News

ଜୀବନ ହାରିବାକୁ ଭରା କୁଆଖାଇକୁ ଡେଇଁଲେ ମହିଳା: ମୃତ୍ୟ ସହ ଲଢି ବଞ୍ଚିଲେ

୮ କିମି ଭାସିଲା ପରେ ଉଦ୍ଧାର

ଭୁବନେଶ୍ୱର ଦେଇ ଯାଇଥିବା କୁଆଖାଇ ନଦୀକୁ ଜଣେ ଯୁବତୀ ଡେଇଁ ପଡ଼ିଛନ୍ତି। ବ୍ରିଜ୍ ଉପରେ ଗାଡ଼ି ରଖି ସେ ନଦୀକୁ ଡେଇଁ ପଡ଼ିଥିଲେ। ଅଗ୍ନିଶମ ବିଭାଗ ସପୃକ୍ତ ମହିଳାଙ୍କୁ ଉଦ୍ଧାର କରିଛି। ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।

ପାଣିରେ ଭାସି ଯାଇଥିବା ମହିଳା ଜଣକ ହେଉଛନ୍ତି ସୁମିତ୍ରା ଦାସ(୫୫)। ନୂଆପଲ୍ଲୀ ବେହେରା ସାହିରେ ରହୁଥିବା ମହିଳା ଜଣକ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହୋଇ ଟିକେ ସୁସ୍ଥ ହେବା ପରେ ଯେଉଁ କାହାଣୀ ବଖାଣିଥିଲେ ତାହା ପୁଲିସ୍‌କୁ ହତବାକ କରି ଦେଇଥିଲା। କିନ୍ତୁ ସବୁରି ମନରେ ସେଇ ଗୋଟିଏ କଥା ଉଙ୍କି ମାରୁଥିଲା ‘ରଖିଲେ ହରି ମାରିବ କିଏ…

ମହିଳା ଜଣଙ୍କ କହିବା ଅନୁଯାୟୀ,କୋରାପୁଟ ଦାମନଯୋଡ଼ିରେ କର୍ମଚାରୀ ଭାବେ କାର୍ଯ୍ୟରତ ସୁମିତ୍ରାଙ୍କ ସ୍ୱାମୀ ଦୀର୍ଘ ୩ ବର୍ଷ ତଳୁ କେଉଁଆଡ଼େ ନିଖୋଜ ହୋଇଯାଇଛନ୍ତି ଯେ ଏଯାଏଁ ଫେରିନାହାନ୍ତି। ଏତିକିରେ ତାଙ୍କ ଦୁଃଖ ସରିଲାନି। ଶେଷରେ ପୁଅ ବି ସଡ଼କ ଦୁର୍ଘଟଣାରେ ଆରପୁରକୁ ଚାଲିଗଲା। ଅନ୍ୟ ଜଣେ ପୁଅ ଥିଲେ ହେଁ ସେ ପତ୍ନୀଙ୍କ ସହ ଅନ୍ୟତ୍ର ରହୁଛନ୍ତି। ତେଣୁ ପରିବାରରେ ସେ ଯେମିତି ସମ୍ପୂର୍ଣ୍ଣ ଏକୁଟିଆ ହୋଇଯାଇଥିଲେ। ତାଙ୍କର ମାନସିକ ଅବସ୍ଥା ଠିକ୍‌ ନଥିବାରୁ ସେ ଏକଦମ ନିଃସହାୟ ଜୀବନ ଜିଉଁଥିଲେ। ଏ ନେଇ ପୁଲିସ ଏକ ମାମଲା ରୁଜୁ କରିଛି। ମହିଳାଙ୍କୁ ତାଙ୍କ ପିଲାମାନେ ନିର୍ଯାତନା ଦେଉଥିବା ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଞ୍ଚେଶ୍ୱର ଥାନା ପୁଲିସ କହିଛି।

ପଢନ୍ତୁ;ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ:ପାସ୍ ହାର ୪୧.୧୫%

Related posts

ଆହୁରି ୩ଦିନ ଅସହ୍ୟ ଜାଡ, ନୂଆବର୍ଷରୁ ଥଣ୍ଡା କମିବ

ENO Beuro

ମଝି ଆକାଶରେ ୨୦ ମିନିଟ୍‌ର ଆତଙ୍କ : ମହିଳା ପାଇଲଟଙ୍କ ଯୋଗୁ ବଞ୍ଚିଲା ୧୪୮ ଜୀବନ

ENO Beuro

ଅମ୍ବାନୀଙ୍କ ଆୟ ଦିନକୁ ୩୦୦ କୋଟି,ସପ୍ତମ ଥର ପାଇଁ ହେଲେ ଶ୍ରେଷ୍ଠ ଭାରତୀୟ ଧନୀ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More