା ଅଧିକ ରହିଥିବାର ଜଣାପଡିଛି।

କୋଷିକାର ଏରୋବିକ୍‌ ଦକ୍ଷତା ଉପରେ ବ୍ୟକ୍ତି କେତେ ସୁସ୍ଥ ଅବା ଫୁର୍ତ୍ତିଯୁକ୍ତ ତାହା ଆକଳନ କରାଯାଇଥାଏ। ଯେହେତୁ ମହିଳାଙ୍କ ଏରୋବିକ୍‌ ଦକ୍ଷତା ଅଧିକ ସେମାନେ ପୁରୁଷଙ୍କ ତୁଳନାରେ ଅଧିକ ଫୁର୍ତ୍ତିଯୁକ୍ତ ବୋଲି ଗବେଷକ ସୂଚିତ କରିଛନ୍ତି।

ପଢନ୍ତୁ ;

ଏକାଠି ନଜର ଆସିବେ ଶାହିଦ୍‌ ଓ ଶ୍ରଦ୍ଧା କପୁର

Related posts

ଓଜନ କମ କରିବା ସହ ରକ୍ତ ସଫା କରିବାରେ ସାହାର୍ଯ୍ୟ କରେ ପୋଟଳ, ଜାଣନ୍ତୁ କିପରି

Ratnamani Moharana

ନିଜ ସାଥୀଙ୍କ ସହ ସଂପର୍କରେ କେଉଁ କେଉଁ କଥା ଗୋପନ ରଖିବେ ଜାଣନ୍ତୁ

ENO Beuro

ସିଝା ବାଦାମ୍ ଦିଏ ଅନେକ ରୋଗରୁ ମୁକ୍ତି, ଜାଣନ୍ତୁ ଏହାର ଉପକାରିତା ସମ୍ପର୍କରେ

Ratnamani Moharana

Leave a Comment