Featured

ଏଣିକି ଆପଣ ହ୍ୱାଟସଆପରେ ବି ଟଙ୍କା ପଠାଇପାରିବେ ! ଜାଣନ୍ତୁ କିପରି ?

ହ୍ୱାଟସଆପ ବର୍ତ୍ତମାନ ବେଶ୍ ଲୋକପ୍ରିୟତା ହାସଲ କରିଛି। ଆଉ କଂପାନୀ ଏହାକୁ ଆହୁରୀ ସ୍ମାର୍ଟ କରିବା ପାଇଁ ପ୍ରତିଦନି କିଛି ନା କିଛି ନୂଆ ଫିଚର୍ସ ଭେଟି ଦେବାରେ ଲାଗିଛି । ଇତି ମଧ୍ୟରେ ହ୍ୱାଟସଆପ ଏକ ଦମଦାର ଫିଚର୍ସ ଲଂଚ କରିବାକୁ ଯାଉଛି । ଯାହାକି ପେମେଂଟ ଫିଚର ।

ଏହି ପେମେଂଟ ଫିଚର ଜରିଆରେ ଆପଣ ହ୍ୱାଟସଆପରେ ଟଙ୍କା ପଠାଇ ପାରିବେ ଏବଂ ଅନଲାଇନ ପେମେଂଟ ମଧ୍ୟ କରିପାରିବେ ।  ହ୍ୱାଟସଆପରେ ଏହି ଫିଚର ଚାଲୁ ହେବା ପରେ ଡିଜିଟାଲ ପେମେଂଟର ଚାହିଦା ଦ୍ରୁତବେଗରେ ବଢିବ ପାଇବ ବୋଲି ଆଶା ପ୍ରକାଶ କରାଯାଉଛି ।

ଏହି ଫିଚରଟିକୁ ହ୍ୱାଟସଆପ ଫେବୃୟାରୀ ମାସର ଶେଷ ସପ୍ତାହ ବେଳକୁ ଲଂଚ କରିବାକୁ ଯାଉଛି । ଯେଉଁଥିପାଇଁ କଂପାନୀ ବର୍ତ୍ତମାନ ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ, ଆଇସିଆଇସିଆଇ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ ଏବଂ ଆକ୍ସିସ ବ୍ୟାଙ୍କ ସହିତ ୟୁନିଫାଇଡ୍ ପେମେଂଟ ଇଂଟରଫୋସ ୟୁପିଆଇ ବୋର୍ଡ ପେମେଂଟ ପ୍ଲାଟଫର୍ମ ଇଂଟିଗ୍ରେଟ କରିବା ପ୍ରକ୍ରିୟାରେ ରହିଛି ।

ହ୍ୱାଟସଆପର ଏହି ପ୍ଲାଟଫର୍ମ ଏହାର ପାର୍ଟନର ବ୍ୟାଙ୍କ ସହିତ ଆରମ୍ଭରୁ ହିଁ  ଟେଷ୍ଟିଂ ପର୍ଯ୍ୟାୟରେ ରହିଛି । ଫେସବୁକ ମାଲିକାନାରେ ଥିବା ମେସେଜିଂ କଂପାନୀକୁ ନିଜର ପ୍ଲାଟଫର୍ମକୁ ୟୁପିଆଇ ସହିତ ଇଂଟିଗ୍ରେଟ୍ କରିବାର ମଂଜୁରୀ ଗତବର୍ଷ ଜୁଲାଇ ମାସରେ ମିଳିସାରିଛି । ଯେଉଁଥିରେଫୋନପେ, ପେଟିଏମ, ଗୁଗଲ ତେଜ୍ ଏବଂ ଭୀମ ଆପ ଭଳି ଆପ ସାମିଲ ଅଛନ୍ତି ।

ପଢନ୍ତୁ ;

ହୃଦରୋଗରେ ପୀଡ଼ିତ ଥିବା ଲୋକମାନେ ଖାଆନ୍ତୁ ଚକୋଲେଟ୍‌ । ଆସନ୍ତୁ ଜାଣିବା କେଉଁ ଚକୋଲେଟ୍‌ ଖାଇଲେ କେଉଁ ଉପକାର ମିଳେ 

 

 

Related posts

ଉଷୁମ କ୍ଷୀରରେ ଅନେକ ଉପକାରୀ ତତ୍ତ୍ୱ ରହିଛି,ଜାଣନ୍ତୁ ସେ ସମ୍ପର୍କରେ..

ENO Beuro

ମାର୍ଚ୍ଚ ୩୧ରେ ଶେଷ ହେଉଛି ଜିଓ ପ୍ରାଇମ , ତା ପରେ କ’ଣ କରିବେ ?

ENO Beuro

ଅନୁଷ୍କା ମା ହେବାକୁ ନେଇ ସୋସିଆଲ ମିଡିଆରେ ଚର୍ଚା ଜୋର ଧରିଛି

ENO Beuro

Leave a Comment