ଅନୁଗୁଳ:ବୃଦ୍ଧାଙ୍କୁ ଜିଅନ୍ତା ଜାଳି ଦେଲେ

ଜମି ପାଇଁ ଜଣେ ବୃଦ୍ଧାଙ୍କୁ ଜୀବନ୍ତ ଜାଳି ହତ୍ୟା କରାଯାଇଛି। ଏଭଳି ଏକ ଅଭିଯୋଗ ଆସିଛି ଅନୁଗୁଳ ଜିଲ୍ଲା ନାଲକୋ ଫାଣ୍ଡି ଅନ୍ତର୍ଗତ ବଳରାମପ୍ରସାଦର ଏକ ଗାଁରୁ। ଘର ଭିତରେ ଏକୁଟିଆ ଥିବା ଜଣେ ମହିଳାଙ୍କୁ ବାହାର ପଟୁ କବାଟ ଦେଇ ତାଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି କତେକ ଦୁର୍ବୃତ୍ତ। ଫଳରେ ଘର ଭିତରେ ଜିଅନ୍ତା ଜଳି ଯାଇଛନ୍ତି ମହିଳା ଜଣକ। ଏହି ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚିି ତଦନ୍ତ ଆରମ୍ଭ କରିଛି।

ଏହି ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ନାଲକୋ ଥାନା ବଳରାମ ପ୍ରସାଦ ଗାଁରେ।

ଶୋଇଥିବା ଅବସ୍ଥାରେ ମହିଳାଙ୍କୁ ବାହାର ପଟୁ ତାଲା ପକାଇ ହତ୍ୟା କରାଯାଇଛି। ମୃତ ମହିଳା ହେଲେ ଦୌପଦୀ ପ୍ରଧାନ( ୪୦ ବର୍ଷ)।

ଉଲ୍ଲେଖଯୋଗ୍ୟ  ଏହି ଘଟଣା ଆଜି ସକାଳୁ ପ୍ରଚାରିତ ହେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଏ ନେଇ କୌଣସି ମାମଲା ରୁଜୁ ହୋଇ ନ ଥିବାରୁ ଶବକୁ ବ୍ୟବଛେଦ ପାଇଁ ପଠାଇ ନାହିଁ। ତେଣୁ ପୁଲିସ ସମ୍ପୃକ୍ତ ମହିଳାଙ୍କ ସମ୍ପର୍କୀୟଙ୍କୁ ଅପେକ୍ଷା କରିଛି। କେତେକ ଜମିବାଡ଼ି ସମ୍ପର୍କରୁ ମହିଳାଙ୍କୁ ହତ୍ୟା କରାଯାଇଥିବା ଆଶଙ୍କା କରୁଥିବା ବେଳେ ଅନ୍ୟ କେତେକ ମହିଳାଙ୍କ ସହିତ ଦୁଷ୍କର୍ମ ପରେ ପ୍ରମାଣ ନଷ୍ଟ ପାଇଁ ତାଙ୍କୁ ଘର ଭିତରେ ଜିଅନ୍ତା ଜାଳି ଦିଆଯାଇଛି ବୋଲି କହୁଛନ୍ତି। ପୁଲିସ ଶବ ଜବତ କରି ବ୍ୟବଛେଦ କରିବା ପରେ ବ୍ୟବଛେଦ ରିପୋର୍ଟରୁ ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି।

ପଢନ୍ତୁ; ମକ୍କା ମସଜିଦ ବିସ୍ଫୋରଣ ମାମଲା : ରାୟ ଦେବାର କିଛି ସମୟ ପରେ ଜଜଙ୍କ ଇସ୍ତଫା

ଶୋଇଥିବା ଅବସ୍ଥାରେ ମହିଳାଙ୍କୁ ବାହାର ପଟୁ ତାଲା ପକାଇ ହତ୍ୟା କରାଯାଇଛି। - 8.6

86%

ପୁଲିସ ଶବ ଜବତ କରି ବ୍ୟବଛେଦ କରିବା ପରେ ବ୍ୟବଛେଦ ରିପୋର୍ଟରୁ ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି। - 8.7

87%
8.7/10

Very Good!

ଅନୁଗୁଳ:ବୃଦ୍ଧାଙ୍କୁ ଜିଅନ୍ତା ଜାଳି ଦେଲେ

ଜମି ପାଇଁ ଜଣେ ବୃଦ୍ଧାଙ୍କୁ ଜୀବନ୍ତ ଜାଳି ହତ୍ୟା କରାଯାଇଛି। ଏଭଳି ଏକ ଅଭିଯୋଗ ଆସିଛି ଅନୁଗୁଳ ଜିଲ୍ଲା ନାଲକୋ ଫାଣ୍ଡି ଅନ୍ତର୍ଗତ ବଳରାମପ୍ରସାଦର ଏକ ଗାଁରୁ। ଘର ଭିତରେ ଏକୁଟିଆ ଥିବା ଜଣେ ମହିଳାଙ୍କୁ ବାହାର ପଟୁ କବାଟ ଦେଇ ତାଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି କତେକ ଦୁର୍ବୃତ୍ତ। ଫଳରେ ଘର ଭିତରେ ଜିଅନ୍ତା ଜଳି ଯାଇଛନ୍ତି ମହିଳା ଜଣକ। ଏହି ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚିି ତଦନ୍ତ ଆରମ୍ଭ କରିଛି।

No Votes Yet

You're not rated yet