News

ବିଶ୍ଵ ବ୍ୟାଙ୍କ ଇଜ ଅଫ ଡୁଇଙ୍ଗ ବିଜନେସ ତାଲିକାରେ ଭାରତ ସ୍ଥାନ ବୃଦ୍ଧି ହେବ

By Krishna Kumar Manoj

November 02, 2017

ବିଶ୍ଵ ବ୍ୟାଙ୍କ ଇଜ ଅଫ ଡୁଇଙ୍ଗ ବିଜନେସ ତାଲିକାରେ ଭାରତ ସ୍ଥାନ ଆହୁରି ଉଠିବ । ଆଗାମୀ ବର୍ଷରେ ଦେଶକୁ ବଡ ସଫଳତା ମିଳିବ । ଏକକ ପରୋକ୍ଷ ଟିକସ ବ୍ୟବସ୍ଥା ଜିଏସଟି ହିଁ ଏଥିରେ ସହାୟକ ହେବ ବୋଲି ବିଭିନ୍ନ ବ୍ୟାଙ୍କ ପକ୍ଷରୁ ଆଶାପ୍ରକାଶ ପାଇଛି ।

ୟେସ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ରାଣା କପୁର ଏକ ବିବୃତିରେ କହିଛନ୍ତି, ବିଶ୍ଵ ବ୍ୟାଙ୍କର ପରବର୍ତ୍ତୀ ମୂଲ୍ୟାୟନ ତାଲିକାରେ ଭାରତର ଜିଏସଟି ସ୍ଥାନ ପାଇବ । ଚଳିତବର୍ଷ ଏହା ସ୍ଥାନ ପାଇନାହିଁ । ତେଣୁ ଆସନ୍ତା ବର୍ଷା ଭରତ ଆଉ ଏକ ବିଶାଳ ଲମ୍ଫ ମାରିବ ବୋଲି ସେ ଦୃଢ ଆଶାପୋଷଣ କରିଛନ୍ତି । ଏକ୍ସିସ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଶିଖା ଶର୍ମାଙ୍କ କହିବା ଅନୁଯାୟୀ ଅର୍ଥନୀତି ପାଇଁ ଜିଏସଟି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହାବ୍ୟତୀତ ଲାଇସେନ୍ସ ପ୍ରଦାନ ଓ ଟିକସ ଢାଞ୍ଚାଗୁଡିକୁ ସରଳ କରିବାକୁ ମଧ୍ୟ ପଦକ୍ଷେପ ନିଆଯାଇଛି । ଏହାଦ୍ୱାରା ନିବେଶ ଓ ବ୍ୟବସାୟ ନିମନ୍ତେ ଭାରତ ଅଧିକ ଅନୁକୂଳ ରାଷ୍ଟ୍ର ପାଲଟିବ । କେପିଏମଜି ପାର୍ଟନର ନିୟଲ ବର୍ମା ଦର୍ଶାଇଛନ୍ତି ଯେ , ଚଳିତବର୍ଷ ବିଶ୍ଵ ବ୍ୟାଙ୍କର ଇଜ ଅଫ ଡୁଇଙ୍ଗ ବିସିନେସ ମୂଲ୍ୟାୟନରେ ଭାରତର ଜିଏସଟି ସଂସ୍କରକୁ ବିଚାରକୁ ନିଆଯାଇ ନାହିଁ । ଆସନ୍ତା ବର୍ଷ ଏହାକୁ ବିଚାରକୁ ନିଆଗଲେ ଭାରତକୁ ବଡ ସଫଳତା ମିଳିବ । ତେବେ ବ୍ୟବସାୟ ଆରମ୍ଭ , ସୀମାପର ବ୍ୟବସାୟ ଓ ଜମି ଅଧିଗ୍ରହଣ କ୍ଷେତ୍ରରେ ଭାରତ ସରକାର ସଂସ୍କାର ପ୍ରକ୍ରିୟା ଜାରି ରଖିବା ମଧ୍ୟ ଜରୁରୀ ବୋଲି ସେ ମତ ଦେଇଛନ୍ତି ।

ପିଡବ୍ଲ୍ୟୁସି ଅନୁଯାୟୀ କେନ୍ଦ୍ର , ରାଜ୍ୟ ଓ ସହର ପ୍ରଶାସନ ଦ୍ଵାରା ନିଆଯାଇଥିବା ମିଳିତ ଉଦ୍ୟମର ଏହା ପ୍ରତିଫଳନ । ଭାରତକୁ ମିଳିଥିବା ଏହି ସଦ୍ୟତମ ସଫଳତା ଯୋଗୁ ଅନେକ ଅର୍ଥନୈତିକ କରିଡରକୁ ଭାରତ ଅଭିମୁଖେ ଟାଣିବ ।