LIFESTYLE

ମୂଲ୍ୟବାନ ପ୍ରସାଧନ ସମାଗ୍ରୀକୁ ଛାଡନ୍ତୁ, ତ୍ଵଚାରେ ଚମକ ଆଣିବା ପାଇଁ ଯାଣନ୍ତୁ କିଛି ସହଜ ଯୋଗାସନ

ଯୋଗ ଶରୀରକୁ ସକ୍ରିୟ କରିବା ସହ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢାଏ । ଭିର୍ଣ୍ଣ ଭିର୍ଣ୍ଣ କାରଣ ପାଇଁ ଭିର୍ଣ୍ଣ ଭିର୍ଣ୍ଣ ଯୋଗ ରହିଛି । ସୁନ୍ଦର ଶରୀର ପାଇଁ ଯୋଗାସନ ତ ସମସ୍ତେ କରନ୍ତି। କିନ୍ତୁ କ’ଣ ଆପଣ ଜାଣନ୍ତି ତ୍ୱଚାରେ ଚମକ ଆଣିବା ପାଇଁ ମଧ୍ୟ ଯୋଗାସନର ରହିଛି ଅନେକ ଭୂମିକା। ବଜାରରେ ମିଳୁଥିବା ମୂଲ୍ୟବାନ ପ୍ରସାଧନ ସାମଗ୍ରୀକୁ ବିଦାୟ ଦବାର ସମୟ ଆସିଯାଇଛି । ତ୍ୱଚାରେ ଚମକ ଆଣିବା ପାଇଁ ମୂଲ୍ୟବାନ୍‌ ପ୍ରସାଧାନ ସାମଗ୍ରୀର ବ୍ୟବହାର ଛାଡ଼ନ୍ତୁ ଓ ଆପଣାନ୍ତୁ ଦୁଇଟି ସହଜ ଯୋଗାସନ ।

ପଦ୍ମାସନ:

ଯୋଗ ଆରମ୍ଭ ପଦ୍ମାସନରୁ କରାଯାଏ । ଏହି ଆସନରେ ବସିବା ଦ୍ୱାରା ଶରୀରର ବିଭିନ୍ନ ଅଙ୍ଗ ଦୃଢ଼ ହୁଏ । ସୁସ୍ଥ ଓ ଚିନ୍ତାମୁକ୍ତ ମସ୍ତିଷ୍କ ପାଇଁ ଅନେକ ଏହି ଆସନରେ ବସି ଦୀର୍ଘ ସମୟ ପ୍ରାଣାୟମ ମଧ୍ୟ କରିଥାନ୍ତି । କେବଳ ଏତିକି ନୁହେଁ, ପଦ୍ମାସନରେ ବସିଲେ ତ୍ୱଚାରେ ମଧ୍ୟ ଚମକ ଆସେ ।

ଯାଣନ୍ତୁ କେମିତି କରିବେ ପଦ୍ମାସନ:

ଆସନରେ ଗୋଡ଼ ଲମ୍ବାଇ ବସନ୍ତୁ । ବାମ ପାଖ ଗୋଡ଼କୁ ଭାଙ୍ଗି ଡାହାଣ ଜଘଂ ଉପରେ ଏବଂ ଡାହାଣ ଗୋଡ଼କୁ ବାମ ପାଖ ଜଙ୍ଘ ଉପରେ ରଖି ଦୁଇ ହାତକୁ ଚିନ୍‌ ମୁଦ୍ରାରେ ଜଘଂ ଉପରେ ରଖି ଆଖି ବନ୍ଦ କରି ୧୦ ରୁ ୧୫ ମିନିଟ୍ କିମ୍ବା ଏହା ଠାରୁ ଅଧିକ ସମୟ ବସି ରୁହନ୍ତୁ । ପ୍ରତିଦିନ ଏହି ଆସନରେ ଅଧଘଣ୍ଟା ପର୍ଯ୍ୟନ୍ତ ବସି ରୁହନ୍ତୁ । ଏହି ସମୟରେ ସାଧାରଣ ଶ୍ୱାସକ୍ରିୟା କରିପାରିବେ।

ପଦ୍ମାସନ ଯୋଗାସନ  ମୂଲ୍ୟବାନ ପ୍ରସାଧନ ସମାଗ୍ରୀକୁ ଛାଡନ୍ତୁ, ତ୍ଵଚାରେ ଚମକ ଆଣିବା ପାଇଁ ଯାଣନ୍ତୁ କିଛି ସହଜ ଯୋଗାସନ                       300x169

ଉତ୍ତାନସନ:

ଏହି ଆସନରେ ଅନେକ ଉପକାରିତା । ଏହା କରିବା ଦ୍ଵାରା ପେଟର ମେଦ କମ୍‌ କରିବା ସହ ତ୍ୱଚାରେ ମଧ୍ୟ ଚମକ ଆଣେ । ଏହି ଆସନରେ କିଛି ସମୟରହିବା ଦ୍ୱାରା ମୁହଁକୁ ସହଜରେ ରକ୍ତ ସଞ୍ଚାଳନ ହୋଇ ମୁହଁରେ ଚମକ ଆସେ ।

ଯାଣନ୍ତୁ କେମିତି କରିବେ ଉତ୍ତାନସନ:

ପ୍ରଥମେ ଭୂମିରେ ଦୁଇ ପାଦକୁ ପରସ୍ପର ଯୋଡ଼ି ସିଧା ଛିଡ଼ା ହୋଇ ରୁହନ୍ତୁ। ପରେ ଦୁଇ ହାତକୁ ଏକା ସହ ମୁଣ୍ଡ ଉପରକୁ ଉଠାଇ ଧୀରେ ଧୀରେ ଆଗକୁ ଝୁକନ୍ତୁ। ଏପରି ଝୁକିବେ ଯେପରି ମୁହଁ ଆଣ୍ଠୁକୁ ଛୁଇଁବ। ଏହା କରିବା ସମୟରେ ଆଖି ବନ୍ଦ ରଖିବେ ଓ ଦୁଇ ହାତର ପାପୁଲି ଭୂଇଁକୁ ଛୁଇଁ ରଖିବେ। ଏହିପରି ଭାବେ ଏକ ରୁ ଦୁଇ ମିନିଟ୍‌ ରହି ଧୀରେ ଧୀରେ ପୂର୍ବ ଅବସ୍ଥାକୁ ଫେରି ଆସନ୍ତୁ । ଏହି ସମୟରେ ସାଧାରଣ ଶ୍ୱାସକ୍ରିୟା କରିପାରିବେ।

ଉତ୍ତାନସନ ଯୋଗାସନ  ମୂଲ୍ୟବାନ ପ୍ରସାଧନ ସମାଗ୍ରୀକୁ ଛାଡନ୍ତୁ, ତ୍ଵଚାରେ ଚମକ ଆଣିବା ପାଇଁ ଯାଣନ୍ତୁ କିଛି ସହଜ ଯୋଗାସନ

Related posts

ଆସନ୍ତୁ ଜାଣିବା ଗର୍ଭବତୀ ସମୟରେ ମହିଳାମାନଙ୍କୁ କଣ କଣ ସାବଧାନତା ଅବଲମ୍ବନ କରିବାକୁ ପଡିଥାଏ ?

Krishna Kumar Manoj

ମୋଟା ପଣ ପାଇଁ ଚିନ୍ତିତ ଅଛନ୍ତି କି ? ଓଜନ କମାଇବାକୁ ପିଅନ୍ତୁ ଏହି ପାନୀୟ

Krishna Kumar Manoj

ଆପଣ ଚିନି ଖାଉଛନ୍ତି କି ? ଚିନି ଆପଣଙ୍କ ସ୍ୱାସ୍ଥ୍ୟପ୍ରତି କେତେ କ୍ଷତିକାରକ ଜାଣନ୍ତୁ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More