EnewsOdia.Com

ଜିନ୍ସ ବା କେପ୍ରି ପିନ୍ଧା ମହିଳାଙ୍କୁ ମିଳିବନି ଡ୍ରାଇଭିଂ ଲାଇସେନ୍ସ

ଜିନ୍ସ ବା କେପ୍ରି ପିନ୍ଧା ମହିଳାଙ୍କୁ ମିଳିବନି ଡ୍ରାଇଭିଂ ଲାଇସେନ୍ସ। ଏଭଳି ଅଦ୍ଭୁତ ନିୟମ ଜାରି କରିଛି ଚେନ୍ନାଇର କେକେ ନଗର ଆରଟିଓ ଅଫିସ। ଦେଶର ନୂଆ ଟ୍ରାଫିକ୍‌ ନିୟମ ଲାଗୁହେବା ପରେ ଡ୍ରାଇଭିଂ ଲାଇସେନ୍ସ ନେବା ପାଇଁ ଆର୍‌ଟିଓ ଅଫିସ୍‌ଗୁଡ଼ିକରେ ଲୋକଙ୍କର ଭିଡ଼ ଲାଗୁଛି। ମହିଳାଙ୍କଠାରୁ ଆରମ୍ଭ କରି ଯୁବତୀ ଏବଂ ବୟସ୍କ ବ୍ୟକ୍ତିମାନେ ସମସ୍ତ ଦସ୍ତାବିଜ୍‌ ସହ ଲାଇସେନ୍ସ ପାଇଁ ଅପେକ୍ଷା କରୁଛନ୍ତି। କିନ୍ତୁ ଯେଉଁ ଯୁବତୀ କିମ୍ବା ମହିଳା ଜିନ୍ସି ବା କେପ୍ରି (ମହିଳାମାନେ ପିନ୍ଧୁଥିବା ୧/୪ ପ୍ୟାଣ୍ଟ) ପିନ୍ଧୁଛନ୍ତି, ସେମାନଙ୍କୁ ଆରଟିଓ ପକ୍ଷରୁ ଡ୍ରାଇଭିଂ ଲାଇସେନ୍ସ ଦିଆଯାଉନାହିଁ। ଚେନ୍ନାଇର ଆରିଟିଓ ଅଫିସ ଅଘୋଷିତ ଭାବେ ଏଭଳି ନିୟମ ଲାଗୁ କରୁଥିବାରୁ ଅନେକ ଯୁବତୀ ଏବଂ ମହିଳା ହଇରାଣ ହଇରାଣ ହେଉଛନ୍ତି।

ଚେନ୍ନାଇରେ କାର୍ଯ୍ୟରତ ଜଣେ ଯୁବତୀ ପବିତ୍ରା କିଛିଦିନ ତଳେ ଡ୍ରାଇଭିଂ ଲାଇସେନ୍ସ ପାଇଁ କେକେ ନଗର ଆରଟିଓ ଯାଇଥିଲେ। ସେ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିବା ବେଳେ ଜିନ୍ସ ଓ ହାତ କଟା ଟପ୍ସ ପିନ୍ଧିଥିଲେ। ଏହାକୁ ଦେଖି ମଟୋର ଭେଇକିଲ ଇନସପେକ୍ଟର ତାଙ୍କୁ ଲାଇସେନ୍ସ ମିଳିପାରିବ ନାହିଁ ବୋଲି କହିଥିଲେ। ଏପରି କି ତାଙ୍କୁ ଡ୍ରାଇଭିଂ ଟେଷ୍ଟରେ ସାମିଲ ହେବାକୁ ମଧ୍ୟ ଅନୁମତି ଦେଇ ନଥିଲେ।ପ୍ରଥମେ ସାଲୁଆର ଓ କମିଜ ପିନ୍ଧିକି ଆସିଲେ ଲାଇସେନ୍ସ ମିଳି ବୋଲି ସେ କହିଥିଲେ। ପବିତ୍ରା ମଧ୍ୟ ଉକ୍ତ ଅଧିକାରୀଙ୍କ କଥା ମାନି ତୁରନ୍ତ ଘରକୁ ଯାଇଥିଲେ ଏବଂ ସାଲୁଆର କମିଜ ପିନ୍ଧି ପୁଣିଥରେ ଲାଇସେନ୍ସ ପାଇଁ ଆବେଦନ କରିଥିଲେ।

ଏହି ଘଟଣାର ୧୦ ଦିନ ପୂର୍ବରୁ ସୁମାତି ନାମକ ଜଣେ କଲେ ଛାତ୍ରୀ କେପ୍ରି ଓ ଶାର୍ଟ ପିନ୍ଧି ଲାଇସେନ୍ସ ପାଇଁ ଯାଇଥିବାରୁ ତାଙ୍କୁ ମଧ୍ୟ ସମାନ ଅଧିକାରୀ ଜଣଙ୍କ ଫେରାଇ ଦେଇଥିଲେ। ସେ ଯୁକ୍ତିତର୍କ କରିବାରୁ ଅନ୍ୟ ଅଧିକାରୀମାନେ ମଧ୍ୟ ପ୍ରଥମେ ଡିସେଣ୍ଟ ପୋଷାକ ପିନ୍ଧନ୍ତୁ ଓ ପରେ ଲାଇସେନ୍ସ ପାଇଁ ଆବେଦନ କରନ୍ତୁ ବୋଲି କହିଥିଲେ। ଅନ୍ୟପକ୍ଷରେ ଡ୍ରାଇଭିଂ ଲାଇନ୍ସ ପାଇଁ କୌଣସି ଡ୍ରେସ୍‌ କୋଡ୍‌ର ନିୟମ ନାହିଁ। ଆବେଦନକାରୀଙ୍କ ବୟସ ୧୮ ବର୍ଷରୁ ଅଧିକ ହୋଇଥିଲେ ସେ ଲାଇସେନ୍ସ ପାଇଁ ଆବେଦନ କରିପାରିବେ। ହେଲେ ଚେନ୍ନାଇ ଆରଟିଓ ଏଭଳି ନିୟମ ଲାଗୁ କରିବାର କାରଣ କ’ଣ ବୋଲି ସାଧାରଣରେ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି।

ପଢନ୍ତୁ: ଏବେ ଦୁଇରୁ ଅଧିକ ସନ୍ତାନ ଥିଲେ ମିଳିବନି ସରକାରୀ ଚାକିରି

ସମ୍ବନ୍ଧିତ ଖବର

ଫୋନ୍‌ରେ କଥା ହେଲେ ଗ୍ରାହକଙ୍କୁ ମିଳିବ ଟଙ୍କା

Ratnamani Maharana

ବଢ଼ିଲା ‘ବ୍ରହ୍ମୋସ୍‌’ର ଲକ୍ଷ୍ୟଭେଦ କ୍ଷମତା

Ratnamani Maharana

ସାମ୍ଭାବ୍ୟ ବାତ୍ୟା ପାଇଁ ସଜାଗ ଓଡ୍ରାଫ୍‌, ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଓ ଅଗ୍ନିଶମ ବାହିନୀ

Ratnamani Maharana

ମୋ ସରକାର’ କାର୍ଯ୍ୟକ୍ରମ ସମୀକ୍ଷା କରୁଛନ୍ତି ସଚିବ ଭି.କେ ପାଣ୍ଡିଆନ

Ratnamani Maharana

ମହାବଳୀପୁରମରେ ଦୁଇ ମହାବଳୀ, ମୋଦି ଓ ଜିନପିଙ୍ଗ

Ratnamani Maharana

ପରଲୋକରେ ପୂର୍ବତନ ନିର୍ବାଚନ କମିଶନର ଟିଏନ୍‌ ଶେଷନ୍‌

Ratnamani Maharana