LIFESTYLE

ଋତୁସ୍ରାବ ସମୟରେ ଭୁଲରେ ବି କରନ୍ତୁ ନାହିଁ ଏହି କାମ

ଆଜିକାଲିର ଜୀବନରେ ମଣିଷ ବହୁ ଶାରୀରିକ ଅସ୍ଥୁତତା ମଧ୍ୟରେ ଗତି କରୁଛି। ୟା ମଧ୍ୟରେ ବେଶି ଅସୁସ୍ଥତା ଦେଇ ଗତି କରନ୍ତି ମହିଳା। ମହିଳାମାନଙ୍କ ପ୍ରତିମାସରେ ଗତି କରୁଥିବା ମାସିକ ଋତୁସ୍ରାବ  ସେମାନଙ୍କୁ କରିଦିଏ ଅଧିକ ଚିଡିଚିଡା। ପ୍ରତି ମାସରେ ହେଉଥିବା ଏହି ସମୟରେ ଅନେକ ଭୁଲ କରିଥାନ୍ତି ମହିଳା ଯାହାଫଳରେ ସେମାନେ ବହୁ ଅସୁବିଧାରେ ସମ୍ମୁଖୀନ ହୋଇଥାନ୍ତି। ତେବେ ଆସନ୍ତୁ ଜାଣିବା ଏମିତି କି ଭୁଲ  ରହିଛି ଯାହା ଆମ ଶରୀର ପ୍ରତି କ୍ଷତିକାରକ ହେବାସହ ସ୍ଵଭାବ ଉପରେ ମଧ୍ୟ ପ୍ରଭାବ ପକାଇଥାଏ।

୧) ଅଧିକାଂଶ ମହିଳା ଋତୁସ୍ରାବ ସମୟରେ ହେଉଥିବା ଗନ୍ଧରୁ ରକ୍ଷା ପାଇବା ପାଇଁ ସୁଗନ୍ଧିତ ସାନିଟାରୀ ପ୍ୟାଡର ବ୍ୟବହାର କରିଥାନ୍ତି। ହି ପ୍ୟାଡରେ ରାସାୟନିକ ପଦାର୍ଥ  ମିଶିଥିବା ଯୋଗୁଁ ଏଥିରୁ ସୁଗନ୍ଧ ବାହାରିଥାଏ। ଏହା ଆପଣଙ୍କ ଭାଜିନା ଆଖପାଖରେ ରହିଲେ ସଂକ୍ରମଣର ଡର ରହିଥାଏ। ଆପଣଙ୍କ ସେହି ସ୍ଥାନରେ କୁଣ୍ଡିଆ ହେବା ସାଙ୍ଗକୁ କାଛୁ ହେବାର ଆଶଙ୍କା ମଧ୍ୟ ରହିଥାଏ।


୨) ଋତୁସ୍ରାବ ସମୟରେ ଶରୀରରୁ ଅନେକ ରକ୍ତ  ବୋହିଥାଏ। ଶରୀରରୁ ରକ୍ତର ପରିମାଣ ହ୍ରାସ ହୋଇଥାଏ। ଏଥିପାଇଁ ମହିଳାଙ୍କୁ ଅଧିକାଂଶ ସମୟରେ ଆନିମିଆ ହୋଇଥାଏ। ଆନିମିଆର ଅର୍ଥ ରକ୍ତରେ ହିମୋଗ୍ଲୋବିନର ଅଭାବ। ଏହା ଶରୀରରେ ଆଇରନ ଅଭାବରୁ ହୋଇଥାଏ।
୩) ଋତୁସ୍ରାବ ସମୟରେ ବ୍ୟଥା ଅତ୍ୟଧିକ ହୋଇଥାଏ ସେତେବେଳେ ଆମେ ପେନ୍ କିଲର  ଖାଇଥାଉ। ଏପରି କରିବା ଅନୁଚିତ୍। ବ୍ୟଥା ଆରମ୍ଭରେ ଯଦି ଆପଣ ପେନ୍ କିଲର ଖାଇବେ ତେବେ ଏହା କାମ ଦେଇଥାଏ। ଏହା ଅର୍ଥ ନୁହେଁ ଯେ ଆପଣ ଚକୋଲେଟ୍ ଭଳି ଔଷଧ ଖାଇବେ।


୪) କଫି  ଫିଇବାକୁ ଆମ ସମସ୍ତଙ୍କୁ ଭଲ ଲାଗିଥାଏ। କିନ୍ତୁ କଫିରେ କ୍ୟାଫିନ  ରହିଥାଏ। ଏହା ଫଳରେ ଡିହାଇଡ୍ରେସନ ହୋଇଥାଏ। ଅର୍ଥାତ୍ ଶରୀରରେ ଜଳର ଅଭାବ। ଯାହା ଦ୍ବାରା ଆପଣଙ୍କୁ ପିରିୟଡ଼ସ କ୍ରାମ୍ପସ  ହୋଇଥାଏ।

ପଢନ୍ତୁ: ଚୁଟି ଧଳା ଓ ଗଞ୍ଜାପଣରୁ ମୁକ୍ତି ଦେବ ଅଁଳା: ଆସନ୍ତୁ ଜାଣିବା କିପରି

Related posts

ଗରମ ଦିନେ କୁଲର ବ୍ୟବହାର କରୁଛନ୍ତି କି ? ତେବେ କିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ENO Beuro

ଆସନ୍ତୁ ଜାଣିବା ଅଦାର ଔଷଧିୟ ଗୁଣ

ENO Beuro

ଆପଣ କାକୁଡି ଖାଉଛନ୍ତି କି ? ସାବଧାନ ନଚେତ୍ ହୋଇପାରେ ଅନେକ ସମସ୍ୟା !

ENO Beuro

Leave a Comment