Spread the loveବିଶ୍ଵପ୍ରସିଦ୍ଧ ବରଗଡ ଧନୁଯାତ୍ରାର କଂସ ଭୂମିକା ପାଇଁ ଆଜି ପ୍ରାର୍ଥୀ ଚୟନ କରାଯିବ । ବରଗଡ଼ ଡିପିଇପି ହଲରେ ହେବାକୁଥିବା ଏହି ଚୟନ ପ୍ରକ୍ରିୟାରେ ଭାଗନେବେ ୨୪ଜଣରୁ ଅଧିକ ପ୍ରତିଯୋଗୀ... ବିଶ୍ଵପ୍ରସିଦ୍ଧ ବରଗଡ ଧନୁଯାତ୍ରାର କଂସ ଭୂମିକା ପାଇଁ ଆଜି ପ୍ରାର୍ଥୀ ଚୟନ ଅଡିସନ
Spread the love

ବିଶ୍ଵପ୍ରସିଦ୍ଧ ବରଗଡ ଧନୁଯାତ୍ରାର କଂସ ଭୂମିକା ପାଇଁ ଆଜି ପ୍ରାର୍ଥୀ ଚୟନ କରାଯିବ । ବରଗଡ଼ ଡିପିଇପି ହଲରେ ହେବାକୁଥିବା ଏହି ଚୟନ ପ୍ରକ୍ରିୟାରେ ଭାଗନେବେ ୨୪ଜଣରୁ ଅଧିକ ପ୍ରତିଯୋଗୀ । ଧନୁଯାତ୍ରା କମିଟିର ସଦସ୍ୟ ଏବଂ ଜନସାଧାରଣଙ୍କ ଉପସ୍ଥିତିରେ ଆଶାୟୀ ଅଭିନେତାମାନେ ନିଜ ପ୍ରତିଭା ପ୍ରଦର୍ଶନ କରିବେ ।

ଆସନ୍ତା ଡିସେମ୍ବର ୨୩ ତାରିଖରୁ ଆରମ୍ଭ ହେବ ବରଗଡ଼ ଧନୁଯାତ୍ରା । ୧୧ ଦିନ ଧରି ମୁକ୍ତ ମଂଚରେ ଅଭିନୀତ ହେବ ଧନୁଯାତ୍ରାର ମନୋରମ ଦୃଶ୍ୟ । ତେବେ ଚଳିତ ବର୍ଷ କିଏ କଂସ ଭୂମିକାରେ ଅଭିନୟ କରିବେ, ସେନେଇ କମିଟି ନିଷ୍ପତି ନେଇନଥିବା ବେଳେ, କିଏ ଏହି ଭୂମିକାରେ ଅଧିକ ଲୋକପ୍ରିୟ ଏବଂ କାହାକୁ କଂସ ଭୂମିକାରେ ବରଗଡ଼ବାସୀ ଦେଖିବାକୁ ଚାହୁଁଛନ୍ତି ସେନେଇ ହୋଇଛି ମତଦାନ । ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ରହିଛନ୍ତି ୮ବର୍ଷ ଧରି କଂସ ଭୂମିକା ନିର୍ବାହ କରୁଥିବା ହୃଷିକେଶ ଭୋଇ ଓ ଦୀର୍ଘ ୨୩ ବର୍ଷ ଧରି କଂସ ଭୂମିକାରେ ଅଭିନୟ କରିଥିବା ଗୋପାଳ ସାହୁ ।

ଏ ପର୍ଯ୍ୟନ୍ତ ମିଳିଥିବା ସୂଚନା ମୁତବକ, କଂସ ଭୂମିକା ପାଇଁ ୨୦ ଜଣ ପ୍ରାର୍ଥୀ ହୋଇଥିବାବେଳେ ସର୍ବାଧିକ ୮୮୯ ଖଣ୍ଡ ଭୋଟ୍ ପାଇଛନ୍ତି ଗୋପାଳ ସାହୁ ଆଗରେ ରହିଛନ୍ତି । ସେହିପରି ଦ୍ୱିତୀୟ ସ୍ଥାନରେ ରହିଲେ ହୃଷୀକେଶ ଭୋଇ ।

କଂସ ଚରିତ୍ର ପାଇଁ ଆବଶ୍ୟକୀୟ ଯୋଗ୍ୟତା :-

  • ଭଲ ସଂଳ୍ପାପ କହିପାରୁଥିବେ
  • ଶରୀର ଗଠନ ପୃଥଳ ତଥା କଂସ ଭୂମକା ଲାଗି ଯଥାର୍ଥ ହୋଇଥିବା ଆବଶ୍ୟକ
  • ଧର୍ମ ଓ ଆଧ୍ୟାତ୍ମିକତା ସମ୍ପର୍କରେ ଜ୍ଞାନ ଥିବା ଆବଶ୍ୟକ
  • ଦୀର୍ଘ ସମୟ ଧରି ଉତ୍ତମ ମାନସିକତାରେ ଉଚିତ୍‌ ନିର୍ଣ୍ଣୟ ନେଇପାରୁଥିବେ
  • ନିଜ ଭାଷା ଜ୍ଞାନ ଉପରେ ନିୟନ୍ତ୍ରଣ ରଖିପାରୁଥିବେ

ବିଶ୍ଵପ୍ରସିଦ୍ଧ ବରଗଡ ଧନୁଯାତ୍ରାର କଂସ ଭୂମିକା ପାଇଁ ଆଜି ପ୍ରାର୍ଥୀ ଚୟନ ଅଡିସନ

ପଢନ୍ତୁ, ପାସପୋର୍ଟ ପାଇଁ ଆଉ ବାରମ୍ବାର ଆସିବାକୁ ପଡିବନି ରାଜଧାନୀ ଭୁବନେଶ୍ଵର

Your email address will not be published. Required fields are marked *