SPORTS

ଆଜିଠୁ ହକି ମହିଳା ବିଶ୍ଵକପ୍: ଇଂଲଣ୍ଡ-ଭାରତ ଉଦ୍‌ଘାଟନୀ ମୁକାବିଲା

ମହିଳା ହକି ବିଶ୍ୱକପ ଆଜିଠୁ ଆରମ୍ଭ ହେବାକୁ ଥିବା ବେଳେ ପ୍ରଥମ ମ୍ୟାଚରେ ଭାରତ-ଇଂଲଣ୍ଡ ଖେଳୁଛନ୍ତି । ଭାରତ ସମେତ ୧୬ଟି ଦେଶ ଏହି ପ୍ରତିଯୋଗିତାରେ ଭାଗ ନେଉଛନ୍ତି । ଏହାକୁ ୪ଟି ଗ୍ରୁପରେ ଖେଳାଯିବ । ପ୍ରଥମ ରାଉଣ୍ଡରୁ ଦେଖିବାକୁ ମିଳିବ କଡା ମୁକାବିଲା । ଟିମ୍ ଇଣ୍ଡିଆର ଅଧିନାୟିକା ରାଣୀ ରାମ୍ପାଲଙ୍କ ନେତୃତ୍ୱରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ।

ଚଳିତ ବର୍ଷ ଡିଫେଣ୍ଡିଂ ଚାମ୍ପିଅନ୍ ନେଦରଲ୍ୟାଣ୍ଡ ଟ୍ରଫି ରେସ୍‌ରେ ସବୁଠୁ ଆଗରେ ଥିବାବେଳେ ଜର୍ମାନୀ, ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା ଏବଂ ଆୟୋଜକ ଇଂଲଣ୍ଡ ବି କମ୍ ନୁହନ୍ତି। ଭାରତ ମଧ୍ୟ କୌଣସି ଟିମ୍‌ ଠାରୁ ପଛରେ ନାହିଁ। ବିଶ୍ୱ ମାନ୍ୟତାରେ ଦଶମ ସ୍ଥାନରେ ଥିବା ଟିମ୍ ଇଣ୍ଡିଆକୁ ନେଇ ବେଶ୍ ଆଶାବାଦୀ ଅଛନ୍ତି ଦର୍ଶକ। ଅଧିନାୟକ ରାଣୀ ରାମ୍ପାଲଙ୍କ ନେତୃତ୍ୱରେ ପ୍ରଥମ ବିଶ୍ୱକପ୍ ଟ୍ରଫି ଜିତିବା ସ୍ୱପ୍ନ ଦେଖୁଛି ଟିମ୍ ଇଣ୍ଡିଆ। ଏଥିରେ ଓଡିଆଙ୍କ କମାଲ୍ ବି ଦେଖିବାକୁ ମିଳିବ। ଟିମ୍ ଇଣ୍ଡିଆ ସ୍କ୍ୱାଡ୍‌ରେ ସ୍ଥାନ ପାଇଛନ୍ତି ୪ ଓଡ଼ିଆ। ଏହି ୪ଜଣ ହେଲେ ଦୀପଗ୍ରେସ ଏକ୍କା, ସୁନୀତା ଲାକ୍ରା, ନମିତା ଟପ୍ପୋ, ଲିଲିମା ମିଂଜ୍‌। ଆଉ ଏଥିପାଇଁ ଓଡ଼ିଶାରେ ବି ଦେଖିବାକୁ ମିଳିଛି ବେଶ୍ ଉତ୍ସାହ।

୨୬ ତାରିଖରେ ଆୟଲ୍ୟାଣ୍ଡ ଏବଂ ୨୯ରେ ଆମେରିକା ସହ ଖେଳିବ ଭାରତ। ଆକର୍ଷଣୀୟ ପ୍ରଦର୍ଶନ କରି ଟ୍ରଫି ହାତେଇବା ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ।

ପଢନ୍ତୁ; ପ୍ରିୟା ପ୍ରକାଶଙ୍କ ଠାଣିରେ ଆଖି ମାରି ଚର୍ଚ୍ଚାରେ ରାହୁଲ ଗାନ୍ଧୀ

Related posts

ବିଶ୍ୱକପ୍‌ ହକି ପାଇଁ ଅନ୍‌ଲାଇନ ଟିକେଟ୍‌ ବିକ୍ରି ଆରମ୍ଭ

ENO Beuro

ଦ୍ରୁତ ବୋଲର ଆଶିଷ ନେହରା ଙ୍କ ଆନ୍ତର୍ଜାତିକ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ

ENO Beuro

କ୍ରିକେଟର ସାହିଦ ଆଫ୍ରିଦିଙ୍କ ବୟାନ: ପାକିସ୍ଥାନର କାଶ୍ମୀର ଦରକାର ନାହିଁ

ENO Beuro

1 comment

Leave a Comment