• Home
  • News
  • ବିଶ୍ଵ ବ୍ୟାଙ୍କ ଇଜ ଅଫ ଡୁଇଙ୍ଗ ବିଜନେସ ତାଲିକାରେ ଭାରତ ସ୍ଥାନ ବୃଦ୍ଧି ହେବ
News

ବିଶ୍ଵ ବ୍ୟାଙ୍କ ଇଜ ଅଫ ଡୁଇଙ୍ଗ ବିଜନେସ ତାଲିକାରେ ଭାରତ ସ୍ଥାନ ବୃଦ୍ଧି ହେବ

ବିଶ୍ଵ ବ୍ୟାଙ୍କ ଇଜ ଅଫ ଡୁଇଙ୍ଗ ବିଜନେସ ତାଲିକାରେ ଭାରତ ସ୍ଥାନ ଆହୁରି ଉଠିବ । ଆଗାମୀ ବର୍ଷରେ ଦେଶକୁ ବଡ ସଫଳତା ମିଳିବ । ଏକକ ପରୋକ୍ଷ ଟିକସ ବ୍ୟବସ୍ଥା ଜିଏସଟି ହିଁ ଏଥିରେ ସହାୟକ ହେବ ବୋଲି ବିଭିନ୍ନ ବ୍ୟାଙ୍କ ପକ୍ଷରୁ ଆଶାପ୍ରକାଶ ପାଇଛି ।

ୟେସ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ରାଣା କପୁର ଏକ ବିବୃତିରେ କହିଛନ୍ତି, ବିଶ୍ଵ ବ୍ୟାଙ୍କର ପରବର୍ତ୍ତୀ ମୂଲ୍ୟାୟନ ତାଲିକାରେ ଭାରତର ଜିଏସଟି ସ୍ଥାନ ପାଇବ । ଚଳିତବର୍ଷ ଏହା ସ୍ଥାନ ପାଇନାହିଁ । ତେଣୁ ଆସନ୍ତା ବର୍ଷା ଭରତ ଆଉ ଏକ ବିଶାଳ ଲମ୍ଫ ମାରିବ ବୋଲି ସେ ଦୃଢ ଆଶାପୋଷଣ କରିଛନ୍ତି । ଏକ୍ସିସ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଶିଖା ଶର୍ମାଙ୍କ କହିବା ଅନୁଯାୟୀ ଅର୍ଥନୀତି ପାଇଁ ଜିଏସଟି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହାବ୍ୟତୀତ ଲାଇସେନ୍ସ ପ୍ରଦାନ ଓ ଟିକସ ଢାଞ୍ଚାଗୁଡିକୁ ସରଳ କରିବାକୁ ମଧ୍ୟ ପଦକ୍ଷେପ ନିଆଯାଇଛି । ଏହାଦ୍ୱାରା ନିବେଶ ଓ ବ୍ୟବସାୟ ନିମନ୍ତେ ଭାରତ ଅଧିକ ଅନୁକୂଳ ରାଷ୍ଟ୍ର ପାଲଟିବ । କେପିଏମଜି ପାର୍ଟନର ନିୟଲ ବର୍ମା ଦର୍ଶାଇଛନ୍ତି ଯେ , ଚଳିତବର୍ଷ ବିଶ୍ଵ ବ୍ୟାଙ୍କର ଇଜ ଅଫ ଡୁଇଙ୍ଗ ବିସିନେସ ମୂଲ୍ୟାୟନରେ ଭାରତର ଜିଏସଟି ସଂସ୍କରକୁ ବିଚାରକୁ ନିଆଯାଇ ନାହିଁ । ଆସନ୍ତା ବର୍ଷ ଏହାକୁ ବିଚାରକୁ ନିଆଗଲେ ଭାରତକୁ ବଡ ସଫଳତା ମିଳିବ । ତେବେ ବ୍ୟବସାୟ ଆରମ୍ଭ , ସୀମାପର ବ୍ୟବସାୟ ଓ ଜମି ଅଧିଗ୍ରହଣ କ୍ଷେତ୍ରରେ ଭାରତ ସରକାର ସଂସ୍କାର ପ୍ରକ୍ରିୟା ଜାରି ରଖିବା ମଧ୍ୟ ଜରୁରୀ ବୋଲି ସେ ମତ ଦେଇଛନ୍ତି ।

ପିଡବ୍ଲ୍ୟୁସି ଅନୁଯାୟୀ କେନ୍ଦ୍ର , ରାଜ୍ୟ ଓ ସହର ପ୍ରଶାସନ ଦ୍ଵାରା ନିଆଯାଇଥିବା ମିଳିତ ଉଦ୍ୟମର ଏହା ପ୍ରତିଫଳନ । ଭାରତକୁ ମିଳିଥିବା ଏହି ସଦ୍ୟତମ ସଫଳତା ଯୋଗୁ ଅନେକ ଅର୍ଥନୈତିକ କରିଡରକୁ ଭାରତ ଅଭିମୁଖେ ଟାଣିବ ।

ବିଶ୍ଵ ବ୍ୟାଙ୍କ ଇଜ ଅଫ ଡୁଇଙ୍ଗ ବିଜନେସ ତାଲିକାରେ ଭାରତ ସ୍ଥାନ ବୃଦ୍ଧି ହେବ   ବିଶ୍ଵ ବ୍ୟାଙ୍କ ଇଜ ଅଫ ଡୁଇଙ୍ଗ ବିଜନେସ ତାଲିକାରେ ଭାରତ ସ୍ଥାନ ବୃଦ୍ଧି ହେବ

Related posts

ପ୍ରଫେସର ଗଣେଶୀ ଲାଲ ହେଲେ ଓଡ଼ିଶାର ନୂଆ ରାଜ୍ୟପାଳ

Krishna Kumar Manoj

ସାଲେପୁର ଦୁଷ୍କର୍ମ ଘଟଣା : ଜେଲରେ ଅଭିଯୁକ୍ତଙ୍କ ଆତ୍ମହତ୍ୟା ଉଦ୍ୟମ

Krishna Kumar Manoj

ରାଜଧାନୀ ଭୁବନେଶ୍ୱରର ଅବସ୍ଥିତି ଖୋର୍ଦ୍ଧା ଜିଲ୍ଲାକୁ ମିଳିଛି ଶ୍ରେଷ୍ଠ ଜିଲ୍ଲାର ମାନ୍ୟତା

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More