News

୫୫ ଫର୍ଦ୍ଦ ବିଶିଷ୍ଟ ଇସ୍ତାହାରରେ କଂଗ୍ରେସର ୫୫ ବର୍ଷର ବିଫଳତା: ଯୋଗୀ ଆଦିତ୍ୟନାଥ

କଂଗ୍ରେସର ନିର୍ବାଚନୀ ଇସ୍ତାହାର  ଘୋଷଣା ପରେ ଏହାକୁ ନେଇ ରାଜନୀତି ଦେଖାଦେଇଛି। କଂଗ୍ରେସ ନିଜ ନିର୍ବାଚନୀ ଇସ୍ତାହାରରେ ଦେଶବାସୀଙ୍କୁ ବିପଦଜନକ ପ୍ରତିଶ୍ରୁତି  ଦେଇଛି ବୋଲି କହିଛନ୍ତି ବିଜେପିର ବରିଷ୍ଠ ନେତା ଅରୁଣ ଜେଟଲୀ । ତେବେ ଏହି ସମାଲୋଚନା ତାଲିକାରେ ନାମ ଯୋଡିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । କଂଗ୍ରେସ ନିଜର ୫୫ ବର୍ଷର ବିଫଳତାକୁ ୫୫ ଫର୍ଦ୍ଦ ବିଶିଷ୍ଟ ଇସ୍ତାହାରରେ ଉଲ୍ଲେଖ କରିଛନ୍ତି ବୋଲି କହିଛନ୍ତି। କଂଗ୍ରେସର ନିର୍ବାଚନୀ ଇସ୍ତାହାର ଜାରି ହେବା ପରେ ଯୋଗୀ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଏମାନଙ୍କ ଘୋଷଣା ପତ୍ର ଏବଂ ନ୍ୟାୟ ଯୋଜନା ହାସ୍ୟାସ୍ପଦ। 

ମେଣ୍ଡାମାନଙ୍କ ଲୋମ  ନେଇ ସେମାନଙ୍କୁ କମ୍ବଳ  ବାଣ୍ଟିବା ଭଳି କଂଗ୍ରେସ ଜନତାଙ୍କ ଟଙ୍କା ଲୁଟି ସେମାନଙ୍କୁ ଟଙ୍କା ଦେଉଛି। ଏବଂ ଏ ସବୁ ବିଷୟରେ ଜନତା ଅବଗତ ଅଛନ୍ତି ଓ ସେମାନେ  ଯୋଗ୍ୟପ୍ରାର୍ଥୀଙ୍କୁ ନିଜର ନେତା ଭାବେ ବାଛିବେ ବୋଲି କହିଛନ୍ତି ଯୋଗୀ।
ପଢନ୍ତୁ: ‘ରୋମିଓ’ ହେବ ଭାରତୀୟ ନୌସେନାର ଏକ ଅଂଶ

Related posts

Odisha boy Satyarth Nayak Started Working As A Lead Writer For Sony’s Mega Serial PORUS

ENO Beuro

ବରିଷ୍ଠ ସାମ୍ବାଦିକ ସତ୍ୟପ୍ରକାଶ ନାୟକ ଯୋଗଦେଲେ କଂଗ୍ରେସର ମିଶ୍ରଣ ପର୍ବରେ

Jitendra

ସମାଜରେ ଶିକ୍ଷା ସଚେତନତା ବାର୍ତ୍ତା ବାଣ୍ଟିବା ପାଇଁ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ପାତ୍ରଙ୍କ ସାଇକେଲ ରାଲି

ENO Beuro

1 comment

Leave a Comment