Loading...

ଆଗାମୀ ୩ଦିନ ଅସହ୍ୟ ଶୀତରେ ଥରିବ ଓଡିଶା

ଆଗାମୀ ୩ଦିନ ଅସହ୍ୟ ଶୀତରେ ଥରିବ ଓଡିଶା

ଆଗାମୀ ୩ଦିନ ଅସହ୍ୟ ଶୀତରେ ଥରିବ ଓଡିଶା। ରାତିର ତାପମାତ୍ରା ସ୍ୱାଭାବିକ ତାପମାତ୍ରା ଠାରୁ ଧୀରେ ଧୀରେ କମି ୩ରୁ ୪ଡିଗ୍ରୀ ସେଲସିୟମ ତଳକୁ ଖସିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।

ଆଗାମୀ ୩ଦିନ ଅସହ୍ୟ ଶୀତରେ ଥରିବ ଓଡିଶା। ରାତିର ତାପମାତ୍ରା ସ୍ୱାଭାବିକ ତାପମାତ୍ରା ଠାରୁ ଧୀରେ ଧୀରେ କମି ୩ରୁ ୪ଡିଗ୍ରୀ ସେଲସିୟମ ତଳକୁ ଖସିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଆଗାମୀ ୫ଦିନ ଯାଏ ପାଗ ଶୁଖିଲା ରହିବ। ଆଜିଠାରୁ ଓଡ଼ିଶା ଉପରେ ଗୁରୁଚାପ ବଳୟର ପ୍ରଭାବ ଅଧିକ ରହିବ। ଏହା ବାୟୁମଣ୍ଡଳର ସ୍ଥିରତାକୁ ବୃଦ୍ଧି କରିବାରେ ସହାୟକ ହେବ। ବାୟୁମଣ୍ଡଳର ସ୍ଥିରତା ଓ ଅଧିକ ଜଳୀୟବାଷ୍ପର ଉପସ୍ଥିତି ତଥା ନିର୍ମଳ ଆକାଶ‌ ଯୋଗୁଁ ରାଜ୍ୟରେ ଘନ କୁହୁଡ଼ି ପଡ଼ିବ।  ଆଜି କୋରାପୁଟ, ନବରଙ୍ଗପୁର, ମାଲକାନଗିରି, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ବୌଦ୍ଧ ଓ ସୋନପୁର ଜିଲ୍ଲା‌ରେ ଘନ କୁହୁଡ଼ିର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏହି ୮ ଜିଲ୍ଲା ପାଇଁ କେନ୍ଦ୍ର ୟେଲୋୱାର୍ଣ୍ଣିଂ ଜାରି କରିଛି।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.