LIFESTYLE

କେଉଁ ବୃତ୍ତିର ପୁରୁଷଙ୍କୁ ବିବାହ କରିବାକୁ ମହିଳାମାନେ ଅଧିକ ଆକୃଷ୍ଟ ହୋଇଥାନ୍ତି ? ଜାଣନ୍ତୁ ସେ ସମ୍ପର୍କରେ

ପୁରାତନ ଯୁଗରେ  ବିବାହ କରିବା ପାଇଁ ବର ଓ କନ୍ୟାଙ୍କ ପରିବାରବର୍ଗ ସମସ୍ତ ନିର୍ଣ୍ଣୟ ନେଉଥିଲେ। କିନ୍ତୁ ଏବେ ଯୁଗ ବଦଳିବା ସହ ପ୍ରଥା ମଧ୍ୟ ବଦଳିଛି । ବର୍ତ୍ତମାନ ବର ଓ କନ୍ୟାଙ୍କ ମନ୍ତବ୍ୟ ଉପରେ ଅଧିକ ଧ୍ୟାନ ରଖାଯାଉଛି। ଖାସ୍‌ କରି କନ୍ୟାଙ୍କ ସ୍ୱୀକୃତି ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି।

ଆଜିକାଲି ଅଧିକାଂଶ ମହିଳାମାନେ ନିଜ ଜୀବନସାଥୀ ବାଛିବା ପୂର୍ବରୁ ତାଙ୍କ ରୋଜଗାର, ପ୍ରଫେସନ୍‌ ଏବଂ ଚରିତ୍ର ଉପରେ ଅଧିକ ଧ୍ୟାନ ଦେଉଛନ୍ତି । ତେବେ ଆପଣ ଜାଣିଛନ୍ତି କି ଏପରି କିଛି ବୃତ୍ତି ଅଛି, ଯେଉଁ ବୃତ୍ତିର ପୁରୁଷମାନଙ୍କୁ ବିବାହ କରିବା ପାଇଁ ଅଧିକ ଇଛା ପ୍ରକାଶ କରୁଛନ୍ତି ମହିଳା।

ଆସନ୍ତୁ ଜାଣିବା ସେ ସମ୍ପର୍କରେ କିଛି କଥା-

ବିବାହ କରିବା ପାଇଁ ମଧ୍ୟ ମହିଳାମାନେ ଅଧିକ ପସନ୍ଦ କରିଥାନ୍ତି ଡ଼ାକ୍ତର ବର । ଡ଼ାକ୍ତରମାନଙ୍କର ବ୍ୟକ୍ତିତ୍ୱ ଅଧିକ ପ୍ରେମଭରା ରହିଥାଏ ଏବଂ ଏମାନେ ଅନ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ ପସନ୍ଦ କରିଥାନ୍ତି । ଏହା ମହିଳାମାନଙ୍କୁ ଅଧିକ ଆକୃଷ୍ଟ କରିଥାଏ । ସବୁଠାରୁ ଖାସ କଥା ହେଲା, ଡ଼ାକ୍ତରମାନଙ୍କର ଭଲ ରୋଜଗାର ହୋଇଥାଏ ଏବଂ ଏମାନଙ୍କ ପାଖରେ କେବେ ମଧ୍ୟ ଅର୍ଥାଭାବ ଦେଖାଯାଇ ନ ଥାଏ।

କେବଳ ଡକ୍ଟର ନୁହେଁ ବରଂ ମହିଳାମାନଙ୍କୁ ଆର୍ମି , ଅଭିନେତା , ପାଇଲଟ , ଇଞ୍ଜିନିୟର , ରେଡ଼ିଓ ଜକି ଭାବେ କାର୍ଯ୍ୟକରୁଥିବା ପୁରୁଷ ମଧ୍ୟ ବିବାହ ପାଇଁ ପସନ୍ଦ ଆସିଥାନ୍ତି । କାରଣ ଏହି ପ୍ରଫେସନର ବ୍ୟକ୍ତି ହ୍ୟାଣ୍ଡସମ୍‌ ହେବା ସହ ଏମାନଙ୍କର ମହିଳାଙ୍କ ଦୃଷ୍ଟି ଆର୍କଷଣ କରିବା ଭଳି ବ୍ୟକ୍ତିତ୍ୱ ମଧ୍ୟ ରହିଥାଏ।

ମୁଖ୍ୟତଃ ଏହି ପ୍ରଫେସନର ବ୍ୟକ୍ତିମାନଙ୍କ ଠାରେ ଅର୍ଥାଭାବ ବହୁତ କମ ଦେଖାଯାଇଥାଏ । ଯାହା ଦ୍ୱାରା ମହିଳାମାନେ ତାଙ୍କ ଭବିଷ୍ୟତକୁ ନେଇ ଅଧିକ ସୁରକ୍ଷିତ ଅନୁଭୂବ କରିଥାନ୍ତି । ତେବେ ଆଜିକାଲି ପ୍ରାୟତଃ ମହିଳା ଇଞ୍ଜିନିୟରଙ୍କୁ ବିବାହ କରୁଥିବା ଆପଣ ଶୁଶୁଥିବେ। କାରଣ ଇଞ୍ଜିନିୟରମାନଙ୍କର ବ୍ୟକ୍ତିତ୍ୱ ଅନ୍ୟମାନଙ୍କ ଅପେକ୍ଷା ଟିକେ ନିଆରା। ଏମାନେ ଜୀବନର ପ୍ରତି ମୂହୂର୍ତ୍ତକୁ ଆନନ୍ଦରେ ଅତିବାହିତ କରିବା ସହ ସାଥୀଙ୍କୁ ସ୍ୱତନ୍ତ୍ର ଅନୁଭବ କରାଇବା ବହୁତ ଭଲ ଭାବେ ଜାଣିଥାନ୍ତି।

ପଢନ୍ତୁ;

ସୌନ୍ଦର୍ଯ୍ୟ ପାଇଁ ଘରୋଇ ଉପାୟରେ କିପରି କରିବେ ବିଟ୍ ଫେସପ୍ୟାକ୍ ଜାଣନ୍ତୁ

Related posts

ଉତ୍ତମ ସ୍ୱାସ୍ଥ୍ୟ ଚାହୁଁଛନ୍ତି କି? ତେବେ ଧ୍ୟାନରେ ରଖନ୍ତୁ ଏହି ସବୁ କଥା!

ENO Beuro

ସ୍ୱାସ୍ଥ୍ୟ ପାଇଁ ବହୁ ଉପକାରୀ ଛତୁ, ଜାଣନ୍ତୁ ଏହାର ଉପକାରିତା ସମ୍ପର୍କରେ

Ratnamani Moharana

ନୀତିଦିନ ଖାଆନ୍ତୁ ରସୁଣ, କାରଣ ଏଥିରେ ଭରିରହିଛି ଅବିଶ୍ଵସନୀୟ ଔଷଧୀୟ ଗୁଣ

ENO Beuro

Leave a Comment