LIFESTYLE

କେଉଁ ପ୍ରକାର ଯୁବକଙ୍କୁ ଯୁବତୀମାନେ ପସନ୍ଦ କରନ୍ତି ନାହିଁ? ଜାଣନ୍ତୁ

ସବୁ ମଣିଷର ନିଜସ୍ଵ ପସନ୍ଦ ରହିଥାଏ। କେତେକ କ୍ଷେତ୍ରରେ ଯୁବକ ମାନଙ୍କୁ ଯୁବତୀମାନେ ପସନ୍ଦ କରିନଥାନ୍ତି। ସେଥିଲାଗି ଯୁବକ ମାନେ କିଛି କଥା ଉପରେ ଧ୍ୟାନ ଦେବା ଉଚିତ। ଯଦି କୌଣସି ଯୁବତୀ ଜୀବନସାଥୀ ଖୋଜନ୍ତି ସେ ପ୍ରଥମେ ଦେଖନ୍ତି ଯୁବକ ସ୍ୱାସ୍ଥ୍ୟବାନ କି, ନୁହଁନ୍ତି। ତେଣୁ ଯୁବକମାନେ ତାଙ୍କ ସ୍ୱାସ୍ଥ୍ୟ ପ୍ରତି ସର୍ବଦା ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ।

ଡାକ୍ତରଙ୍କ କହିବା ଅନୁଯାୟୀ, କେତେକ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଯୁବକମାନଙ୍କୁ ଯୁବତୀମାନେ ଆଦୌ ପସନ୍ଦ କରନ୍ତି ନାହିଁ। ଏମିତି ପରିସ୍ଥିତି ଆସିବା ପୂର୍ବରୁ ସମୟ ଅନୁସାରେ ସେ ସମସ୍ୟାକୁ ଠିକ୍‌ କରି ଦିଅନ୍ତୁ। ପୁଣି ଯୁବତୀମାନେ ଆପଣଙ୍କୁ ପସନ୍ଦ କରି ବସିବେ।

ଜାଣନ୍ତୁ ସ୍ୱାସ୍ଥ୍ୟ ସମସ୍ୟା କଣ ରହିଲେ ଯୁବତୀମାନେ ପସନ୍ଦ କରନ୍ତି ନାହାନ୍ତି-

  • ସାଧାରଣତଃ ଯେଉଁ ଯୁବକ ଚନ୍ଦା ହୋଇଥାନ୍ତି ଏବଂ ରୁପି କିମ୍ବା କେଶ ଝଡ଼ିବାର ସମସ୍ୟା ଥାଏ, ସେମିତିକା ଯୁବକମାନଙ୍କୁ ଯୁବତୀମାନେ କମ୍‌ ପସନ୍ଦ କରନ୍ତି।
  • ଯେଉଁ ଯୁବକମାନଙ୍କ ଦାନ୍ତ ହଳଦିଆ ଦେଖା ଦେଉଥାଏ, ତାଙ୍କୁ ଯୁବତୀମାନେ କମ୍‌ ପସନ୍ଦ କରନ୍ତି। ଯେଉଁ ଯୁବକମାନଙ୍କ ଦାନ୍ତ ସଫା, ମଜବୁତ୍‌ ଓ ଚମକ୍‌ଦାର୍‌ ହୋଇଥାଏ ଏମିତି ଯୁବକମାନଙ୍କୁ ଯୁବତୀମାନେ ଅଧିକ ପସନ୍ଦ କରନ୍ତି।
  • ଯେଉଁ ଯୁବକମାନେ ଶରୀରକୁ ପରିସ୍କାର ପରିଚ୍ଛନ୍ନ ରଖିବାରେ ଧ୍ୟାନ ଦେଇ ନ ଥା’ନ୍ତି ବା ଯେଉଁମାନଙ୍କ ଶରୀରରୁ ଅଧିକ ଦୁର୍ଗନ୍ଧ ବାହାରୁଥାଏ ସେମାନଙ୍କଠୁ ଯୁବତୀମାନେ ଦୂରେଇ ଯାଆନ୍ତି।
  • ଯୁବକମାନଙ୍କର ଘୁଙ୍ଗୁଡ଼ି ଯୁବତୀମାନଙ୍କର ପସନ୍ଦ ଆସିନଥାଏ। ଯେଉଁମାନେ ଘୁଙ୍ଗୁଡ଼ି ମାରନ୍ତି ନାହିଁ ତାଙ୍କୁ ଯୁବତୀମାନେ ଅଧିକ ପସନ୍ଦ କରନ୍ତି।
  • ଯେଉଁମାନଙ୍କ ପେଟ ଅଧିକ ବାହାରିଥାଏ,ତାଙ୍କୁ ଯୁବତୀମାନେ କମ୍‌ ପସନ୍ଦ କରନ୍ତି।

କେଉଁ ପ୍ରକାର ଯୁବକଙ୍କୁ ଯୁବତୀମାନେ ପସନ୍ଦ କରନ୍ତି ନାହିଁ? ଜାଣନ୍ତୁ women

ପଢନ୍ତୁ;

ଜାଣିରଖନ୍ତୁ କେଉଁ ପୁରୁଷକୁ ବିବାହ କରିବାଦ୍ଵାରା ଜୀବନରେ ସୁଖଶାନ୍ତି ଭଙ୍ଗ ହୋଇଥାଏ?

Related posts

କମଳା ଶୀତଦିନ ପାଇଁ ସ୍ବାସ୍ଥ୍ୟପ୍ରଦ

ENO Beuro

ଅତ୍ୟଧିକ ଟମାଟୋ ଖାଇବା ଦ୍ଵାରା କେଉଁ ରୋଗ ଦୂର ହୋଇଥାଏ ଜାଣନ୍ତୁ ?

ENO Beuro

ହାତ ଗୋଡ ଝିମ ଝିମ ହେଇଯାଉଛି କି? ଜାଣିରଖନ୍ତୁ ଏହାର ଉପଚାର

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More