SPORTS

ଡବ୍ଲ୍ୟୁଡବ୍ଲ୍ୟୁଇର ମହତ୍ଵପୂର୍ଣ୍ଣ ଘୋଷଣା : ‘ର’ ଏବଂ ‘ସ୍ମାକଡାଉନ’ ପ୍ରଥମ ଥର ହିନ୍ଦୀ କମେଣ୍ଟ୍ରି ସହିତ ହେବ ସିଧା ପ୍ରସାରଣ

ସୋନି ପିକଚର୍ସ ସ୍ପୋର୍ଟ୍ସ ନେଟଓ୍ଵର୍କ ଓ ଡବ୍ଲ୍ୟୁଡବ୍ଲ୍ୟୁଇ ଏକ ଗୁରୁତ୍ଵପୂର୍ଣ ଘୋଷଣା କରିଛନ୍ତି।

ଏମାନଙ୍କ ପ୍ରମୁଖ ଟେଲିଭିଜନ କାର୍ୟ୍ୟକ୍ରମ ‘ର’ ଏବଂ ‘ସ୍ମାକଡାଉନ’ ପ୍ରଥମ ଥର ହିନ୍ଦୀ କମେଣ୍ଟ୍ରି ସହିତ ସିଧା ପ୍ରସାରଣ ହେବ। ଏହାର ପ୍ରସାରଣ ବୁଧବାର ଟେଲିଭିଜନ ଚ୍ୟାନେଲ ସୋନି ‘ଟେନ-୩’ରେ କରାଯିବ ବୋଲି ସୂଚନା ମିଳିଛି। ଏହା ଛଡା ‘ସୋନି ଟେନ-୧’ରେ ‘ର’ ଏବଂ ‘ସ୍ମାକଡାଉନ’ର ପ୍ରସାରଣ ଇଂରାଜୀ କମେଣ୍ଟ୍ରି ସହିତ ହେବ।

ସୋନି ପିକଚର୍ସ ନେଟଓ୍ଵର୍କ୍ସ ଇଣ୍ଡିଆର ଖେଳ ଏବଂ ବିତରକ କାରବାର ବିଭାଗର ଅଧ୍ୟକ୍ଷ ରାଜେଶ କୌଶଲ କହିଛନ୍ତି ଯେ , ଆମକୁ ଡବ୍ଲ୍ୟୁଡବ୍ଲ୍ୟୁଇର ପ୍ରମୁଖ ସୋ ର ଏବଂ ସ୍ମାକଡାଉନକୁ ହିନ୍ଦୀ ଭାଷାରେ ସିଧା ପ୍ରସାରଣ କରିବାର ଘୋଷଣା କରି ବହୁତ ଖୁସି ଅନୁଭବ କରୁଛୁ। ଦୁଇ କାର୍ୟ୍ୟକ୍ରମ ନିଜ ନିଜର ଭିନ୍ନ ପରିଚୟ ରହିଛି। ଯାହା ଭାରତୀୟ ପ୍ରଶଂସକଙ୍କ ମଧ୍ୟରେ ରୋମାଞ୍ଚ ଓ ରୋଚକ ବଢ଼ାଇଥାଏ।

ରେସଲମାନିଆ ୩୩ ଡବ୍ଲ୍ୟୁଡବ୍ଲ୍ୟୁର ପ୍ରଥମ ଖାସ୍ କାର୍ୟ୍ୟକ୍ରମ ଯାହା ହିନ୍ଦୀରେ ସିଧା ପ୍ରସାରଣ ହେଉଛି। ଏପର୍ୟ୍ୟନ୍ତ ଡବ୍ଲ୍ୟୁଡବ୍ଲ୍ୟୁଇର ଖାସ କାର୍ୟ୍ୟକ୍ରମ ଡବ୍ଲ୍ୟୁଡବ୍ଲ୍ୟୁଇ ନେଟଓ୍ଵର୍କରେ ହିନ୍ଦୀ ଭାଷାରେ ପ୍ରସାରଣ ହେଉଥିଲା। ଗତ ବର୍ଷ ଜୁନରେ ସୋନି ପିକଚର୍ସ ସ୍ପୋର୍ଟ୍ସ ନେଟଓ୍ଵର୍କ ଇଣ୍ଡିଆ ଏବଂ ଡବ୍ଲ୍ୟୁଡବ୍ଲ୍ୟୁଇ ‘ଡବ୍ଲ୍ୟୁଡବ୍ଲ୍ୟୁଇ ସଣ୍ଡେ ଧମାଲ’ ଲଞ୍ଚ କରିଥିଲା। ଏହା ହିନ୍ଦିରେ ପ୍ରସାରିତ ହେଉଥିବା ସାପ୍ତାହିକ ସୋ ଅଟେ।

ଡବ୍ଲ୍ୟୁଡବ୍ଲ୍ୟୁଇର ମହତ୍ଵପୂର୍ଣ୍ଣ ଘୋଷଣା : ‘ର’ ଏବଂ ‘ସ୍ମାକଡାଉନ’ ପ୍ରଥମ ଥର ହିନ୍ଦୀ କମେଣ୍ଟ୍ରି ସହିତ ହେବ ସିଧା ପ୍ରସାରଣ www
 

ପଢନ୍ତୁ;

ପ୍ରତିଦିନ ଭୋଜନ ପରେ ଖାଇଲେ “ଗୁଡ” ମିଳିବ ଏହି ଲାଭ ! ଜାଣନ୍ତୁ ?

Related posts

ଅନ୍ତର୍ଜାତୀୟ ପଦାର୍ପଣ କଲେ ଅର୍ଜୁନ

Krishna Kumar Manoj

କୋହଲିଙ୍କ ଭବିଷ୍ୟତକୁ ନେଇ ଜ୍ୟୋତିଷଜ୍ଞ ନରେନ୍ଦ୍ର ବୁନ୍ଦେ କଣ କହିଲେ ଜାଣନ୍ତୁ ?

Krishna Kumar Manoj

୬୦ ରନ୍ ରେ ହାରିଲା ଭାରତ,ଇଂଲଣ୍ଡର ସିରିଜ ବିଜୟ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More