News

ପାକ୍‍ ସେନାମୁଖ୍ୟଙ୍କୁ ସିଧୁ ଆଲିଙ୍ଗନ କରିବା ଉଚିତ୍ ନଥିଲା:ପଞ୍ଜାବ ମୁଖ୍ୟମନ୍ତ୍ରୀ

ଇମ୍ରାନ ଖାଁଙ୍କ ଶପଥ ଗ୍ରହଣ ଉତ୍ସବରେ ପୂର୍ବତନ କ୍ରିକେଟର ତଥା କଂଗ୍ରେସ ନେତା ନବଜୋତ ସିଂହ ସିଧୁ ପାକିସ୍ତାନ ସେନାମୁଖ୍ୟ ଜେନେରାଲ କ୍ୱାମାର ଜାଭେଦ ବଜୱାଙ୍କୁ ଆଲିଙ୍ଗନ କରିବାକୁ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ନାପସନ୍ଦ କରିଛନ୍ତି।

ଅମରିନ୍ଦର କହିଛନ୍ତି, ପ୍ରତିଦିନ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରି ପାକ୍‌ ସେନା କିଛିନା କିଛି କାଣ୍ଡ ଘଟାଉଛି। ପ୍ରତିଦିନ ଆମ ଯବାନ ସହିଦ ହେଉଛନ୍ତି। ବାଜ୍‌ଓ୍ଵାଙ୍କ ନିର୍ଦ୍ଦେଶରେ ହିଁ ଏଭଳି ପଦକ୍ଷେପ ନେଉଛି ପାକ୍‌ ସେନା। ଏହା ସତ୍ତ୍ୱେ ତାଙ୍କ ସହ ଏତେ ବନ୍ଧୁତ୍ୱପୂର୍ଣ୍ଣ ଭାବ ପ୍ରକଟ କରି ଆଲିଙ୍ଗନ କରିବା ନିହାତି ପରିତାପର ବିଷୟ। ମୁଁ ଏହାକୁ ତୀବ୍ର ବିରୋଧ କରୁଛି।

cm ସିଧୁ ପାକ୍‍ ସେନାମୁଖ୍ୟଙ୍କୁ ସିଧୁ ଆଲିଙ୍ଗନ କରିବା ଉଚିତ୍ ନଥିଲା:ପଞ୍ଜାବ ମୁଖ୍ୟମନ୍ତ୍ରୀ cm

ଅନ୍ୟପକ୍ଷରେ ପାକିସ୍ତାନ ସେନାମୁଖ୍ୟଙ୍କୁ ଆଲିଙ୍ଗନ କରିବା ଘଟଣାକୁ ସିଧୁ ଯଥାର୍ଥ ବୋଲି କହିଛନ୍ତି। ସିଧୁ କହିଛନ୍ତି ଯେ ଜଣେ ନିଜକୁ ସମାନ ସମ୍ପ୍ରଦାୟର କହି ଆଲିଙ୍ଗନ କରିବାକୁ କହିଲେ କ’ଣ ତାକୁ ଅଗ୍ରାହ୍ୟ କରାଯାଇପାରିବ। ଶପଥ ଗ୍ରହଣ ଉତ୍ସବରେ ସିଧୁ ପାକିସ୍ତାନ ଅଧିକୃତ କାଶ୍ମୀରର ଅଧ୍ୟକ୍ଷ ମାସୁଦ ଖାଁଙ୍କ ସହିତ ଆଗ ଧାଡିରେ ବସିଥିଲେ ଓ ତାଙ୍କ ସହିତ ଅନ୍ତରଙ୍ଗ ଆଳାପ ଚଳାଇଥିଲେ। ମାସୁଦ ଖାଁଙ୍କ ସହିତ ବସିବାକୁ ନେଇ ସିଧୁ କହିଛନ୍ତି ଯେ ମୋତେ ଅତିଥି ଭାବେ ନିମନ୍ତ୍ରଣ କରାଯାଇଥିଲା। ତେଣୁ ମୋତେ ଯେଉଁଠାରେ ବସିବାକୁ କୁହାଯାଇଥିଲା ମୁଁ ସେହିଠାରେ ବସିଥିଲି। ଇମ୍ରାନଙ୍କ ଶପଥ ଗ୍ରହଣ ଉତ୍ସବରେ ସିଧୁ ଯୋଗଦେବା ଓ ପାକିସ୍ତାନ ସେନାମୁଖ୍ୟଙ୍କୁ ଆଲିଙ୍ଗନ କରିବାକୁ ବିଜେପି ବିରୋଧ କରିଛି।

ପଢନ୍ତୁ;ଜାକର୍ତ୍ତା ଏସିଆଡ଼:ପ୍ରଥମ ଦିବସରେ ଭାରତକୁ ୨ ପଦକ,ବଜରଙ୍ଗଙ୍କୁ ସ୍ବର୍ଣ୍ଣ

Related posts

ପାଟଣାଗଡ ବିସ୍ଫୋରଣ ମାମଲା : ପାର୍ସଲ ବୋମା ପଠାଇଥିଲେ ଜଣେ ଓଡ଼ିଆ

ENO Beuro

ଡିପ୍ଲୋମାରେ ଶିକ୍ଷା ପାଇଁ ବଢିଲା ମହଙ୍ଗା

ENO Beuro

ଢେଲା ମାଡରେ ଅହିରାଜ ଅସୁସ୍ଥ, ଏବେ ଓୟୁଏଟିରେ ଚିକିଶ୍ଚିତ, ୭ଦିନ ରହିବ ଅବଜରଭେସନରେ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More