SPORTS

ମହିଳା ଟି-୨୦ ବିଶ୍ଵକପ୍ : ସେମିରେ ଭାରତ

india

ୱେଷ୍ଟଇଣ୍ଡିଜରେ ଚାଲିଥିବା ମହିଳା ଟି-୨୦ ବିଶ୍ଵକପ୍ ରେ ଭାରତ କ୍ରମାଗତ ତୃତୀୟ ବିଜୟ ସହ ସେମି ଫାଇନାଲରେ ପ୍ରବେଶ କରିଛି। ପ୍ରଥମ ଦୁଇଟି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଓ ପାକିସ୍ତାନକୁ ହରାଇବା ପରେ ସ୍ପିନରଙ୍କ ଦମ୍‌ଦାର ବୋଲିଂ ପ୍ରଦର୍ଶନ ବଳରେ ଭାରତ ଗୁରୁବାର ତୃତୀୟ ମ୍ୟାଚ୍‌ରେ ଆୟର୍ଲାଣ୍ଡକୁ ବୃହତ୍‌ ୫୨ ରନରେ ପରାସ୍ତ କରି ଏହି ମେଗା ଇଭେଣ୍ଟରେ ଦ୍ୱିତୀୟ ଦଳ ଭାବେ ସେମି ଟିକେଟ ହାସଲ କରିଛି। ସ୍ଥାନୀୟ ପ୍ରୋଭିଡେନ୍ସ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ଟସ୍‌ ଜିତି ଆୟର୍ଲାଣ୍ଡ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା ।

india

ଭାରତ ଆୟର୍ଲାଣ୍ଡକୁ ୫୨ ରନରେ ହରାଇଥିଲା । ଗଏନାର ନେସନାଲ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୬ ୱିକେଟରେ ୧୪୫ ରନ୍ କରିଥିଲା । ଓପ୍ନର ମିତାଲି ୫୬ ବଲରୁ ୫୧ ରନ୍ ଏବଂ ମାନ୍ଧାନା ୩୩ ରନ୍ କରିଥିଲେ । ପରେ ଆୟର୍ଲାଣ୍ଡ ନିର୍ଦ୍ଧାରିତ ୨୦ ଓଭର ୮ ୱିକେଟ୍ ହରାଇ ୯୩ ରନ୍ କରି ପାରିଥିଲା । ଭାରତ ପକ୍ଷରୁ ରାଧା ଯାଦବ ୩ଟି ଏବଂ ଦୀପ୍ତି ଶର୍ମା ୨ଟି ୱିକେଟ୍ ଦଖଲ କରିଥିଲେ ।

ସୂଚନାଯୋଗ୍ୟ, ୨୦୧୦ ପରେ ଭାରତ ପ୍ରଥମଥର ସେମିଫାଇନାଲରେ ପହଞ୍ଚିଛି । ମିତାଲିଙ୍କୁ ପ୍ଲେୟାର ଅଫ୍ ମ୍ୟାଚ୍ ପୁରସ୍କାର ମିଳିଛି । ଗ୍ରୁପ୍ ‘ବି’ରେ ଥିବା ଭାରତ ୩ଟି ମ୍ୟାଚ୍ ଖେଳି ୩ଟି ବିଜୟ ସହ ଦ୍ବିତୀୟ ସ୍ଥାନରେ ରହିଛି । ଅଷ୍ଟ୍ରେଲିଆ ସମାନ ସଂଖ୍ୟକ ମ୍ୟାଚ୍ ଜିତିଥିଲେ ମଧ୍ୟ ରନ୍ ହାରରେ ଅଧିକ ଥିବାରୁ ପ୍ରଥମ ସ୍ଥାନରେ ଅଛି ।

ପଢନ୍ତୁ; ବିବାହ ପରେ ଦୀପ-ବୀରଙ୍କ ପ୍ରଥମ ଝଲକ, ସୋସିଆଲ ମିଡିଆରେ ହେଲା ଭାଇରାଲ

Related posts

ଅବିଶ୍ଵସନୀୟ ମାହୋଲ,ମୁଁ ବାକ୍ ଶୂନ୍ୟ: ସଚିନ୍‌ ତେନ୍ଦୁଲକର

ENO Beuro

ଅଫିସିଆଲ ସଙ୍ଗୀତ ଭିଡିଓରେ ଶାହରୁଖ୍‍ଙ୍କୁ ଶିଖାଇଲେ ରେହମାନ

ENO Beuro

ଡବ୍ଲ୍ୟୁଡବ୍ଲ୍ୟୁଇର ମହତ୍ଵପୂର୍ଣ୍ଣ ଘୋଷଣା : ‘ର’ ଏବଂ ‘ସ୍ମାକଡାଉନ’ ପ୍ରଥମ ଥର ହିନ୍ଦୀ କମେଣ୍ଟ୍ରି ସହିତ ହେବ ସିଧା ପ୍ରସାରଣ

ENO Beuro

Leave a Comment