• Home
  • News
  • ଚେନାବ ନଦୀ ଉପରେ ନିର୍ମାଣ ହେଉଛି ବିଶ୍ୱର ସବୁଠାରୁ ଉଚ୍ଚତମ ରେଳ ପୋଲ
News

ଚେନାବ ନଦୀ ଉପରେ ନିର୍ମାଣ ହେଉଛି ବିଶ୍ୱର ସବୁଠାରୁ ଉଚ୍ଚତମ ରେଳ ପୋଲ

ଭାରତର ସ୍ଵର୍ଗ ଜମ୍ମୁ କଶ୍ମୀରର ଚେନାବ ନଦୀ ଉପରେ ନିର୍ମାଣ ହେଉଛି ବିଶ୍ୱର ସବୁଠାରୁ ଉଚ୍ଚତମ ରେଳ ପୋଲ। ପୋଲର ନିର୍ମାଣ କାର୍ଯ୍ୟ ପ୍ରାୟତଃ ଶେଷ ପଯ୍ୟାୟରେ ପହଞ୍ଚିଛି । ବିଶ୍ୱର ସର୍ବୋଚ୍ଚତମ ରେଳ ପୋଲ ମାନ୍ୟତା ପାଇବାକୁ ଯାଉଛି ଭାରତର ଏହି ପ୍ରକଳ୍ପ ।

ଏହାର ଉଚ୍ଚତା ଏଫିଲ ଟାଓ୍ବାରଠାରୁ ପ୍ରାୟ ୩୫ ମିଟର ଅଧିକ ଓ ୧୧୦୦କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଉଥିବା ଏହି ପୋଲରେ ପ୍ରାୟ ୨୪,୦୦୦ ଟନ୍‌ ଇସ୍ପାତ ବ୍ୟବହାର କରାଯାଇଛି । ଏହାର ଆକୃତି ଦେଖିବାକୁ ଅର୍ଦ୍ଧଚନ୍ଦ୍ରାକାର । ଏହା ନଦୀଠାରୁ ୩୫୯ ମିଟର ଉଚ୍ଚତାରେ ନିର୍ମାଣ କରାଯାଇଛି। ଘଣ୍ଟାପ୍ରତି ୨୬୦କି॰ମି॰  ବେଗରେ ବହୁଥିବା ପବନକୁ ମଧ୍ୟ ଏହା ସମ୍ଭାଳି ପାରିବ ବୋଲି କୁହାଯାଉଛି। ଏହାର ଲମ୍ବ ୧.୩୧୫ ମିଟର  ।

ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ଅର୍ଥାତ୍‌ ୨୦୦୨ ମସିହାରେ ଏହାର ନିର୍ମଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ୨୦୦୮ରେ ଏହାର ନିର୍ମାଣକୁ ବନ୍ଦ କରି ଦିଆଯାଇଥିଲା। ପୁଣିଥରେ ୨୦୧୦ରେ ଏହାର ନିର୍ମାଣ କାମ ଆରମ୍ଭ କରାଯାଇ ଏବେ ଏହା ଶେଷ ହେବାକୁ ଯାଉଛି ।

ଚେନାବ ନଦୀ ଉପରେ ନିର୍ମାଣ ବିଶ୍ୱର ସବୁଠାରୁ ଉଚ୍ଚତମ ରେଳ ପୋଲ  ଚେନାବ ନଦୀ ଉପରେ ନିର୍ମାଣ ହେଉଛି ବିଶ୍ୱର ସବୁଠାରୁ ଉଚ୍ଚତମ ରେଳ ପୋଲ

ପଢନ୍ତୁ, ଭୁବନେଶ୍ୱରରେ ଆରମ୍ଭ ହେଲା ଜୁମ୍‌କାର୍‌ ସେବା, ଭଡା ଗାଡିକୁ ନିଜେ ଚଲାଇ ପାରିବେ

Related posts

ଭାରତୀୟ ଡାକ ପେମେଣ୍ଟ ବ୍ୟାଙ୍କ ପ୍ରତିଷ୍ଠା ଲାଗି ସଂଶୋଧିତ ବ୍ୟୟ ଅଟକଳକୁ କ୍ୟାବିନେଟ ଅନୁମୋଦନ

Krishna Kumar Manoj

ବିମୁଦ୍ରାକରଣକୁ ବର୍ଷେ ପୂରିଲା ପରେ ମଧ୍ୟ ଅଚଳ ଟଙ୍କାର ସମସ୍ୟା ପିଛା ଛାଡୁନି

Krishna Kumar Manoj

ମେ ୭ରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ !

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More