Loading...

ଇସ୍ରାଏଲ୍‌ ଆକ୍ରମଣ କରିଥିବା ହମାସ୍‌ ଜିତିବାରେ ଆମେରିକା ଏକ ବଡ ପ୍ରତିବନ୍ଧକ

ଇସ୍ରାଏଲ୍‌ ଆକ୍ରମଣ କରିଥିବା ହମାସ୍‌ ଜିତିବାରେ ଆମେରିକା ଏକ ବଡ ପ୍ରତିବନ୍ଧକ

ହମାସ୍‌ ଓ ପୁଟିନ୍‌ଙ୍କୁ ବିଜୟମଣ୍ଡିତ କରାଇ ଦେବୁ ନାହିଁ ବୋଲି ଗୁରୁବାର ଦିନ ଓଭାଲ୍‌ ଅଫିସ୍‌ରୁ ଜାତି ଉଦ୍ଦେଶ୍ୟରେ ଦେଇଥିବା ଉଦ୍‌ବୋଧନ ଶେଷରେ ରାଷ୍ଟ୍ରପତି ଜୋ ବାଇଡେନ୍‌ ପ୍ରତିଜ୍ଞା କରିଛନ୍ତି।

ହମାସ୍‌ ଓ ପୁଟିନ୍‌ଙ୍କୁ ବିଜୟମଣ୍ଡିତ କରାଇ ଦେବୁ ନାହିଁ ବୋଲି ଗୁରୁବାର ଦିନ ଓଭାଲ୍‌ ଅଫିସ୍‌ରୁ ଜାତି ଉଦ୍ଦେଶ୍ୟରେ ଦେଇଥିବା ଉଦ୍‌ବୋଧନ ଶେଷରେ ରାଷ୍ଟ୍ରପତି ଜୋ ବାଇଡେନ୍‌ ପ୍ରତିଜ୍ଞା କରିଛନ୍ତି।ରାଷ୍ଟ୍ରପତି ବାଇଡେନ୍‌ କହିଲେ, ହମାସ୍‌ ଓ ପୁଟିନ୍‌ଙ୍କ ଆତଙ୍କ ଓ ସ୍ବେଚ୍ଛାଚାର ପୃଥକ୍‌ ବିପଦର ପ୍ରତିନିଧିତ୍ବ କଲେ ମଧ୍ୟ ସେମାନଙ୍କ ଉଦ୍ଦେଶ୍ୟରେ ସମାନତା ରହିଛି। ଉଭୟ ପଡ଼ୋଶୀ ରାଷ୍ଟ୍ରମାନଙ୍କର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣରୂପେ ନଷ୍ଟ କରିବାକୁ ଚାହାନ୍ତି।

ଗାଜା ଷ୍ଟ୍ରିପ୍‌ରେ ଥାଇ ଚଳିତ ଅକ୍ଟୋବର ୭ରେ ଇସ୍ରାଏଲ୍‌ ଆକ୍ରମଣ କରିଥିବା ହମାସ୍‌ ଆତଙ୍କବାଦୀ ଓ ୨୦୨୨ ଫେବ୍ରୁଆରିରେ ୟୁକ୍ରେନ୍‌ ଆକ୍ରମଣ କରିଥିବା ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନଙ୍କ କାର୍ଯ୍ୟନୁଷ୍ଠାନକୁ ଉଦ୍ଦେଶ୍ୟ କରି ବାଇଡେନ୍‌ ଉପରୋକ୍ତ ଟିପ୍ପଣୀ ଦେଇଛନ୍ତି।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.