ହସ୍ପିଟାଲରୁ ୩୨ କି.ମି. ଦୂରରେ ରହି ହୃତପିଣ୍ଡ ଅସ୍ତ୍ରୋପଚାର

dr tejas patel

ଇତିହାସ ରଚିଲେ ଡାକ୍ତର

ଗୁଜୁରାଟର ଗାନ୍ଧୀନଗରଠାରେ ଥିବା ସ୍ଵାମୀ ନାରାୟଣ ଅକ୍ଷରଧାମ ମନ୍ଦିର ପରିସରରୁ ଜଣେ ଡାକ୍ତର ୩୨ କିମି ଦୂରରେ ଥିବା ରୋଗୀଙ୍କର ହୃତପିଣ୍ଡ ଅସ୍ତ୍ରୋପଚାର କରି ଇତିହାସ ରଚିଛନ୍ତି। ଏହି ଡାକ୍ତର ଜଣଙ୍କ ହେଲେ ବିଶିଷ୍ଠ ହୃଦରୋଗ ବିଶେଷଜ୍ଞ୍ନ ଡକ୍ଟର ତେଜସ ପଟେଲ।

dr tejas patel

ଡାକ୍ତର ତେଜସ ପ୍ରଥମଥର ପାଇଁ ଇଣ୍ଟର‌ନେଟ୍‌ ଚାଳିତ ରୋବଆର୍ମ ଦ୍ବାରା ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର କରି ଏହି ଅସ୍ତ୍ରୋପଚାର କରିଛନ୍ତି। ଅପରେସନ୍‌ ସମୟରେ ସେ ଗାନ୍ଧୀନଗରର ଅକ୍ଷରଧାମସ୍ଥିତ ସ୍ବାମୀନାରାୟଣ ମନ୍ଦିର ପରିସରରେ ବସିଥିଲେ। ରୋଗୀ ସେଠାରୁ ୩୨ କିଲୋମିଟର ଦୂରରେ ଥିବା ଆପେକ୍ସ ହସ୍ପିଟାଲ୍‌ ଅପରେସନ୍‌ ଥିଏଟରରେ ରହିଥିଲେ। କୌଣସି ଜରୁରୀ ସ୍ଥିତିର ନିୟନ୍ତ୍ରଣ ପାଇଁ ଓଟି (ଅପରେସନ୍‌ ଥିଏଟର୍‌)ରେ ରୋଗୀଙ୍କ ନିକଟରେ ଜଣେ ଡାକ୍ତର ଏବଂ ପାରାମେଡିକାଲ୍‌ ଦଳ ଉପସ୍ଥିତ ଥିଲେ।

ରିମୋର୍ଟ ଦ୍ୱାରା ରୋବଟକୁ ସଞ୍ଚାଳନ କରାଯାଇ ଏହା ସମ୍ଭବ ହୋଇଥିବା ଡାକ୍ତର କହିଛନ୍ତି। ଏହି ଅପରେଶନ ଦେଖିବା ପାଇଁ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟଭାଇ ରୂପାଣୀ, ଉପମୁଖ୍ୟମନ୍ତ୍ରୀ ନୀତୀନ ଭାଇ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ।

ପଢନ୍ତୁ;  ଭୁବନେଶ୍ଵର-ବ୍ୟାଙ୍କକ୍‌ ଉଡିଲା ଏୟାର ଏସିଆ! ଆସିଲେ ୩୮,ଗଲେ ୧୬୫

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More