News

ନ୍ୟୁଜ୍‌ ଚ୍ୟାନେଲର ଖବର ଉପସ୍ଥାପିକାଙ୍କ ଆତ୍ମହତ୍ୟା!

ହାଇଦ୍ରାବାଦର ଏକ ନ୍ୟୁଜ ଚ୍ୟାନେଲର ଆଙ୍କର ରାଧିକା ରେଡ୍ଡୀ ୫ ମହଲା କୋଠାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ରାଧିକା ନିଜ ପିତାମାତାଙ୍କ ସହିତ ଘରେ ରହୁଥିଲେ। ଏହି ଘଟଣାଟି ରବିବାର ରାତି ୧୦.୪୦ରେ ଘଟିଛି। ସେ ତେଳୁଗୁ ନ୍ୟୁଜ ଚ୍ୟାନେଲ ଭି୬ରେ କାମ କରୁଥିଲେ।

ପୁଲିସ ଜବତ କରିଥିବା ସୁଇସାଇଡ୍‌ ନୋଟ୍‌ରେ ସେ ତାଙ୍କ ମୃତ୍ୟୁ ପାଇଁ କାହାକୁ ଦାୟୀ କରିନାହାନ୍ତି।

ବରଂ ”ଅବସାଦ ଯୋଗୁ ମୁଁ ଆତ୍ମହତ୍ୟା କରୁଛି। ଏଥିପାଇଁ କେହି ଦାୟୀ ନୁହନ୍ତି। ମୋ ମସ୍ତିଷ୍କ ମୋର ଶତ୍ରୁ“ବୋଲି ସେଥିରେ ଲେଖାଅଛି। ରାଧିକାଙ୍କ ସହକର୍ମୀମାନଙ୍କ କହିବା ଅନୁସାରେ ସେ ୬ ମାସ ତଳେ ସ୍ୱାମୀଙ୍କଠାରୁ ଛାଡ଼ପତ୍ର ପାଇ ବାପ ଘରେ ବାପା ମା’ ଏବଂ ଭଉଣୀଙ୍କ ନିକଟରେ ରହୁଥିଲେ। ତାଙ୍କର ଏକମାତ୍ର ୧୪ ବର୍ଷୀୟ ପୁଅ ଅଟିଜ୍‌ମରେ ପୀଡ଼ିତ। ତେବେ ସେ ତାଙ୍କ ପାରିବାରିକ ସମସ୍ୟା ସମ୍ପର୍କରେ କେବେହେଲେ ଅଫିସରେ ଗପନ୍ତିନି। ଏଭଳି ମାନସିକ ବିଷାଦରେ ରହି ମଧ୍ୟ ସେ ସ୍ୱାଭାବିକ ଜଣାପଡୁଥିଲେ। ଏପରିକି ଏଭଳି ଚରମ ପଦକ୍ଷେପ ନେବା ପୂର୍ବରୁ ମଧ୍ୟ ସେ ତାଙ୍କର ଶେଷ ନ୍ୟୁଜ୍‌ ବୁଲେଟିନ୍‌ ପଢ଼ିବା ସମୟରେ କୌଣସି ପ୍ରକାର ମନସ୍ତାପରେ ଥିବାପରି ଲାଗୁନଥିଲେ।

ସୂଚନାଯୋଗ୍ୟ,ରାଧିକାଙ୍କ ବୟସ ୩୬ ଥିଲା । ଇଣ୍ଡିଆ ଟୁଟେର ମୁତାବିକ ସୁଇସାଇଡ ନୋଟରେ ସେ ଡିପ୍ରେସନରେ ଏହି ପଦକ୍ଷେପ ନେଇଛନ୍ତି ବୋଲି ଲେଖିଛନ୍ତି । ନୋଟରେ ଆହୁରି ମଧ୍ୟ ଲେଖା ଅଛି କି କାହାକୁ ମଧ୍ୟ ତାଙ୍କ ମୃତ୍ୟୁ ପାଇଁ କାହାକୁ ଦାୟୀ ନ କରିବାକୁ ଜଣାଇଛନ୍ତି।

ପଢନ୍ତୁ; ଧୋନି,ପଙ୍କଜଙ୍କୁ ପଦ୍ମ ଭୂଷଣ!

Related posts

ବାଣ ଭିଡ଼ିବା ବେଳେ ବିସ୍ଫୋରଣ, ସ୍ୱାମୀ-ସ୍ତ୍ରୀ ମୃତ

ENO Beuro

ଦୟାନଦୀ ପାଣି ଚାଷ କି ପିଇବା ପାଇଁ ବ୍ୟବହାର ଯୋଗ୍ୟ ନୁହେଁ – ରାଜସ୍ୱମନ୍ତ୍ରୀ ମହେଶ୍ୱର ମହାନ୍ତି

ENO Beuro

ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପାଇଁ ବିରୋଧୀଙ୍କ ପ୍ରସ୍ତୁତି!

ENO Beuro

Leave a Comment