22.1 C
Bhubaneswar
December 7, 2021
EnewsOdia.Com
ନ୍ୟୁଜ୍

ଆଜି ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଲଘୁଚାପ ପ୍ରଭାବରେ ରାଜ୍ୟରେ ଆଜି ବି ବର୍ଷା ସମ୍ଭାବନା ରହିଛି। ଆଜି ପାଇଁ ୧୬ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ସେହି ସବୁ ଜିଲ୍ଲା ଗୁଡିକ ହେଲା ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, କେନ୍ଦୁଝର, ମୟୂରଭଂଜ ଏବଂ ସୁନ୍ଦରଗଡ଼ଏସବୁ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ସେହିପରି ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଂଜ ଏବଂ ବାଲେଶ୍ୱର ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ତେବେ ଆସନ୍ତା କାଲିଠୁ ବର୍ଷାର ପରିମାଣ ଧିରେଧିରେ କମିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗତକାଲି ଘଡ଼ଘଡ଼ି ଓ ବଜ୍ରପାତ ନେଇ ୧୭ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଥିଲା।

ପଢନ୍ତୁ: ୧୮୦୦ କୋଟି ଟଙ୍କାର ଜଳକର ଛାଡ଼ କଲେ ପଞ୍ଜାବ ସରକାର

Related posts

ଏବେ କିନ୍ନର ଆଦାୟ କରିବେ ବିଏମ୍‌ସି ଟିକସ

Ratnamani Maharana

ଆଜିଠାରୁ କମ୍ପିବ ଖଣ୍ଡଗିରି ମେଳା

Ratnamani Maharana

୨ ଦିନ ପରେ ସରୁଛି ତୃତୀୟ ପର୍ଯ୍ୟାୟ ଆଂଶିକ ଲକଡାଉନ୍‌, କଟକ ଓ ଖୋର୍ଦ୍ଧାରେ ସଂପୂର୍ଣ୍ଣ ଅନଲକ୍ ହେବନି

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More