• Home
  • Entertainment
  • ନିଜକୁ ସଲମାନଙ୍କ ପତ୍ନୀ ବୋଲି କହି ଆତ୍ମହତ୍ୟା କରିବାର ଧମକ ଦେଲେ ମହିଳା ଜଣକ!
Entertainment

ନିଜକୁ ସଲମାନଙ୍କ ପତ୍ନୀ ବୋଲି କହି ଆତ୍ମହତ୍ୟା କରିବାର ଧମକ ଦେଲେ ମହିଳା ଜଣକ!

ବଲିଓଡର କିଙ୍ଗ ହେଉଛନ୍ତି ଭାଇଜାନ ସଲମାନ ଖାନ। ଆପଣମାନେ ମଧ୍ୟ ଜାଣିଥିବେ ଭାଇଜାନଙ୍କର ଅଗଣିତ ପ୍ରଶଂସକ ଅଛନ୍ତି। ମାତ୍ର ତାଙ୍କ ପ୍ରଶଂସକ ଏପରି କିଛି କାଣ୍ଡ କରି ବସିବେ ଏହା ସଭିଙ୍କ ଭାବନା ବାହାର କଥା। ଜଣେ ମହିଳା ପ୍ରଶଂସକଙ୍କ ପାଇଁ ସଲମାନଙ୍କ ଘର ଲୋକଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିଛି।

ସୂଚନା ଅନୁଯାୟୀ ଭାଇଜାନ ସଲମାନଙ୍କୁ ଜଣେ ମହିଳା ପ୍ରଶଂସକଙ୍କ ପାଇଁ ସଲମାନଙ୍କ ଘର ଲୋକଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିଛି।

ତେବେ ଖବର ଅନୁଯାୟୀ ଗାଲାକ୍ସି ଆପାର୍ଟମେଂଟରେ ଜଣେ ମହିଳା ପ୍ରବେଶ କରି ନିଜକୁ ସଲମାନଙ୍କ ପତ୍ନୀ ବୋଲି ଦାବି କରିଥିଲେ। ଏହା ସହିତ ଗାଲାକ୍ସି ଆପାର୍ଟମେଂଟ ଛାତରେ ଛିଡା ହୋଇ ଆତ୍ମହତ୍ୟା କରିବାର ଧମକ ମଧ୍ୟ ଦେଇଥିଲେ ମହିଳା ଜଣକ।

ସିକ୍ୟୁରିଟି ଗାର୍ଡଙ୍କ ଅନୁପସ୍ଥିତିର ଫାଇଦା ନେଇ ମହିଳା ଜଣଙ୍କ ଆପାର୍ଟମେଂଟ୍ ଭିତରକୁ ପ୍ରବେଶ କରିବାରେ ସଫଳ ହୋଇଥିଲେ । ଏହାପରେ ସେଠାରେ ଥିବା ସିକ୍ୟୁରିଡି ଗାର୍ଡ ପୋଲିସ ବଦଳରେ ଅଗ୍ନିଶମ ବିଭାଗକୁ ଫୋନ୍ କରି ଡାକିଥିଲେ । ଅନେକ ନାକେଦମ ହେବା ପରେ ମହିଳା ଜଣଙ୍କ ତଳକୁ ଓହ୍ଲାଇଥିଲେ । ଏବେ ସେହି ମହିଳା ଜେଲରେ ଥିବାବେଳେ ନିଜକୁ ସଲମାନଙ୍କ ପତ୍ନୀ ବୋଲି ଦାବି କରୁଛନ୍ତି।

କିନ୍ତୁ ଏହି ଘଟଣା ସମୟରେ ସଲମାନ ସେଠରେ ଉପସ୍ଥିତ ନଥିଲେ। ସୂଚନାଯୋଗ୍ୟ ସଲମାନ ଆବୁ ଧାବିରେ ରେସ୍‌ – ୩ର ସୁଟିଂରେ ବ୍ୟସ୍ତ ଅଛନ୍ତି। ନିର୍ଦ୍ଦେଶକ ରେମୋ ଡିସୁଜାଙ୍କ ଏହି ଫିଲ୍ମରେ ସଲମାନଙ୍କ ବ୍ୟତୀତ ଜ୍ୟାକଲିନ ଫର୍ଣ୍ଣାଡିସ, ବବି ଦେଓଲ, ଡେଜି ଶାହ ଓ ସାକିବ ସଲ୍ଲିମଙ୍କ ପରି ଷ୍ଟାର ଦେଖିବାକୁ ପାଇବେ । ଏହି ଫିଲ୍ମକୁ ଚଳିତ ବର୍ଷ ଇଦରେ ରିଲିଜ ହେବ।

ନିଜକୁ ସଲମାନଙ୍କ ପତ୍ନୀ ବୋଲି କହି ଆତ୍ମହତ୍ୟା କରିବାର ଧମକ ଦେଲେ ମହିଳା ଜଣକ! salman

ପଢନ୍ତୁ;

ପୁଣି ଥରେ ନିର୍ବାଚନରେ ବିଜୟୀ ହେଲେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌

Related posts

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌ରେ ପରେଶ ରାଓ୍ବଲ !

ଧର୍ମଗୁରୁ ଓଶୋଙ୍କ ଭୂମିକାରେ ନଜର ଆସିବେ ରଣବୀର

Krishna Kumar Manoj

ଏହି ଅଭିନେତ୍ରୀଙ୍କ ଫିଲ୍ମକୁ ୨୫ ଥର ଦେଖିଥିଲେ ବାଜପେୟୀ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More