LIFESTYLE

ନିଜର ଉଚ୍ଚତା ବଢେଇବାକୁ ଚାହୁଁଛନ୍ତି କି? ତେବେ କରନ୍ତୁ ଏହି ସହଜ ଯୋଗାସନ

exer

ଉଚ୍ଚତା କମ୍‌ ଥିବା କାରଣରୁ ଅନେକ ସ୍ଥାନରେ ଲଜ୍ଜିତ ହେବାକୁ ପଡିଥାଏ । ଏହାବ୍ୟତୀତ କମ୍‌ ଉଚ୍ଚତା ବିଶିଷ୍ଟ ବ୍ୟକ୍ତି ମୋଟାପଣର ମଧ୍ୟ ଶିକାର ହୋଇଥାନ୍ତି । ସେଥିପାଇଁ ଲୋକ ବଜାରରେ ମିଳୁଥିବା ଉଚ୍ଚତା ବୃଦ୍ଧି ମେଡିସିନ୍‌ର ସାହାରା ନେଇଥାନ୍ତି । ଯାହାଦ୍ୱାରା ଏହି ମେଡିସିନ୍‌ ଶରୀର ପ୍ରତି ବହୁତ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ । କେତେକଙ୍କର ଆବଶ୍ୟକ ଉଚ୍ଚତା ନ ଥିବାରୁ ସେମାନେ ମନ ଦୁଃଖ ମଧ୍ୟ କରିଥାନ୍ତି। ଏହି ସମସ୍ୟାକୁ ଦୂର କରାଯାଇପାରିବ ବୋଲି ଯୋଗ ବିଶେଷଜ୍ଞ ଏକ ଗବେଷଣା ରିପୋର୍ଟରେ ଉଲ୍ଳେଖ କରିଛନ୍ତି।

ଯୋଗ କରିବା ଶରୀର ପାଇଁ ବେଶ ଉପକାରୀ। ଏହା ଦ୍ୱାରା ଶରୀର ସଙ୍କୁଚିତ ଓ ପ୍ରସାରିତ ହୁଏ। ଏହା ହିଁ ଶରୀରର ଉଚ୍ଚତା ବୃଦ୍ଧି କରିବାରେ ସହାୟକ ହୋଇଥାଏ। ତେବେ ଏଥିପାଇଁ କେତେକ ବିଶେଷ ଯୋଗ ଉପରେ ରିପୋର୍ଟରେ ସୂଚିତ କରାଯାଇଛି।

exer

ସୁଖାସନ ଉଚ୍ଚତା ବଢ଼ାଇବାରେ ବେଶ୍‌ ସହାୟକ ହୁଏ। ପ୍ରଥମେ ଚଟାଣ ଉପରେ ପଦ୍ମାସନରେ ବସି ଦୁଇହାତ ଆଣ୍ଠୁ ଉପରେ ଶ୍ୱାସକ୍ରିୟା ଉପରେ ନିୟନ୍ତ୍ରଣ କରି ମେରୁଦଣ୍ଡ ସିଧା କରି ବସିଲେ ମିଳେ ଉପକାର। ଏହାପରେ ଦୀର୍ଘ ପ୍ରଶ୍ୱାସ ନେଇ ନିଶ୍ୱାସ ଛାଡ଼ିବାକୁ ପଡ଼ିଥାଏ। ପ୍ରଶ୍ୱାସ ନେବା ସମୟରେ କାନ୍ଧ ଉପରକୁ ଉଠିବା ସହ ନିଶ୍ୱାସ ଛାଡ଼ିବା ସମୟରେ କାନ୍ଧ ତଳକୁ ଯାଇଥାଏ।ଏପରି ୬ ରୁ ୭ ଥର କଲେ ମିଳେ ସୁଫଳ। ଏହାଦ୍ୱାରା ଶରୀର କିଛିମାତ୍ରାରେ ଷ୍ଟେଚିଂ ହେଉଥିବା ହେତୁ ଶରୀରର ଉଚ୍ଚତା ବୃଦ୍ଧି ପାଏ।

ସେହିପରି ତ୍ରିକୋଣାସନ ମଧ୍ୟ ଉଚ୍ଚତା ବୃଦ୍ଧିରେ ହୋଇଥାଏ ସହାୟକ। ଏହି ଆସନ କରିବା ସମୟରେ ତ୍ରିଭୁଜ ପରି ତିନି କୋଣ ସୃଷ୍ଟି ହୁଏ। ଏହି ଆସନ ଉଚ୍ଚତା ବଢ଼ାଇବା ସହିତ ଶରୀରର ଭାରସାମ୍ୟ ରକ୍ଷା କରେ ଓ ଶରୀରକୁ ଫିଟ୍‌ ରଖେ। ଏହା ଦୁଃଶ୍ଚିନ୍ତାକୁ ମଧ୍ୟ ଦୂର କରେ। ଏସବୁ ଆସନ ନିୟମିତ କଲେ ଶରୀରର ଉଚ୍ଚତା ଧୀରେ ଧୀରେ ବଢ଼ିଥାଏ ବୋଲି ଯୋଗ ବିଶେଷଜ୍ଞଙ୍କ ମତ।

ପଢନ୍ତୁ; ଅଷ୍ଟ୍ରେଲିଆନ ଓପନ: ଫାଇନାଲରେ ଓସାକା-କ୍ୱିଟୋଭା

Related posts

ଉଦର ସମ୍ବନ୍ଧୀୟ ରୋଗରୁ ମୁକ୍ତି ଓ ରୋଗ ପ୍ରତିଶୋଧକ ଶକ୍ତି ବୃଦ୍ଧି କରେ ଚକୋଲେଟ

ENO Beuro

ଆପଣ ଜାଣନ୍ତି କି ? ଗର୍ଭାବସ୍ଥାରେ ମୋବାଇଲ ଫୋନ୍ ବ୍ୟବହାର କରିବା ଅତ୍ୟନ୍ତ ବିପଦଜନକ । ଜାଣନ୍ତୁ ଏହାର କାରଣ

ENO Beuro

ପେଟ ବଢିବାକୁ ନେଇ ଚିନ୍ତିତ ଅଛନ୍ତି କି ? ତେବେ ପ୍ରତିଦିନ ପିଅନ୍ତୁ ଏହି ଜୁସ

ENO Beuro

Leave a Comment