News

ଇସ୍ରୋକୁ ପ୍ରଶଂସା କଲା ଜାତୀୟ ଗଣମାଧ୍ୟମ

Is 750x430

ଭାରତର ମହତ୍ତ୍ୱାକାଂକ୍ଷୀ ମିଶନ୍ ଚନ୍ଦ୍ରଯାନ-୨ ଶୁକ୍ରବାର ମଧ୍ୟରାତ୍ରରେ ଚନ୍ଦ୍ରଠାରୁ ମାତ୍ର ୨.୧ କି.ମି. ଦୂରତାରେ ହିଁ ଥିବାବେଳେ ସଂପର୍କ ଛିନ୍ନ ହୋଇ ଯାଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ବୈଜ୍ଞାନିକ ମାନେ ବିକ୍ରମ ଏବଂ ପ୍ରଜ୍ଞାନ ଲ୍ୟାଣ୍ଡର ସହ ସଂପର୍କ କରିବା ପାଇଁ ଅହରହ ଚେଷ୍ଟା ଚଲାଇଛନ୍ତି କିନ୍ତୁ ଏହା ଯଦି ସକ୍ରିୟ ହୁଏ ତେବେ କୌଣସି ଚମତ୍କାର ଠାରୁ ଏହା କମ୍ ହେବନି ।

Chandrayaan 660x450 090719051311

ଭାରତକୁ ଏହି ମିଶନ୍ ରୁ ଝଟକା ମିଳିବା ପରେ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଇସ୍ରୋର ଖୁବ୍ ପ୍ରଶଂସା କରାଯାଉଛି । ଆମେରିକା ମାଗେଜିନ୍ ୱାୟାର୍ଡ ଅନୁସାରେ ଏହି ମିଶନ୍ ରେ ଏବେ ସବୁକିଛି ଶେଷ ହୋଇନାହିଁ ।

ଅନ୍ତର୍ଜାତୀୟ ଗଣମାଧ୍ୟମ ଏବେ ଇସ୍ରୋର ଖୁବ୍ ପ୍ରଶଂସା କରି କହୁଛି ଯେ ଇସ୍ରୋ ଚନ୍ଦ୍ରର ଅତ୍ୟନ୍ତ ସମ୍ବେଦନ ଅଂଶରେ ଲ୍ୟାଣ୍ଡିଙ୍ଗ୍୍ କରିବାର ସାହସ ଦେଖାଇଛି ଯାହାକୁ ଆଉ କେହି କରିବା କଥା ଭାବି ପାରିବେନାହିଁ । ଏହି ମିଶନରେ ଏବେ ବି ଆଶା ଲାଗିରହିଛି । ଲ୍ୟାଣ୍ଡର ବିକ୍ରମର ସଫ୍ଟ ଲ୍ୟାଣ୍ଡିଙ୍ଗ୍ ରେ ହେଉ କିମ୍ବା ପ୍ରଜ୍ଞାନ ରୋବର୍  ସଂପର୍କ ଶେଷ ହେବା କାରଣରୁ ଇସ୍ରୋକୁ ଏଥିପାଇଁ ଝଟକା ଲାଗିଥିଲେ ମଧ୍ୟ ମିଶନ୍ ଏବେ ବି ଶେଷ ହୋଇନାହିଁ ।

ପଢନ୍ତୁ: ଶରୀରର ତାପରୁ ଚାର୍ଜ ହେବ ସ୍ମାର୍ଟଓ୍ବାଚ

Related posts

ଆଜିଠୁ ପବିତ୍ର ରମଜାନ ମାସ ଆରମ୍ଭ

ENO Beuro

ଜିଲ୍ଲା ପ୍ରଶାସନଙ୍କ ବିନା ଅନୁମତିରେ ଗଡ୍‌ସେଙ୍କ ମନ୍ଦିର ପାଇଁ ଶିଳାନ୍ୟାସ କଲା ହିନ୍ଦୁ ମହାସଭା

ENO Beuro

ଭାରତ ନେଟ ପ୍ରକଳ୍ପ ପାଇଁ ବିବିଏନଏଲ୍ ଗୁରୁତ୍ୱପୂର୍ଣ୍ଣ: ମନୋଜ ସିହ୍ନା

ENO Beuro

1 comment

ଚନ୍ଦ୍ରପୃଷ୍ଠରେ ମିଳିଲା ବିକ୍ରମ ଲ୍ୟାଣ୍ଡରର ସନ୍ଧାନ September 9, 2019 at 10:53 am

[…] ଇସ୍ରୋକୁ ପ୍ରଶଂସା କଲା ଜାତୀୟ ଗଣମାଧ୍ୟମ […]

Leave a Comment