SPORTS

ମହିଳା ହକି ବିଶ୍ୱକପ୍‌:୪୦ ବର୍ଷ ପରେ କ୍ୱାର୍ଟରରେ ଭାରତ

ଭାରତୀୟ ମହିଳା ହକି ଟିମ ବିଶ୍ୱକପ କ୍ୱାର୍ଟର ଫାଇନାଲକୁ ପ୍ରବେଶ କରିଛି। ଇଟାଲୀକୁ ୩-୦ ଗୋଲ୍‌ରେ ପରାସ୍ତ କରି ଦଳ କ୍ୱାର୍ଟର୍ ଫାଇନାଲ୍‌ରେ ପ୍ରବେଶ କରିଛି। ‘କର ବା ମର’ ଏହି ମୁକାବିଲାରେ ଲାଲରେମସିଆମି, ନେହା ଗୋଏଲ ଓ ବନ୍ଦରା କାଟାରିଆ ଗୋଲ ଦେଇଥିଲେ। ଆସନ୍ତାକାଲି ଭାରତ କ୍ୱାର୍ଟର ଫାଇନାଲରେ ଆୟରଲାଣ୍ଡକୁ ଭେଟିବ।

ମ୍ୟାଚ ଆରମ୍ଭରୁ ଉଭୟ ଟିମର ଖେଳାଳିମାନେ ଭଲ ପ୍ରଦର୍ଶନ କରୁଥିଲେ । ଭାରତୀୟ ମହିଳାମାନେ ଧୀରେ ଧୀରେ ସକ୍ରିୟ ହୋଇ ଆକ୍ରମଣ କରିବା ଆରମ୍ଭ କରିଥିଲେ । ଖେଳର ୯ ମିନିଟରେ ଭାରତୀୟ ମହିଳାମାନେ ଇଟାଲିର ବକ୍ସକୁ ପ୍ରଥମ ଗୋଲ ଦେବାକୁ ସୁଯୋଗ ପାଇଥିଲେ ମଧ୍ୟ ସୁଯୋଗ ହାତ ଛଡ଼ାକରିଥିଲେ । ଅଳ୍ପ କିଛି ସେକେଣ୍ଡ ପରେ ଓଡ଼ିଆ ଝିଅ ଖେଳାଳି ଲିଲିମା ମିଞ୍ଜିଙ୍କ ସହାୟତାରେ ଲାଲରେମସିୟାମୀ ଗୋଲ ଦେଇଥିଲେ।

୪୫ ମିନିଟ୍‌ରେ ଦ୍ୱିତୀୟ ଗୋଲ୍‌ କରିଥିଲେ ନେହା ଗୋୟଲ। ସେହିପରି ୫୫ ମିନିଟ୍‌ରେ ବନ୍ଦନା କାଟାରିଆ ତୃତୀୟ ଗୋଲ୍‌ କରିଥିଲେ।

ପଢନ୍ତୁ;କେଉଁ ଜୁସ ପିଇଲେ କେଉଁ ରୋଗ ଭଲ ହୁଏ , ଜାଣନ୍ତୁ !

Related posts

ୟୁଏସ ଓପନ:ସେରେନା-ଓସାକା ଫାଇନାଲ ମୁକାବିଲା

ENO Beuro

ବାଂଲାଦେଶ ଦ୍ରୁତ ବୋଲର ରୁବେଲ ହୁସେନ ପ୍ରଶଂସକଙ୍କୁ କ୍ଷମା ମାଗିଲେ

ENO Beuro

ୟୁଏସ୍‌ ଓପନ୍‌: ଜୋକୋଭିକ୍‌ଙ୍କୁ ୧୪ତମ ଗ୍ରାଣ୍ଡସ୍ଲାମ

ENO Beuro

1 comment

Leave a Comment