ଶୁକ୍ରବାରଠାରୁ ଆଇସିସି ମହିଳା ଟ୍ବେଣ୍ଟି-୨୦ ବିଶ୍ୱକପ୍ ଆରମ୍ଭ ହୋଇଛି। ଭାରତୀୟ ଦଳ ମଧ୍ୟ ନିଜର ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ହରାଇ ୩୪ ରନ୍ରେ ହରାଇ ଅଭିଯାନ ଆରମ୍ଭ କରିଛି। ଅଧିନାୟିକା ହରମନପ୍ରୀତ୍ କୌରଙ୍କ ପ୍ରଥମ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ଶତକ ବଳରେ ଭାରତ ୫ ୱିକେଟ୍ ବିନିମୟରେ ୧୯୪ ରନ୍ କରିଥିଲା। ୩୩ ବଲରୁ ଅର୍ଧଶତକ ପୂର୍ଣ୍ଣ କରିଥିଲେ ମଧ୍ୟ ପରବର୍ତୀ ୧୬ ବଲରୁ ଦ୍ବିତୀୟ ୫୦ ରନ୍ ଯୋଡ଼ିଥିଲେ।
୧୯୫ ରନ୍ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ନ୍ୟୁଜିଲ୍ୟାଣ୍ଡ ଟିମ୍ ନିର୍ଦ୍ଧାରିତ ଓଭରରେ ୯ ୱିକେଟ୍ ହରାଇ ୧୬୦ ରନ୍ କରିବାକୁ ସମର୍ଥ ହୋଇଥିଲା। ସୁଜି ବେଟ୍ସ ଓ କାଟି ମାର୍ଟିନଙ୍କ ବ୍ୟତୀତ ଅନ୍ୟମାନେ ଭାରତୀୟ ବୋଲରଙ୍କୁ ଖେଳି ପାରି ନଥିଲେ। ସୁଜି ୫୦ ବଲ୍ରେ ୬୭ ରନ୍ କରି ଥିଲେ। କାର୍ଟି ମାର୍ଟିନ ୨୫ ବଲ୍ରେ ୩୯ ରନ୍ କରିଥିଲେ।
ଭାରତ ପକ୍ଷରୁ ଅରୁନ୍ଧତି ରେଡ୍ଡି, ଦୀପ୍ତି ଶର୍ମା, ଦୟାଲାନ ହେମଲତା, ପୁନମ ଯାଦବ ଗୋଟିଏ ଲେଖାଏ ୱିକେଟ୍ ନେଇଥିବା ବେଳେ ରାଧା ଯାଦବ ୨ଟି ୱିକେଟ୍ ନେଇଥିଲେ। ଭାରତ ତା’ର ପରବର୍ତ୍ତୀ ମ୍ୟାଚ୍ ଆସନ୍ତାକାଲି ପାକିସ୍ତାନ ବିପକ୍ଷରେ ଖେଳିବ।
ପଢନ୍ତୁ; ଘରେ ଭଗବାନଙ୍କର କେଉଁଭଳି ମୂର୍ତ୍ତି ରଖିଲେ ଶୁଭଫଳ ମିଳିଥାଏ? ଜାଣନ୍ତୁ