• Home
  • SPORTS
  • ବିଶ୍ୱ ହକି ଲିଗ୍‌ ଫାଇନାଲ ପାଇଁ ଭାରତୀୟ ହକି ଦଳରେ ସ୍ଥାନ ପାଇଲେ ତିନିଜଣ ଓଡିଆ
SPORTS

ବିଶ୍ୱ ହକି ଲିଗ୍‌ ଫାଇନାଲ ପାଇଁ ଭାରତୀୟ ହକି ଦଳରେ ସ୍ଥାନ ପାଇଲେ ତିନିଜଣ ଓଡିଆ

ଭୁବନେଶ୍ୱର ଡିସେମ୍ବରରୁ ୧ ରୁ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ହକି ଲିଗ୍‌ ଫାଇନାଲ ପାଇଁ ଆଜି ଭାରତୀୟ ଦଳ ବିବେଚିତ ହୋଇଛି । ଦୀପସାନ ତିର୍କି, ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ  ନାମକ ତିନିଜଣ ଓଡିଆ ଭାରତୀୟ ହକି ଦଳରେ ସ୍ଥାନ ପାଇଛନ୍ତି ।  ଡିସେମ୍ବର ୧ରୁ ୧୦ ଯାଏ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ବିଶ୍ୱ ହକି ଲିଗ୍ ଆୟୋଜିତ ହେବ ।

ସୂଚନାଯୋଗ୍ୟ, କଳିଙ୍ଗ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବାକୁ ଥିବା ପୁରୁଷ ହକି ବିଶ୍ୱ କପ୍‌ ଓ ବିଶ୍ୱ ହକି ଲିଗ୍‌ ମ୍ୟାଚରେ ବିଶ୍ୱର ୮ଟି ଦେଶ ଏହି କପ ଖେଳିବେ । ଯେଉଁଥିରେ ଭାରତ ସମେତ ନେଦରଲ୍ୟାଣ୍ଡ, ଆର୍ଜେଣ୍ଟିନା, ଇଂଲଣ୍ଡ,  ବେଲଜିୟମ, ଜର୍ମାନୀ, ଅଷ୍ଟ୍ରେଲିଆ ଓ ସ୍ପେନ ରହିଛି । ଖେଳର ପ୍ରଥମ ଦିନ ଭାରତୀୟ ହକି ଟିମ୍‌ ମନପ୍ରୀତ ସିଂହଙ୍କ ନେତୃତ୍ୱରେ ପଡ଼ିଆକୁ ଓହ୍ଲାଇବ ଓ ପ୍ରଥମ ମ୍ୟାଚ୍‌ରେ ଭାରତ ଅଷ୍ଟ୍ରେଲିଆକୁ ଭେଟିବ ।

ଷ୍ଟାଡିୟମ୍‌ରେ ଦୁଇଟି ଗ୍ୟାଲେରୀ ନିର୍ମାଣ କରାଯାଇଛି । ଏକା ସାଙ୍ଗରେ ୨୦ ହଜାର ଦର୍ଶକ ଏହି ଗ୍ୟାଲେରୀରେ ବସି ଖେଳ ଦେଖିବାର ବନ୍ଦୋବସ୍ତ କରାଯାଇଛି । ଆସନ୍ତା ୨୦୧୭ ଡିସେମ୍ବର ମାସରେ ବିଶ୍ୱ ହକି ଲିଗ୍‌ ମ୍ୟାଚ୍ ଓ ୨୦୧୮ ନଭେମ୍ବରରେ ହକି ବିଶ୍ୱ କପ୍‌ ମ୍ୟାଚ୍‌ ଖେଳାଯିବ ।

ବିଶ୍ୱ ହକି ଲିଗ୍‌ ଫାଇନାଲ ପାଇଁ ଭାରତୀୟ ହକି ଦଳରେ ସ୍ଥାନ ପାଇଲେ ତିନିଜଣ ଓଡିଆ  ବିଶ୍ୱ ହକି ଲିଗ୍‌ ଫାଇନାଲ ପାଇଁ ଭାରତୀୟ ହକି ଦଳରେ ସ୍ଥାନ ପାଇଲେ ତିନିଜଣ ଓଡିଆ

ପଢନ୍ତୁ, ପାରାଦୀପରେ ୧୦ ହଜାର ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ଆଣୂଛନ୍ତି ସରକାର

Related posts

ଏସିଆନ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ : ଭାରତକୁ ଉତ୍କଣ୍ଠାପୂର୍ଣ୍ଣ ବିଜୟ ଭେଟି ଦେଇଛନ୍ତିି ପିଭି ସିନ୍ଧୁ

Krishna Kumar Manoj

Odisha Weightlifters Sneha & Jhilli Bag Gold At Gold Coast Commonwealth Games

Krishna Kumar Manoj

ବେଙ୍ଗାଲୁରୁକୁ ୪୬ ରନରେ ହରାଇ ପ୍ରଥମ ବିଜୟ ହାସଲ କଲା ମୁମ୍ବାଇ!

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More