EnewsOdia.Com

ପରଲୋକରେ ଯୋଗ ଜେଜେ ମା’ ନାନମ୍ମଲ

ଚଳିତ ବର୍ଷ ‘ପଦ୍ମଶ୍ରୀ’ ସମ୍ମାନରେ ସମ୍ମାନିତ ହୋଇଥିବା ଯୋଗ ପ୍ରଶିକ୍ଷକ ଭି. ନାନମ୍ମଲଙ୍କର ପରଲୋକ ହୋଇଯାଇଛି। କିଛି ଦିନ ଧରି ସେ ଚିକିତ୍ସାଧୀନ ଥିବାବେଳେ ଗତକାଲି ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୯୯ ବର୍ଷ  ହୋଇଥିଲା। ମାସେ ତଳେ ପଡ଼ିଯିବାରୁ ସେ ଗୁରୁତର ହୋଇ ପଡ଼ିଥିଲେ। ଏହାପରେ ସେ ଶଯ୍ୟାଶାୟୀ ହୋଇଯାଇଥିଲେ ଓ ତାଙ୍କ ଚିକିତ୍ସା ଚାଲିଥିଲା ତାମିଲନାଡୁର କୋଏମ୍ୱାଟୁରରେ ରହୁଥିଲେ ନାନମ୍ମଲ। ସେ ଜଣେ ଯୋଗ ପ୍ରଶିକ୍ଷକ ଭାବରେ ସାରା ଦୁନିଆରେ ପରିଚିତ ଥିଲେ। ସେ ‘ଯୋଗ ଜେଜେ ମାଆ’ ଭାବରେ ବେଶ୍ ଜଣାଶୁଣା ଥିଲେ।

ଗତ ୫୦ ବର୍ଷରେ ସେ ୧୦ ଲକ୍ଷରୁ ଅଧିକ ପୁରୁଷ ଓ ମହିଳାଙ୍କୁ ଯୋଗ ଶିଖାଇଥିଲେ। ୬୦୦ ଯୋଗ ଗୁରୁଙ୍କୁ ସେ ତିଆରି କରି ପାରିଛନ୍ତି, ଯେଉଁମାନଙ୍କ ମଧ୍ୟରେ ତାଙ୍କ ପରିବାରର ୩୬ ଜଣ  ସଦସ୍ୟ ରହିଛନ୍ତି। ମାସେ ତଳେ ପଡ଼ି ଯାଇ ଆହତ ହେବା ପୂର୍ବରୁ ସେ ପ୍ରତ୍ୟେକ ଦିନ ଶହ ଶହ ଲୋକଙ୍କୁ ଯୋଗ ଶିକ୍ଷା ଦେଉଥିଲେ। ନାନମ୍ମଲ ୫୦ରୁ ଅଧିକ ଯୋଗାସନ ଜାଣିଥିଲେ। ଗୋଲାପୀ ଶାଢ଼ି ପିନ୍ଧି ସେ କରିଥିବା ଅନେକ ଯୋଗମୁଦ୍ରାର ଭିଡିଓ ୟୁଟ୍ୟୁବ୍‌ରେ ଉପଲବ୍ଧ ରହିଛି। କୋଏମ୍ୱାଟୁର ଗଣପତି ଅଞ୍ଚଳରେ ନାନମ୍ମଲ ଯୋଗ ଶିଖାଇବା ସହିତ ପ୍ରାକୃତିକ ଚିକିତ୍ସା ସେବା ଯୋଗାଇ ଦେବାରେ ନିଜକୁ ନିୟୋଜିତ କରିଥିଲେ।

ନାନମ୍ମଲ ୧୦ ବର୍ଷ ବୟସରୁ ତାଙ୍କ ବାପା, ଜେଜେ ବାପା ଓ ମା’ଙ୍କ ପାଖରୁ ଯୋଗ ଶିକ୍ଷା ଲାଭ କରିଥିଲେ। ଶେଷ ସମୟରେ ସେ ତାଙ୍କର ୫ ସନ୍ତାନ, ୧୨ ନାତିନାତୁଣୀ ଏବଂ ୧୧ ଜଣ ଅଣନାତିନାତୁଣୀଙ୍କ ଗହଣରେ ରହୁଥିଲେ। ସବୁଠାରୁ ଆଶ୍ଚର୍ଯ୍ୟର କଥା, ସେ ଶେଷ ପର୍ଯ୍ୟନ୍ତ ଔଷଧ ପାନେ ବି ଖାଇ ନାହାନ୍ତି। ‘ପଦ୍ମଶ୍ରୀ’ ସମ୍ମାନ ପାଇବା ପୂର୍ବରୁ  ୨୦୧୬ରେ  ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ନାନମ୍ମଲଙ୍କୁ ରାଷ୍ଟ୍ରପତି ‘ନାରୀ ଶକ୍ତି’ ପୁରସ୍କାର ପ୍ରଦାନ କରିଥିଲେ।  ସେହିପରି ୨୦୧୭ରେ କର୍ଣ୍ଣାଟକ ସରକାର ତାଙ୍କୁ ‘ଯୋଗରତ୍ନ’ ସମ୍ମାନରେ ସମ୍ମାନିତ କରିଥିଲେ।

ପଢନ୍ତୁ: ଦୁଇ ଦିନିଆ ସାଉଦି ଆରବ ଗସ୍ତରେ ପିଏମ ମୋଦି

ସମ୍ବନ୍ଧିତ ଖବର

୨୮ ତାରିଖରେ ବାତ୍ୟା ନେଇ ସୋସିଆଲ ମିଡିଆରେ ଗୁଜବ

Ratnamani Maharana

ଭୟଙ୍କର ରୂପ ନେଉଛି ବାତ୍ୟା ‘ମହା’, ଜାରି ହେଲା ରେଡ ଆଲର୍ଟ

Ratnamani Maharana

ସୋସିଆଲ ମିଡିଆ ଆକାଉଣ୍ଟରେ ଆଧାର ଲିଙ୍କ୍‌ ଆବେଦନ ସୁପ୍ରିମକୋର୍ଟରେ ଖାରଜ

Ratnamani Maharana

ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି, ଦୁର୍ଘଟଣାର ପ୍ରଥମ ୪୮ ଘଣ୍ଟା ମିଳିବ ମାଗଣା ଚିକିତ୍ସା

Ratnamani Maharana

ପୁଣି ବିବାଦରେ ଜନ୍‌ସନ୍‌ ଆଣ୍ଡ ଜନ୍‌ସନ୍‌ ବେବି ପାଉଡର

Ratnamani Maharana

ଜାମିନ ନାମଞ୍ଜୁର ହେବାପରେ ଆତ୍ମହତ୍ୟା ଧମକ ଦେଲେ ନିରବ ମୋଦି

Ratnamani Maharana