News

ଚୀନର ବାଦଶାହା ଜିନ୍‌ପିଙ୍ଗ୍‌ ହେବେ ଆଜୀବନ ରାଷ୍ଟ୍ରପତି !

ଚୀନରେ ଏକଛତ୍ରବାଦ ଯୁଗର ଆରମ୍ଭ!

ଚୀନର ଆରମ୍ଭ ହେଲା ଉତ୍ତର କୋରିଆ ପରି ଏକଛତ୍ରବାଦୀ ଶାସନ। ଏଠାରେ ମଧ୍ୟ ଦେଶର ମୁଖିଆଙ୍କ ପଦର ସମୟ ସୀମାକୁ ସମାପ୍ତ କରି ଦିଆଯାଇଛି। ଚୀନର ସଂସଦ ରାଷ୍ଟ୍ରପତି କାର୍ୟ୍ୟକାଳର ନିର୍ଦ୍ଧାରିତ ସମୟସୀମାକୁ ସମାପ୍ତ କରି ଦେଇଛି। ଏହା ପରେ ବର୍ତ୍ତମାନ ରାଷ୍ଟ୍ରପତି ସି ଜିନଫିଙ୍ଗଙ୍କ ଆଜୀବନ ରାଷ୍ଟ୍ରପତି ପଦରେ ରହିବାର ପଥ ପରିଷ୍କାର ହୋଇ ଯାଇଛି। ଚୀନର ସଂସଦ ଦୁଇଟି କାର୍ୟ୍ୟକାଳର ବାଧ୍ୟତାମୂଳକକୁ ଦୁଇ ତୃତୀୟାଂଶ ବହୁମତ ସହିତ ସମାପ୍ତ କରିଛି।ମାଓ ସେ ତୁଙ୍ଗ୍‌ଙ୍କ ପରେ ଜିନ୍‌ ପିଙ୍ଗ ଦେଶର ଦ୍ୱିତୀୟ ଶକ୍ତିଶାଳୀ ନେତା ଭାବେ ପରିଗଣିତ ହେବାକୁ ଯାଉଛନ୍ତି।

ଚୀନର ୧୯୪୯ରୁ ପ୍ରଚଳିତ ଏକଦଳୀୟ ବ୍ୟବସ୍ଥାରେ ସଦ୍ୟ ପଦକ୍ଷେପକୁ ସବୁଠୁ ବଡ଼ ରାଜନୈତିକ ପରିବର୍ତ୍ତନ ବୋଲି କୁହାଯାଉଛି। ଚାଇନାର ପ୍ରଥମ ସମ୍ବିଧାନ ୧୯୫୪ରେ ପ୍ରଣୟନ କରାଯାଇଥିଲା। ୧୯୮୨ରେ ତାକୁ ବଦଳାଇ ଏକ ନୂଆ ସମ୍ବିଧାନର ବ୍ୟବସ୍ଥା କରାଯାଇଥିଲା। ସେବେଠୁ ଅଦ୍ୟାବଧି ୧୯୮୮,୧୯୯୩,୧୯୯୯ ଓ ୨୦୦୪ରେ ୪ଥର ସମ୍ବିଧାନ ସଂଶୋଧନ କରାଯାଇ ସାରିଲାଣି। ପର୍ଯ୍ୟବେକ୍ଷକଙ୍କ ମତରେ ରବିବାରର ସମ୍ବିଧାନ ସଂଶୋଧନ ‘ଏକଦଳୀୟ ବ୍ୟବସ୍ଥା’କୁ ‘ଜଣେ ନେତାଙ୍କ ହାତରେ ଶାସନ’ରେ ପରିଣତ କରିଛି। ଅନ୍ୟପକ୍ଷରେ ଜିନ୍‌ପିଙ୍ଗ୍‌ଙ୍କ ହାତରେ ନିରବଚ୍ଛିନ୍ନ କ୍ଷମତା ତାଙ୍କୁ ଏକଚ୍ଛତ୍ରବାଦୀ ଶାସକରେ ପରିଣତ କରିବ ବୋଲି ପଡ଼ୋଶୀ ଦେଶଗୁଡ଼ିକ ସମେତ ବିଶ୍ୱବ୍ୟାପୀ ଆଶଙ୍କା ପ୍ରକାଶ ପାଇଛି।

୨୦୧୨ ମସିହାରେ କମ୍ୟୁନିଷ୍ଟ ପାର୍ଟିର ସାଧାରଣ ସଂପାଦକ ଭାବେ କ୍ଷମତାକୁ ଆସିଥିଲେ ସି ଜିନପିଙ୍ଗ୍ । ପୂର୍ବ ସମ୍ବିଧାନ ଅନୁଯାୟୀ ୨୦୨୨ରେ ରାଷ୍ଟ୍ରପତି ପଦରୁ ସେ ଅବ୍ୟାହତି ନେଇଥାନ୍ତେ । ହେଲେ ଏହା ପୂର୍ବରୁ ଦଳକୁ ସପୂର୍ଣ୍ଣ ଭାବେ ନିଜ ନିୟନ୍ତ୍ରଣକୁ ନେଇଥିଲେ ଜିନପିଙ୍ଗ୍ । ଏବେ ତାଙ୍କୁ ମିଳିଛି ଆଜୀବନ ରାଷ୍ଟ୍ରପତି ରହିବା ଅଧିକାର । କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ କୁହାଯାଇଛି ତାଙ୍କରି ଭିଜନ୍ ଯୋଗୁଁ ଚୀନ, ବିଶ୍ୱର ଉଭୟ ଆର୍ଥିକ ଓ ସାମରିକ ପାୱାର ହାଉସ ଭାବେ ଉଭା ହୋଇଛି।

ଡୋକଲାମ୍ ପ୍ରସଙ୍ଗକୁ ନେଇ ଚୀନ ସହ ତିକ୍ତ ହୋଇଥିଲା ଭାରତର ପ୍ରସଙ୍ଗ । ସେପଟେ ପାକିସ୍ତାନ ସହ ରହିଛି ଚୀନର ନିବିଡ଼ ସଂପର୍କ । ଏହିଭଳି ସ୍ଥିତିରେ ସି ଜିନପିଙ୍ଗ୍ ଆଜୀବନ ରହିବେ ଚୀନର ରାଷ୍ଟ୍ରପତି । ଆଗକୁ ଦୁଇ ଦେଶର ସଂପର୍କ କେଉଁ ମୋଡ ନେବ, ଏ ନେଇ ଆରମ୍ଭ ହୋଇଛି ଜୋରଦାର ତର୍ଜମା।

ପଢନ୍ତୁ;

ଦବଙ୍ଗ ଖାନଙ୍କ ସହ ପୁଣି ରୋମାନ୍ସ କରିବେ ଏହି ଅଭିନେତ୍ରୀ !

Related posts

ଶ୍ରୀମନ୍ଦିର ଚାରିପଟୁ ଉଚ୍ଛେଦ ହେବ ୭୫ ମିଟର ପର୍ଯ୍ୟନ୍ତ ଜାଗା

Ratnamani Moharana

ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ସହରାଞ୍ଚଳ ବସ୍ତିବାସିନ୍ଦାଙ୍କ ପାଇଁ ‘ଜାଗା’ ଆରମ୍ଭ

ENO Beuro

ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଲେ ଯୁବରାଜ ସିଂ

Ratnamani Moharana

1 comment

Leave a Comment