News

ମାଟ୍ରିକ ପରୀକ୍ଷା ମୂଲ୍ୟାୟନ ବିଭ୍ରାଟ: ରିଚେକିଙ୍ଗ ଓ ମାର୍କ ଆଡିସନରେ ଧରାପଡିଲା ତ୍ରୁଟି

Mmt

୮୦ ଛାତ୍ରଛାତ୍ରୀଙ୍କ ଓଏମଆର ସିଟରେ ତ୍ରୁଟି

ମାଟ୍ରିକ ପରୀକ୍ଷା  ଫଳ ପ୍ରକାଶ ପାଇବା ପରେ ଏବେ ରିଚେକିଙ୍ଗ ଓ ମାର୍କ ଆଡିସନ କାମ ଚାଲୁରହିଛି। ଏଥିରେ ୮୦ରୁ ଅଧିକ ଛାତ୍ରଛାତ୍ରୀଙ୍କର ଅପ୍ଟିକାଲ ମାର୍କ ରେକଗନାଇଜେସନ ସିଟରେ ତ୍ରୁଟି ଥିବା ଜଣାପଡିଛି। ଉକ୍ତ ଓଏମଆର ସିଟରେ ଛାତ୍ରଛାତ୍ରୀମାନେ ବି’ ସେଟ ପାଇ ସି, ସି ସେଟ ପାଇ ବି’ ସେଟ ଲେଖି ପରୀକ୍ଷା ଦେଇଛନ୍ତି। ଛାତ୍ରଛାତ୍ରୀଙ୍କ ଏଭଳି ତ୍ରୁଟି ପାଇଁ ପରୀକ୍ଷା ଫଳ ଭୁଲ ମୂଲ୍ୟାୟନ ହୋଇଛି।

ଏଥିରେ ମାଧ୍ଯମିକ ଶିକ୍ଷା ପରିଷଦର ଯଦିଓ କୌଣସି ତ୍ରୁଟି ନାହି, ତେବେ ପରୀକ୍ଷା କେନ୍ଦ୍ର ଦାଇତ୍ଵରେ ଥିବା କେନ୍ଦ୍ର ଅଧିକ୍ଷକ ଓ ନିରକ୍ଷକ କେମିତି ପ୍ରଶ୍ନପତ୍ର ଓ ଓଏମଆର ସିଟ  ଯାଞ୍ଚ ନକରି ଦସ୍ତଖତ କରିଛନ୍ତି, ତାକୁ ନେଇ ଏବେ ପ୍ରଶ୍ନ ଉଠୁଛି। ପରୀକ୍ଷା କେନ୍ଦ୍ରରେ ଥିବା ଅଧିକ୍ଷକ ଓ ନିରକ୍ଷକଙ୍କ ଦାଇତ୍ଵନତା ପାଇଁ  ଅଭିଭାବକ ମହଲରେ ଏବେ ବୋର୍ଡର ମୂଲ୍ୟାୟନକୁ ନେଇ ସନ୍ଦେହ ସୃଷ୍ଟି ହେଉଛି। ତେବେ ତ୍ରୁଟି ଦେଖାଦେଇଥିବା ପ୍ରାୟ ୮୦ ଛାତ୍ରଛାତ୍ରୀଙ୍କର ପୁନଃ ମୂଲ୍ୟାୟନ କରିବାକୁ ଦାବି କରାଯାଇଛି।

ପଢନ୍ତୁ: ଏଥର କ୍ୟାବିନେଟ୍‌ରୁ ବାଦ୍‌ ପଡ଼ିବେ ଅରୁଣ୍‌ ଜେଟ୍‌ଲି

Related posts

ମର୍ମନ୍ତୁଦ ସଡକ ଦୁର୍ଘଟଣା:ଯୁବକଙ୍କ ଉପରେ ଚଢିଗଲା ବସ

ENO Beuro

ଜଟଣୀରେ ଚାଞ୍ଚଲ୍ୟ: ନାବାଳିକାକୁ ବଳତ୍କାର ପରେ ହତ୍ୟା

ENO Beuro

କଡ଼ାକଡ଼ି ହେଲା ଭୁବନେଶ୍ୱର ବିମାନବନ୍ଦରର ସୁରକ୍ଷା ବ୍ୟବସ୍ଥା

Ratnamani Moharana

Leave a Comment