LIFESTYLE

କୋଷ୍ଠକାଠିନ୍ୟ ସମସ୍ୟା ପାଇଁ ଚିନ୍ତିତ ଅଛନ୍ତି କି? ଏଥିରୁ ମୁକ୍ତି ପାଇବାକୁ କରନ୍ତୁ ଏହି ଆସନ

ଖାଦ୍ୟ ଶୃଙ୍ଖଳରେ ଅନିୟମିତତା ଓ ପର୍ୟ୍ୟାପ୍ତ ପରିମାଣରେ ପାଣି ନ ପିଇଲେ କୋଷ୍ଠକାଠିନ୍ୟ ସମସ୍ୟା ଦେଖା ଦେଇଥାଏ। କେବଳ ବୟସ୍କ ଲୋକମାନେ ନୁହଁ ଯୁବପିଢୀ ମଧ୍ୟ କୋଷ୍ଠକାଠିନ୍ୟ ସମସ୍ୟାର ଶିକାର ହେଉଛନ୍ତି। ଆପଣ ଯୋଗ ସାହାଯ୍ୟରେ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ।

ଆସନ୍ତୁ ଜାଣିବା ଏହି ଆସନ ସମ୍ପର୍କରେ-

ଏହି  ଆସନର ନାମ ହେଲା ଉତ୍ତାନପାଦ ଆସନ। ଏହି ଆସନକୁ କରିବା ସମୟରେ ପାଦକୁ ଏତେ ଜୋରରେ ଟଣାଯାଏ ଯେ ତାହା ପେଟର ତଳ ଅଂଶ ଓ ନାଭି ପର୍ଯ୍ୟନ୍ତ ଆସେ । ଏହି କାରେଣ ଯୋଗୁଁ ଏହି ଆସନ ପେଟ ପାଇଁ ବହୁତ ଲାଭଦାୟକ।

ପ୍ରଥମେ ସିଧା ଶୋଇ ଯାଆନ୍ତୁ ଓ ଗଭୀର ନିଶ୍ୱାସ ନିଅନ୍ତୁ ।ତାପରେ ଦୁଇ ପାଦକୁ ଖୋଲା କରି ୪୦ରୁ୬୦ ଡିଗ୍ରୀ ପର୍ଯ୍ୟନ୍ତ ସିଧା ଉଠାନ୍ତୁ । ଏହି ଆସନ କରିବା ସମୟରେ ଧ୍ୟାନ ରଖନ୍ତୁ ଆପଣଙ୍କ ମୁଦ୍ରା ସିଧା ହେବା ଦରକାର।

ଦୁଇ ପାଦକୁ ଉପରକୁ ଉଠାଇଲାବେଳେ ନିଶ୍ୱାସ ନିଅନ୍ତୁ ଓ ଯେତେବେଳେ ପାଦକୁ ତଳକୁ ଆଣୁଛନ୍ତି ଧୀରେ ଧୀରେ ନିଶ୍ୱାସ ଛାଡନ୍ତୁ । ଏହା କରିବା ସମୟରେ ଚେହେରାରେ କୌଣସି ପ୍ରକାରର ବିଷାଦ ରହିବା ଉଚିତ ନୁହଁ।

ଏହି ଆସନ କରିବା ଦ୍ଵାରା ପେଟ ସମସ୍ୟା ଦୂରହୋଇଥାଏ। ଏହି ଆସନ କରିବା ଦ୍ୱାରା ଗ୍ୟାସ, ଅମ୍ଳ, ବଦହଜମି, ପେଟ ବ୍ୟଥା ଆଦି ରୋଗରୁ ରକ୍ଷା ମିଳେ । ଏହାସହ ଆଣ ଯଦି ଓଜନ ହ୍ରାସ କରିବା ପାଇଁ ଚାହୁଁଛନ୍ତି ତେବେ ଏହି ଆସନ ମଧ୍ୟ ବହୁତ ଲାଭଦାୟକ ହେବ ଶରୀର ପାଇଁ।

କୋଷ୍ଠକାଠିନ୍ୟ ସମସ୍ୟା ପାଇଁ ଚିନ୍ତିତ ଅଛନ୍ତି କି? ଏଥିରୁ ମୁକ୍ତି ପାଇବାକୁ କରନ୍ତୁ ଏହି ଆସନ yoga

ପଢନ୍ତୁ;

ଏହି ସବୁ ଖାଦ୍ୟ ଆପଣଙ୍କ ଓଜନକୁ ବୃଦ୍ଧି କରେ ଓ ବୟସ୍କ ଦିଶିବାର କାରଣ ବନିଥାଏ

Related posts

ଆସନ୍ତୁ ଜାଣିବା ଘରେ କିପରି ପ୍ରସ୍ତୁତ କରିବେ ହେୟାର ଅଏଲ

ENO Beuro

ଅତ୍ୟଧିକ ଟମାଟୋ ଖାଇବା ଦ୍ଵାରା ଶରୀର ଉପରେ କି ପ୍ରଭାବ ପକାଇ ଥାଏ ଜାଣନ୍ତୁ ?

ENO Beuro

ମୁହ୍ନରେ ବ୍ରଣ ସମସ୍ୟା ଦୂର କରିଥାଏ ଭୃଷଙ୍ଗ ପତ୍ରର ପେଷ୍ଟ ! ଜାଣନ୍ତୁ ଏହାର ଫାଇଦା ସମ୍ପର୍କରେ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More