LIFESTYLE

ଘର କାମରେ ସାହାଯ୍ୟ କରୁଥିବା ପୁରୁଷଙ୍କୁ ଅଧିକ ପସନ୍ଦ କରନ୍ତି ମହିଳା ! ଜାଣନ୍ତୁ କାହିଁକି ?

ଆପଣ ଆପଙ୍କ ଜୀବନସାଥୀଙ୍କୁ ଘର କାମରେ ସାହାଯ୍ୟ କରୁଛନ୍ତି କି ? ଯଦି କରୁ ନାହାନ୍ତି ତେବେ ଏବେଠାରୁ ଆରମ୍ଭ କରିଦିଅନ୍ତୁ ।

କାରଣ ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ମହିଳାଙ୍କୁ ଏମିତି ପୁରୁଷ ପସନ୍ଦ ଯେଉଁମାନେ ତାଙ୍କୁ ଘର କାମ କରିବାରେ ସାହାଯ୍ୟ କରନ୍ତି । ଏହାସହ ଏହି ଅଧ୍ୟୟନରୁ ଆଉ ଏକ ଗରୁତ୍ୱପୂର୍ଣ୍ଣ କଥା ଜଣାପଡିଛି ଯେ , ଘର କାମରେ ସାହାଯ୍ୟ କରୁନଥିବା ଜୀବନସାଥୀ ସହ ମହିଳାଙ୍କ ସବୁବେଳେ ମନାନ୍ତର ସୃଷ୍ଟି ହୋଇଥାଏ ।

ଷ୍ଟକହମ ବିଶ୍ୱବିଦ୍ୟାଳୟର ଅଧ୍ୟୟନକର୍ତ୍ତାଙ୍କ ମୁତାବକ ଘର କାମରେ ନିଜ ସାଥୀକୁ ସାହାଯ୍ୟ କରିବା ଦ୍ୱାରା ଆପଣଙ୍କ ସମ୍ପର୍କ ସୁଦୃଢ ହେବା ସହ ଭଲ ପ୍ରଭାବ ପଡିଥାଏ । ଯାହା ଦ୍ୱାରା ସମ୍ପର୍କରେ ସନ୍ତୁଷ୍ଟି ମନୋଭାବ, ସ୍ଥିରତା ଓ ମଧୁରତା ଆସିଥାଏ ।

ଅଧ୍ୟୟନକର୍ତ୍ତାକଙ୍କ ମୁତାବକ ବିଗତ କିଛି ଦଶନ୍ଧି ମଧ୍ୟରେ ବିବାହର ଅର୍ଥ ବଦଳି ଯାଇଛି । ଏବେ ପରିବାରେ କେବଳ ପୁରୁଷ ମାନେ ଆୟକରୁ ନାହାନ୍ତି, ସେମାନଙ୍କ ସହ କାନ୍ଧ କୁ କାନ୍ଧ ମିଳାଇ ମହିଳାମାନେ ମଧ୍ୟ ଟଙ୍କା ରୋଜଗାର କରୁଛନ୍ତି ।

କେବଳ ଯେ ମହିଳାମାନେ ରୋଜଗାର କରୁଛନ୍ତି ତାହା ନୁହଁ, ଏହାସହ ସେମାନେ ଘରର ସବୁ ଦାୟିତ୍ୱ ମଧ୍ୟ ସମ୍ଭାଳୁଛନ୍ତି । ଏତେ ସବୁ ଦାୟିତ୍ୱ ଭିତରେ ବେଳେବେଳ ମହିଳାମାନେ ଅଣନିଶ୍ୱାସୀ ହୋଇ ବିଷାଦଗ୍ରସ୍ତ ହୋଇଯାଆନ୍ତି । ଯାହାର ପ୍ରଭାବ ବୈବାହିକ ଜୀବନ ଉପରେ ପଡେ । ଏଥିପାଇଁ ଜରୁରୀ ଜୀବନସାଥୀ ତାଙ୍କୁ ଘର କାମରେ ସାହାଯ୍ୟ କରିବା ଉଚିତ । ଏମିତି କରି ପୁରୁଷମାନେ ନିଜ ସାଥୀ ପ୍ରତି ନିଜର ଭଲପାଇବା ଦେଖାଇପାରିବେ ।

ଘର କାମରେ ସାହାଯ୍ୟ କରୁଥିବା ପୁରୁଷଙ୍କୁ ଅଧିକ ପସନ୍ଦ କରନ୍ତି ମହିଳା ! ଜାଣନ୍ତୁ କାହିଁକି ? husband wife

ପଢନ୍ତୁ ;

୧୯ ବର୍ଷରୁ କମ୍‌ କ୍ରିକେଟ୍‌ ବିଶ୍ୱକପ୍‌ : ୮ ୱିକେଟରେ ଅଷ୍ଟ୍ରେଲିଆକୁ ହରାଇଲା ଭାରତ

Related posts

କାହିଁକି କମ୍ ବୟସର ଯୁବକଙ୍କୁ ପସନ୍ଦ କରନ୍ତି ମହିଳାମାନେ ଜାଣନ୍ତୁ

Krishna Kumar Manoj

ନୂଆ ନୂଆ ମା’ ହୋଇଛନ୍ତି କି ? ଛୋଟପିଲାର କାନ ସଫା କରୁଥିଲେ ଧ୍ୟାନ ଦିଅନ୍ତୁ

Krishna Kumar Manoj

ଅଧିକ ଲୁଣ ଖାଉଛନ୍ତି କି? ଜାଣିରଖନ୍ତୁ ପ୍ରତିଦିନ କେତେ ଲୁଣ ଖାଇବା ଶରୀର ପାଇଁ ଭଲ?

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More