• Home
  • LIFESTYLE
  • ମହିଳାଙ୍କୁ କାହିଁକି କୁହାଯାଏ ରହସ୍ୟମୟୀ,ଆସନ୍ତୁ ଜାଣିବା
LIFESTYLE

ମହିଳାଙ୍କୁ କାହିଁକି କୁହାଯାଏ ରହସ୍ୟମୟୀ,ଆସନ୍ତୁ ଜାଣିବା

ମହିଳାମାନଙ୍କ ବିଷୟରେ ପୁରୁଷମାନଙ୍କ ଅପେକ୍ଷା ମହିଳାମାନେ ଅଧିକ ଜାଣିଥାନ୍ତି ।ମହିଳାମାନେ ନିଜ ବ୍ୟକ୍ତିଗତ କଥା କାହା ସହ ଶେୟାର କରିବା କୁ ପସନ୍ଦ କରନ୍ତି ନାହିଁ। କିନ୍ତୁ କିଛି ସମୟର ଦେଖା ପରେ ପୁରୁଷମାନେ ମହିଳାମାନଙ୍କ ବିଷୟରେ ସବୁ ଜାଣି ସାରିଛନ୍ତି ବୋଲି ଭାବି ନିଅନ୍ତି । କିନ୍ତୁ ସେମାନେ ଜାଣି ନଥାନ୍ତି ମହିଳାମାନଙ୍କୁ ଜାଣିବା ଏବଂ ସେମାନଙ୍କ ମନରେ କ’ଣ ରହିଛି ତାହା ଜାଣିବା କେତେ କଷ୍ଟ ।

କିଛି ଏମିତି କଥା ଥାଏ ଯାହାକୁ ମହିଳାମାନେ କାହା ସହ ସେୟାର କରନ୍ତି ନାହିଁ । ଯେଉଁ ପୁରୁଷମାନେ ମହିଳାମାନଙ୍କ ବିଷୟରେ ସବୁ ଜାଣିଛନ୍ତି ବୋଲି କହନ୍ତି ସେମାନଙ୍କୁ ଏ ବିଷୟରେ ଦ୍ୱିତୀୟ ଥର ଭାବିବା ଦରକାର । ଆଜି ଆମେ ମହିଳାମାନଙ୍କ ସହ ଜଡ଼ିତ କିଛି ଏମିତି କଥା ଜଣାଇବୁ ଯାହାକି ପୁରୁଷମାନଙ୍କୁ ଦ୍ୱିତୀୟ ଥର ଭାବିବାକୁ ବାଧ୍ୟ କରିବ।

ପ୍ରତ୍ୟକ ମହିଳାମାନଙ୍କୁ ସର୍‌ପ୍ରାଇଜ୍‌ ବହୁତ ଭଲ ଲାଗେ । ତାଙ୍କ ସାଥୀ ତାଙ୍କୁ କିଛି ସର୍‌ପ୍ରାଇଜ୍‌ କଲା ଭଳି ଜିନିଷ ଉପହାର ଦିଅନ୍ତୁ ଏହା ମହିଳାମାନେ ଆଶା ରଖିଥାନ୍ତି । ଦାମୀ ଉପହାର ବ୍ୟତୀତ ସେମାନେ ଛୋଟ ଗୋଲାପ ଫୁଲଟିଏ ପାଇଲେ ମଧ୍ୟ ଖୁସି ହୋଇ ଯାଆନ୍ତି । ଯଦି ଆପଣ କାହାକୁ ଆପଣଙ୍କର ମନ କଥା କହିବାକୁ ଚାହୁଁଛନ୍ତି ତେବେ ଦାମୀ ଉପହାର ବଦଳରେ ଯଦି ଗୋଟେ ଗୋଲାପ ଫୁଲ ଦିଅନ୍ତି ତା’ ହେଲେ ସେମାନେ ଅଧିକ ଖୁସି ହେବେ ।

ମହିଳାମାନେ ପୁରୁଷମାନଙ୍କର ପୋଷାକ ପରିଧାନକୁ ଦେଖି ଆକର୍ଷିତ ହୁଅନ୍ତି । କିନ୍ତୁ ସେ ଏହା କେବେ ଜଣାନ୍ତି ନାହିଁ । ସେଥି ପାଇଁ ସବୁ ପୁୁରୁଷମାନଙ୍କୁ ନିଜ ପୋଷାକ ପରିଧାନ ଉପରେ ଧ୍ୟାନ ଦେବା ନିହାତି ଦରକାର ।

କିଛି ଲୋକଙ୍କର ଭୁଲ ଧାରଣା ରହିଛି କି ଯେଉଁ ପୁରୁଷମାନେ ମହିଳାମାନଙ୍କର ପ୍ରଶଂସା କରନ୍ତି ମହିଳାମାନେ ଖାଲି ସେମାନଙ୍କୁ ପସନ୍ଦ କରନ୍ତି। କିନ୍ତୁ ତାହା ସଂପୂର୍ଣ୍ଣ ସତ୍ୟ ନୁହେଁ । ପ୍ରଶଂସା ସହ ଯେଉଁ ପୁରୁଷମାନେ ମହିଳାମାନଙ୍କର ଖରାପ ଗୁଣ ବିଷୟରେ ଜଣାଇ ତାକୁ ପରିବର୍ତ୍ତନ କରାଇବାକୁ କହିଥାନ୍ତି, ସେଭଳି ପୁରୁଷମାନଙ୍କୁ ମଧ୍ୟ ମହିଳାମାନେ ଅଧିକ ପସନ୍ଦ କରନ୍ତି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କଥା ହେବା ସମୟରେ ତାଙ୍କ ସାଥୀ ତାଙ୍କ କଥାକୁ କେତେ ଗୁରୁତ୍ୱ ଦେଉଛନ୍ତି, ସେଥିପ୍ରତି ମହିଳାମାନେ ଅଧିକ ଧ୍ୟାନ ଦେଇଥାନ୍ତି ।ସାଧାରଣତଃ ମହିଳାମାନେ ଭାବୁକ ହୋଇଥାନ୍ତି । ଯେଉଁ ପୁରୁଷମାନେ ସେମାନଙ୍କ ଭାବନାକୁ ବୁଝି ତାଙ୍କ ମନରେ କ’ଣ ଚାଲିଛି ତାହା ଜାଣିବାକୁ ଚେଷ୍ଟା କରିଥାନ୍ତି, ସେଭଳି ପୁରୁଷମାନଙ୍କୁ ଜୀବନସାଥୀ ଭାବେ ଚୟନ କରିବାକୁ ମହିଳାମାନେ ପସନ୍ଦ କରିଥାନ୍ତି ।

ମହିଳାଙ୍କୁ କାହିଁକି କୁହାଯାଏ ରହସ୍ୟମୟୀ,ଆସନ୍ତୁ ଜାଣିବା women pic

ପଢନ୍ତୁ ;

ଜିଓର ପୁଣି ଏକ ଆକର୍ଷଣୀୟ ଅଫର୍, ଏଣିକି ରିଚାର୍ଜ କଲେ ଗ୍ରାହକଙ୍କୁ ମିଳିବ ୪୦୦ଟଙ୍କା

 

Related posts

ଆସନ୍ତୁ ଜାଣିବା , ଶିଶୁଙ୍କ ବୁଦ୍ଧି ବଢାଇବା ପାଇଁ କେତେକ ତଥ୍ୟ

Krishna Kumar Manoj

ଅନେକ ଖାଦ୍ୟ ଅଛି ଯାହା ମଦ୍ୟପାନ ସମୟରେ ଖାଇଲେ ଆପଣଙ୍କର ମୃତ୍ୟୁ ସୁନିଶ୍ଚିତ ! ଜାଣନ୍ତୁ

Krishna Kumar Manoj

ଗରମ ଦିନେ କୁଲର ବ୍ୟବହାର କରୁଛନ୍ତି କି ? ତେବେ କିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More