Loading...

ଶ୍ରୀପଞ୍ଚମୀ ପୂର୍ବରୁ ରଥଯାତ୍ରା ପାଇଁ ପୁରୀ ଆସିଲା କାଠ

ଶ୍ରୀପଞ୍ଚମୀ ପୂର୍ବରୁ ରଥଯାତ୍ରା ପାଇଁ ପୁରୀ ଆସିଲା କାଠ

ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥନିର୍ମାଣ ନିମନ୍ତେ କାଲି ଦଶପଲ୍ଲାରୁ ପ୍ରଥମ ପର୍ଯ୍ୟାୟ ରଥକାଠ ପୁରୀ ପଠାଯାଇଛି। ପାରମ୍ପରିକ ରୀତି- ନୀତି ଅନୁଯାୟୀ ପ୍ରଭୁ ମହାବୀରଙ୍କ ମନ୍ଦିର ସମ୍ମୁଖରେ କାଠବୋଝେଇ ତିନୋଟି ଟ୍ରକ ରଖାଯାଇଥିଲା।

ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥନିର୍ମାଣ ନିମନ୍ତେ କାଲି ଦଶପଲ୍ଲାରୁ ପ୍ରଥମ ପର୍ଯ୍ୟାୟ ରଥକାଠ ପୁରୀ ପଠାଯାଇଛି। ପାରମ୍ପରିକ ରୀତି- ନୀତି ଅନୁଯାୟୀ ପ୍ରଭୁ ମହାବୀରଙ୍କ ମନ୍ଦିର ସମ୍ମୁଖରେ କାଠବୋଝେଇ ତିନୋଟି ଟ୍ରକ ରଖାଯାଇଥିଲା। ଏଥିରେ ୩୩ ଖଣ୍ଡ ଧଉରା ଏବଂ ୭୨ ଖଣ୍ଡ ଅସନ କାଠ ଲଗ୍ ରହିଛି । ସେଥିମଧ୍ୟରୁ ଅସନ ୧୨ଫୁଟିଆ ୧୮ଖଣ୍ଡ ଏବଂ ୨୦ଫୁଟିଆ ୧୫ ଖଣ୍ଡ ରହିଛି । ସେହିପରି ଧଉରା ୧୨ଫୁଟିଆ ୪୪ ଖଣ୍ଡ ଏବଂ ୨୦ ଫୁଟିଆ ୨୭ ଖଣ୍ଡ କାଠ ରଖାଯିବା ପରେ ବିଶେଷ ପୂଜାର୍ଚ୍ଚନା ପରେ ଗାଡି ଗୁଡିକ ପୁରୀ ଅଭିମୁଖେ ଆରମ୍ଭ କରିଥିଲା ।ସେହିପରି ମଧ୍ୟାହ୍ନରେ ନୟାଗଡ ପୁରୁଣା ସହରରେ ଥିବା ଜଗନ୍ନାଥ ମନ୍ଦିର ନିକଟରେ ଡି.ଏଫ୍.ଓ ଏବଂ ଅନ୍ୟ ବନବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା କରାଯିବା ପରେ ପୁରୀ ଅଭିମୁଖେ କାଠ ବୋଝେଇ ଟ୍ରକ୍ ବାହାରିବ । ପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ନିମନ୍ତେ ନୟାଗଡ ବନଖଣ୍ଡର ଦଶପଲ୍ଲା ବନାଞ୍ଚଳରୁ ଚଳିତବର୍ଷ ୭୪୭ ଖଣ୍ଡ କାଠ ଯୋଗାଇଦିଆଯିବାପାଇଁ ଶ୍ରୀମନ୍ଦିର ପ୍ରଶାସନ ଅନୁରୋଧ କରିଥିଲେ । ପରମ୍ପରା ଅନୂଯାୟୀ ସରସ୍ବତୀ ପୂଜା ପୂର୍ବରୁ ପ୍ରଥମ ରଥକାଠ ପୁରୀ ରଥଖଳାରେ ପହଞ୍ଚିବାପାଇଁ ନିୟମ ରହିଛି । 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.