EnewsOdia.Com

ଭୁଲ୍ ବିଦ୍ୟୁତ୍ ବିଲ୍‌ ଦେଇ ଠକୁଛି ସେସୁ

ସେସୁ ବର୍ତ୍ତମାନ ଦେବାଳିଆ ପରିସ୍ଥିତି ଦେଇଗତି କରୁଛି। ନିକଟରେ ଏହାକୁ ଏକ ଘରୋଇ କମ୍ପାନୀ ଟାଟା ଆଗାମୀ ୨୫ ବର୍ଷ ପାଇଁ ନିଜ ହାତକୁ ନେଇଛି। ତେବେ ଏହି ଦେବାଳିଆ ପରିସ୍ଥିତିରେ ବି ବିଦ୍ୟୁତ ଗ୍ରାହକଙ୍କୁ ଠକୁଛି ସେସୁ। ଏନେଇ ଅଭିଯୋଗ କରିଛି ଜନ ଜାଗରଣ ମଞ୍ଚ। ନିକଟରେ ଏକ ସାମ୍ବାଦିକ ସମ୍ମିଳନୀରେ ମଞ୍ଚର ଅଧ୍ୟକ୍ଷ ଚୌଧୁରୀ ପ୍ରଭାତ କେଶରୀ ମିଶ୍ର ସୂଚନା ଦେଇ କହିଛନ୍ତିକି, ଗ୍ରାମାଞ୍ଚଳର ଉପଭୋକ୍ତମାନଙ୍କୁ ଅଧିକ ଶୋଷଣ କରୁଛି ସେସୁ। ବିଦ୍ୟୁତ୍ ଉପଭୋକ୍ତାଙ୍କ ପାଖରେ ଠିକ୍ ସମୟରେ ବିଦ୍ୟୁତ୍ ବିଲ୍ ପହଞ୍ଚୁନାହିଁ ଏବଂ ଯେଉଁ ବିଲ ପହଞ୍ଚୁଛି ତାହା ସମ୍ପୂର୍ଣ ରୂପେ ଭୁଲ ଅଟେ। ଏହା ବିରୋଧରେ ଆଗାମୀ ଦିନରେ ଜନସାଧାରଣକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛି ମଞ୍ଚ।

ମଞ୍ଚାର ତଥ୍ୟାନୁଯାୟୀ, ଗ୍ରାମାଞ୍ଚଳରେ ଠିକ୍ ସମୟରେ ବିଲ୍‌ ପହଞ୍ଚୁନାହିଁ। ୪/୫ ମାସରେ ଲୋକଙ୍କ ପାଖରେ ବିଲ୍‌ ପହଞ୍ଚୁଛି। ତାହା ପୁଣି ଏମିତି ବିଲ୍ ଆସୁଛି ଯେ ତାହାକୁ ଦେବା ପାଇଁ ଲୋକମାନେ ଅସମର୍ଥ ହେଉଛନ୍ତି। କିଛି ବର୍ଷ ହେବ ପାଇକାରୀ ମିଟର ବଦଳରେ ଚାଇନା ମିଟର ଉପଭୋକ୍ତାଙ୍କ ଘରେ ଲଗା ଯାଇଥିଲା। ଲୋକଙ୍କ ବିରୋଧ ସତ୍ତ୍ବେ ଏହି ମିଟରକୁ ଜୋରଜବରଦସ୍ତ ଲଗା ଯାଇଥିଲା। ଫଳରେ ବିଦ୍ୟୁତ୍ ବିଲ୍ ଅଧିକ ଆସୁଛି। ଉପଭୋକ୍ତା ଯେତିକି ବିଦ୍ୟୁତ୍ ବ୍ୟବହାର କରୁଛନ୍ତି, ତା’ଠାରୁ ଯଥେଷ୍ଟ ଅଧିକ ବିଲ୍‌ ଆସୁଛି।ବିଲ୍‌ ଆଦାୟ କରାଯିବା ସମୟରେ ଯାହା ଅଛି ଦିଅ କହି ଟଙ୍କା ଆଦାୟ କରାଯାଉଛି। ଫଳରେ ବାକି ଟଙ୍କା ସବୁ ବକେୟା ହିସାବରେ ଉପଭୋକ୍ତାଙ୍କ ମୁଣ୍ଡରେ ଗଡ଼ୁଛି।ଏହାସହ ବିଦ୍ୟୁତ୍ ବିଲ୍ ଆଦାୟ ପାଇଁ ନିଯୁକ୍ତି ପାଇଥିବା ଫ୍ରାଞ୍ଚାଇଜ୍ ସଂସ୍ଥାଗୁଡ଼ିକ ଉପଭୋକ୍ତାଙ୍କ ଟଙ୍କାକୁ ବାଟମାରଣା କରୁଥିବା ଅଭିଯୋଗ ହେଉଛି। ଫ୍ରାଞ୍ଚାଇଜ୍ ସଂସ୍ଥା ତାଙ୍କ କମିସନ ଟଙ୍କା ଉପଭୋକ୍ତାଙ୍କଠାରୁ ନେଉଛନ୍ତି। ଟଙ୍କା ଆଦାୟ କରୁଛନ୍ତି ମାତ୍ର ପଇଠ କରୁନାହାନ୍ତି। ଏ ସଂପର୍କରେ ଉପଭୋକ୍ତାମାନେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ଶୁଣିବାକୁ ନାହାନ୍ତି। ସାଧାରଣ ଉପଭୋକ୍ତା ବିଦ୍ୟୁତ୍ ସଂକଟରେ ହନ୍ତସନ୍ତ ହେଉଥିବା ବେଳେ ଭୁଲ୍‌ ବକେୟା ବିଲ୍‌ ଦେଇ ଲାଇନ୍ କାଟି ଦେବାକୁ ସେସୁ ପକ୍ଷରୁ ଧମକ ଦିଆଯାଉଛି।

ପଢନ୍ତୁ: ଯୁଦ୍ଧ ଆରମ୍ଭ ନୁହେଁ, ଯୁଦ୍ଧ ବନ୍ଦ କରିବା ପାଇଁ ଇରାକ ଉପରେ ହୋଇଛି ଏୟାର ଷ୍ଟ୍ରାଇକ

ସମ୍ବନ୍ଧିତ ଖବର

ନବୀନ @ ୨୦ : ପାଞ୍ଚ ପାଳିର ସଫଳ ମୁଖ୍ୟମନ୍ତ୍ରୀ

Ratnamani Maharana

ସମୁଦ୍ରରେ ଫସିରହିଛି ୫୦ଟି ବଙ୍ଗୀୟ ମତ୍ସ୍ୟଜୀବୀ ବୋଟ, ବୁଲବୁଲ ଯିବା ପର୍ଯ୍ୟନ୍ତ ଧାମରାରେ ନେବେ ଆଶ୍ରୟ

Ratnamani Maharana

ଆମେରିକା ରାଷ୍ଟ୍ରପତିଙ୍କ ସ୍ୱାଗତ ପାଇଁ ‘କେମ୍ ଛୋ, ଟ୍ରମ୍ପ’

Ratnamani Maharana

ସୂର୍ଯ୍ୟଙ୍କର ଏହି ଫଟୋ ଦେଖି ଦୁନିଆ ଆଶ୍ଚର୍ଯ୍ୟ

Ratnamani Maharana

ଯାତ୍ରା ଜଗତର ପ୍ରଖ୍ୟାତ ଖଳନାୟକ ଅସୁସ୍ଥ

Ratnamani Maharana

ପ୍ଲାଷ୍ଟିକ ବଦଳରେ ପେଟପୂରା ଆହାର

Ratnamani Maharana