• Home
  • News
  • ହତ୍ୟା କରାଗଲା ମହିଳା ଜଣକୁ ୩ ମହଲା ଉପରୁ ଠେଲି
News

ହତ୍ୟା କରାଗଲା ମହିଳା ଜଣକୁ ୩ ମହଲା ଉପରୁ ଠେଲି

ସିସିଟିଭି ଫୁଟେଜ ଯାଞ୍ଚ

ଚଦ୍ରଶେଖରପୁର ଥାନା ଅନ୍ତର୍ଗତ ପଟିଆ ଶ୍ରୀବିହାରସ୍ଥିତ ଏକ ଆପାର୍ଟମେଣ୍ଟର ୩ ମହଲାରୁ ପଡି ଜଣେ ମହିଳାଙ୍କ ମୃତୁ ଘଟିଛି । ତାଙ୍କ ନାମ ଜିଜ୍ଞାସା ମିଶ୍ର (୨୮) । ସ୍ଵାମୀଙ୍କ ନାମ ଅଭିଷେକ ପରମାଣିକ । ଘର ପୁରୀ ଜିଲ୍ଲା ସଖୀଗୋପାଳ । ସେ ପଟିଆର ଏକ ସଫ୍ଟୱେର କମ୍ପାନିରେ କାମ କରୁଥିଲେ ।  ଜିଜ୍ଞାସାଙ୍କୁ ୩ ମହଲା ଉପରୁ ଠେଲି ହତ୍ୟା କରାଯାଇଛି ବୋଲି ଅଭିଯୋଗ ହୋଇଛି ।

ଜିଜ୍ଞାସାଙ୍କ ସ୍ୱାମୀ ହାଇଦ୍ରବାଦରେ କାମ କରନ୍ତି ଏବଂ ଝିଅ ଅଜାଙ୍କ ପାଖକୁ ଯାଇଥିଲେ । ଆଉ ଏହି ସମୟରେ ପୁରୁଷ ବନ୍ଧୁଙ୍କ ସହ ଏହି ଆପାର୍ଟମେଂଟରେ ଥିଲେ ଜିଜ୍ଞାସା । ରାତି ୩ଟାରେ ଘଟିଥିଲା ଏହି ଘଟଣା । ମୃତ ଯୁବତୀଙ୍କର ପରିବାର ଲୋକଙ୍କ କହିବାନୁସାରେ, ଘଟଣା ଘଟିବାର ପ୍ରାୟ ଅଢେଇ ଘଂଟା ପରେ ପରିବାର ଲୋକଙ୍କୁ ଫୋନ୍ କରିଥିଲେ ତାଙ୍କ ପୁରୁଷ ବନ୍ଧୁ । ପୁଲିସ ଏହି ପୁରୁଷ ବନ୍ଧୁ ଶଶାଙ୍କଙ୍କୁ ପଚରା ଉଚରା କରୁଛି ।

ସେପଟେ ସେହି ରାତିର କିଛି ସିସିଟିଭି ଫୁଟେଜ ସାମନାକୁ ଆସିଛି । ରାତି ପ୍ରାୟ ୪ଟାରେ ପୁରୁଷ ବନ୍ଧୁ ଜଣକ ଏହି କାରରେ ଯୁବତୀଙ୍କ ମୃତ ଦେହକୁ ଧରି ବାହାରକୁ ଯାଇଥିବା ସନ୍ଦେହ କରାଯାଉଛି । ତେବେ ଜିଜ୍ଞାସା କେମିତି ତଳକୁ ଖସି ପଡିଲେ? ଏହି ପ୍ରଶ୍ନର ଉତ୍ତର କାହାରି ପାଖରେ ନାହିଁ । ପୁରୁଷ ବନ୍ଧୁଙ୍କ ସହ କ’ଣ ଘଟିଥିଲା ଏବଂ ତାଙ୍କୁ ହତ୍ୟା କରିବା ପାଇଁ ଉଦ୍ୟମ ହୋଇଥିଲା କି ? ଏ ପ୍ରଶ୍ନର ବି ଉତ୍ତର ଖୋଜୁଛି ପୁଲିସ ।

ସେପଟେ ଜିଜ୍ଞାସାଙ୍କ ମୃତୁ ଖବର ପାଇ ହାଇଦ୍ରାବାଦରେ ଚାକିରି କରିଥିବା ତାଙ୍କ ସ୍ଵାମୀ ଅଭିଷେକ ପରମାଣିକ ଥାନାରେ ପହଞ୍ଚି ଜିଜ୍ଞାସାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି । ପୁଲିସ ଜିଜ୍ଞାସାଙ୍କ ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।

ହତ୍ୟା କରାଗଲା ମହିଳା ଜଣକୁ ୩ ମହଲା ଉପରୁ ଠେଲି News 3 1 2

ପଢନ୍ତୁ ;

ଆପଣଙ୍କ ଓଠ କଳା ପଡିଯାଉଛି କି ? ତେବେ ଆପଣାନ୍ତୁ ଏହି ଘରୋଇ ଉପଚାର

Related posts

ରାଜଧାନୀର ଏକ ରେଷ୍ଟୁରାଣ୍ଟ ଉପରକୁ ବୋମାମାଡ଼ କଲେ ଦୁର୍ବୃତ୍ତ!

ଭାରତକୁ ଫେରିବାକୁ ଚାହୁଁଛନ୍ତି ମୁମ୍ବାଇ ସିରିଜ୍‌ ବିସ୍ଫୋରଣର ମାଷ୍ଟର ମାଇଣ୍ଡ୍‌ “ଦାଉଦ୍‌ ଇବ୍ରାହିମ୍‌”

Krishna Kumar Manoj

ଡିସେମ୍ବର ପହିଲାରୁ ସମସ୍ତ ଚାରି ଚକିଆ ଯାନ ପାଇଁ ଫାସଟ୍ୟାଗ୍ ଲଗାଇବା ବାଧ୍ୟତାମୂଳକ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More