SPORTS

ମହିଳା ଟି୨୦ ବିଶ୍ୱକପ: ପାକିସ୍ତାନକୁ ହରାଇଲା ଭାରତ

ମହିଳା ଟି ଟ୍ବେଣ୍ଟି ବିଶ୍ବକପରେ ଭାରତର ଲଗାତର ବିଜୟ। ରବିବାର ଅନୁଷ୍ଠିତ ଏକ ଲିଗ୍‌ ମ୍ୟାଚରେ ଭାରତ ୭ ଉଇକେଟରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ପରାସ୍ତ କରିଛି। ଭାରତୀୟ ମହିଳା କ୍ରିକେଟ୍‌ ଦଳର ଅନ୍ୟତମ ବରିଷ୍ଠ ଖେଳାଳି ମିତାଲି ରାଜ୍‌ଙ୍କ ଅର୍ଦ୍ଧଶତକ ବଳରେ ଏହା ସମ୍ଭବ ହୋଇପାରିଛି । ତେବେ ସେ ୪୭ ବଲ୍‌ ଖେଳି ୭ଟି ଚୌକା ସାହାଯ୍ୟରେ ୫୬ ରନ୍‌ କରିବା ଯେତିକି ଚର୍ଚ୍ଚିତ ନଥିଲା, ଚର୍ଚ୍ଚାରେ ଥିଲା ଭାରତ ବିନା ବଲ୍‌ରେ ୧୦ ରନ୍‌ରୁ ଖେଳ ଆରମ୍ଭ କରିବା।

women

ଭାରତୀୟ ଦଳର ଅଧିନାୟିକା ହରମନପ୍ରୀତ କୌର ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୩୦ ରନରେ ୩ଟି ଉଇକେଟ ହରାଇଥିଲେ ହେଁ ୪ର୍ଥ ଉଇକେଟ ଯୋଡ଼ିରେ ବିସ୍‌ମା ମାରୁଫ ଓ ନିଦା ଦରଙ୍କ ୯୩ ରନର ଭାଗୀଦାରି ଯୋଗୁ ସମ୍ମାନଜନକ ସ୍କୋର ଆଡ଼କୁ ମୁହାଁଇଥିଲା।

ମାତ୍ର ଶେଷଭାଗ ବ୍ୟାଟିଂ ବିପର୍ଯ୍ୟୟଯୋଗୁ ଦଳୀୟ ଇନିଂସ ୨୦ ଓଭରରେ ୧୩୩/୭ରେ ସୀମିତ ରହିଥିଲା। ବିସ୍‌ମା ୪୯ ବଲ୍‌ରୁ ୫୩ ଓ ନିଦା ୩୫ ବଲ୍‌ରୁ ଦ୍ରୁତ ୫୨ ରନ ସ୍କୋର କରିଥିଲେ। ଭାରତୀୟ ବୋଲରଙ୍କ ମଧ୍ୟରେ ଦୟଲାନ ହେମଲତା ଓ ପୁନମ ଯାଦବ ୨ଟି ଲେଖାଏ ଏବଂ ଅରୁନ୍ଧତୀ ରେଡ୍ଡୀ ଗୋଟିଏ ଉଇକେଟ ନେଇଥିଲେ।

ପଢନ୍ତୁ;  କେନ୍ଦ୍ରମନ୍ତ୍ରୀ ଅନନ୍ତ କୁମାରଙ୍କ ପରଲୋକ

Related posts

କ୍ରିକେଟର ସାହିଦ ଆଫ୍ରିଦିଙ୍କ ବୟାନ: ପାକିସ୍ଥାନର କାଶ୍ମୀର ଦରକାର ନାହିଁ

ENO Beuro

ପୂର୍ବତନ ପାକିସ୍ତାନୀ ବୋଲର ଓ୍ଵାସିମ୍‌ ଆକ୍ରମ : କୋହଲିଙ୍କ ସାମ୍ନାରେ ମତେ ବୋଲିଂ କରିବାରେ ଅସୁବିଧା ହେବ

ENO Beuro

ବିଶ୍ଵକପ ହକି ପାଇଁ ଓଡିଆ ଗୀତ ଗାଇଲେ ମିକା ସିଂହ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More