LIFESTYLE

ଯୋଗ ଓ ଧ୍ୟାନ କରିବା ଦ୍ୱାରା ଦୂରହୋଇଥାଏ କ୍ୟାନସରର ଆଶଙ୍କା! ଜାଣନ୍ତୁ ?

By ENO Beuro

February 08, 2018

କ୍ୟାନସର ଭଳି ବଡ ବେମାର ସହ ଲଢିବାକୁ ସକ୍ଷମ ହୋଇଥାଏ ‘ଯୋଗ’

ଯୋଗ କ୍ୟାନସର ଭଳି ବଡ ବେମାରସହ ଲଢିବାକୁ ଶକ୍ତି ଦେଇଥାଏ। ଆମେରିକାର ଏକ ଗବେଷଣାରୁ ଜଣାପଡିଛି ଯେ ,ଯଦି ଯୋଗକୁ ପୋଷଣ ଶିକ୍ଷାରେ ଯୋଡା ଦିଆଯାଏ ,ତେବେ କମ ବୟସରେ ହେଉଥିବା କ୍ୟାନସର ରୋଗୀଙ୍କ ସହ ଏହା  ଲଢିବାକୁ ସକ୍ଷମ ହୋଇଥାଏ।

ପାଶ୍ଚାତ୍ୟ ଦେଶମାନଙ୍କରେ ମଧ୍ୟ ଯୋଗର ଗୁରୁତ୍ୱ ବୁଝିଲେଣି, ଏବଂ ଅଧିକରୁ ଅଧିକ ଲୋକ ଯୋଗ କରିବା ପାଇଁ ପସନ୍ଦ କରୁଛନ୍ତି । ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ଯୋଗ ଓ ଧ୍ୟାନ କରିବା ଦ୍ୱାରା ଡିଏନଏରେ ପରିବର୍ତ୍ତନ ଆସି କ୍ୟାନସରର ଆଶଙ୍କା କମାଇଥାଏ ।

ଯୋଗ ଓ ଧ୍ୟାନ କରୁଥିବା ଲୋକଙ୍କ ଭିତରେ ଆବେଗ ଓ ଉଦବେଗ ସୃଷ୍ଟିକାରୀ ଜିନକୁ ସକ୍ରିୟ କରୁଥିବା ଅଣୁ ବହୁ ପରିମାଣରେ ହ୍ରାସ ପାଇଯାଏ। ଏହି ଆବେଗ, ଉଦବେଗ ଯୋଗୁଁ କ୍ୟାନସର, ବୟସ ବୃଦ୍ଧି ଓ ଦୁର୍ବଳ ମାନସିକ ଅବସ୍ଥା ଦେଖାଦିିଏ।ଏବେ ଲକ୍ଷ ଲକ୍ଷ ଲୋକ ଯୋଗ ଓ ଧ୍ୟାନ ଯୋଗୁ ଅନେକ ଲାଭ ପାଇପାରୁଛନ୍ତି ।

କିନ୍ତୁ ଯୋଗ କରୁିଥିବା ଲୋକମାନେ ନିଜେ ଜାଣିନଥିବେ କି ଯୋଗ ଦ୍ୱାରା ଅଣୁସ୍ତରରୁ ଆରମ୍ଭ କରି ଜିନରେ ମଧ୍ୟ ପରିବର୍ତ୍ତନ ହୋଇଥାଏ । ଏହାସହ ଆମକୁ ଅନେକ ଭୟଙ୍କର ରୋଗରୁ ରକ୍ଷାକରେ। ଯୋଗ କରିବା ଦ୍ଵାରା ଆମେ ଅନେକ ରୋଗରୁ ମଧ୍ୟ ମୁକ୍ତି ପାଇପାରିବା । ଏହା ଶରୀର ପ୍ରତି ବହୁତ ଲାଭଦାୟକ ଅଟେ ।

 

ପଢନ୍ତୁ ;

ଆସନ୍ତୁ ଜାଣିବା କେମିତି କଟିବ ଆଜିର ଦିନ