SPORTS

୨୦୨୦- ୧୭ ବର୍ଷରୁ କମ୍‌ ମହିଳା ଫିଫା ଓ୍ଵାର୍ଲଡ୍‌ କପ୍‌ ଭେନ୍ୟୁ ତାଲିକାରେ ଭୁବନେଶ୍ବର

୨୦୨୦ରେ ଭାରତ ୧୭ ବର୍ଷରୁ କମ୍‌ ବୟସ୍କା ମହିଳା ଫିଫା ଓ୍ଵାର୍ଲଡ୍‌ କପ୍‌  ଆୟୋଜନ କରିବ ବୋଲି ଶୁକ୍ରବାର ଦିନ ଫିଫା ଅଧ୍ୟକ୍ଷ ଜିଆନି ଇନ୍‌ଫାଣ୍ଟିନୋ  ଘୋଷଣା କରିଛନ୍ତି। ୨୦୨୦ରେ ଭାରତ ୧୭ ବର୍ଷରୁ କମ୍‌ ବୟସ୍କା ମହିଳା ଫିଫା ଓ୍ଵାର୍ଲଡ୍‌ କପ୍‌ ଆୟୋଜନ କରିବା ବୋଲି ନିଶ୍ଚିତ କରାଯାଇଥିବା କଥା ଘୋଷଣା କରି ଆନନ୍ଦିତ ବୋଲି କହିଲେ ଇନ୍‌ଫାଣ୍ଟିନୋ। ୨୦୧୭ରେ ଭାରତ ୧୭ ବର୍ଷରୁ କମ୍‌ ପୁରୁଷ ବିଶ୍ୱ କପ୍‌ ଆୟୋଜନ ଏବେ ୨୦୨୦ରେ ମଧ୍ୟ ଭାରତରେ ଖେଳାଯିବା ନେଇ ସାଧାରଣରେ ଖୁସିର ଲହରୀ ଖେଳିଯାଇଛି।

ତେବେ ଭାରତରେ ହେବାକୁ ଥିବା ଭେନ୍ୟୁ ତାଲିକାରେ ଭୁବନେଶ୍ବର  ରହିଛି। ଯଦିଓ ଏନେଇ ଫିଫା ପକ୍ଷରୁ କିଛି ସ୍ପଷ୍ଟ ହୋଇପାରିନାହି।
ହକି ବିଶ୍ଵକପର ସଫଳ ଆୟୋଜନପରେ ଓଡିଶା କ୍ରିଡା ଇତିହାସରେ ଆଉ ଏକ ନୂଆ ଗୌରବର ଫରଦ ଯୋଡି ହେବାକୁ ଯାଉଛି। ଏନେଇ ରାଜ୍ୟସରକାର ଆଗ୍ରହ ପକାଶ କରି ପୂର୍ବରୁ ସମ୍ମତି ପାତ୍ର ଏଆଇଏଫଏଫ କୁ ପ୍ରଦାନ କରିସାରିଛି।
ପଢନ୍ତୁ: ଶ୍ରୀସାନ୍ତଙ୍କୁ ଆଜୀବନ ବାସନ୍ଦରୁ ମୁକ୍ତି କଲେ ସୁପ୍ରିମ୍‌କୋର୍ଟ

Related posts

ଆଇପିଏଲ ନିଲାମ: ଉନାଦକତ,ବରୁଣ ସବୁଠୁ ଦାମୀ

ENO Beuro

ସୁପରକିଙ୍ଗସର ବିଶାଳ ବିଜୟ : ସନ୍‍ରାଇଜର୍ସକୁ ହରାଇ ପ୍ଲେଅଫ୍‍ରେ ଚେନ୍ନାଇ

ENO Beuro

ଚତୁର୍ଥ ଦିନିକିଆ : ରାଇଡୁଙ୍କ ଶତକ, ଭାରତ ୨୨୪ ରନରେ ଜିତିଲା

ENO Beuro

Leave a Comment