ଆଜିଠୁ ଜୁନ ୬ ଯାଏଁ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
Loading...
ଅବସରପ୍ରାପ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ପୁଣି କରିବେ ଚାକିରି। ଏହି ସୁଯୋଗ ଆଣିଛନ୍ତି ଉତ୍ତର ପ୍ରଦେଶର ଯୋଗୀ ସରକାର। ରାଜ୍ୟର ଅବସରପ୍ରାପ୍ତ ଶିକ୍ଷକମାନଙ୍କୁ ବିଭିନ୍ନ ବିଦ୍ୟାଳୟରେ ମେଣ୍ଟର ରୂପେ ନିଯୁକ୍ତ କରାଯିବ।
ଅବସରପ୍ରାପ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ପୁଣି କରିବେ ଚାକିରି। ଏହି ସୁଯୋଗ ଆଣିଛନ୍ତି ଉତ୍ତର ପ୍ରଦେଶର ଯୋଗୀ ସରକାର। ରାଜ୍ୟର ଅବସରପ୍ରାପ୍ତ ଶିକ୍ଷକମାନଙ୍କୁ ବିଭିନ୍ନ ବିଦ୍ୟାଳୟରେ ମେଣ୍ଟର ରୂପେ ନିଯୁକ୍ତ କରାଯିବ। ଏହି ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କୁ ମାସିକିଆ ଭତ୍ତା ମଧ୍ୟ ମିଳିବ। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ଅବସରପ୍ରାପ୍ତ ସରକାରୀ ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କୁ ଏହି ଉପହାର ଭେଟି ଦେଇଛନ୍ତି। ଯୋଗୀ ସରକାର କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ସମେତ ବିଭିନ୍ନ ସରକାରୀ ସ୍କୁଲରେ ଅବସରପ୍ରାପ୍ତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ପୁନଃ ନିଯୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମୌଳିକ ଶିକ୍ଷା ପ୍ରମୁଖ ସଚିବ ଦୀପକ କୁମାର ଏ ନେଇ ଆଦେଶ ଜାରି କରିଛନ୍ତି। ଆଦେଶ ମୁତାବକ, ଯେଉଁ ସରକାରୀ ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ବିଦ୍ୟାଳୟ ଗୁଡ଼ିକରେ ପୁଣିଥରେ ନିଯୁକ୍ତ ହେବା ପାଇଁ ଇଚ୍ଛୁକ ଅଛନ୍ତି, ସେହି ଶିକ୍ଷକ ମାନଙ୍କୁ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ।
ଅବସରପ୍ରାପ୍ତ ଶିକ୍ଷକମାନଙ୍କ ପାଇଁ ଯୋଗୀ ସରକାରଙ୍କର ଏହି ଯୋଜନା ବିଷୟରେ ମୌଳିକ ଶିକ୍ଷା ସଚିବ ବିଜୟ କୁମାର ଆନନ୍ଦ କହିଛନ୍ତି, ସଂରକ୍ଷକ ରୂପେ ସହକର୍ମୀଙ୍କ ଶିକ୍ଷା ସୁନିଶ୍ଚିତ କରିବା, ଅନ୍ତର୍ନିହିତ ପ୍ରେରଣା ପ୍ରଦାନ ତଥା ଶ୍ରେଣୀ ଗୃହଗୁଡ଼ିକୁ ଛାତ୍ର କୈନ୍ଦ୍ରିତ କରିବାର ଆବଶ୍ୟକ ରହିଛି। ଏହାଦ୍ୱାରା ଛାତ୍ରଛାତ୍ରୀମାନଙ୍କ ଶିକ୍ଷାଲାଭ ସ୍ତରରେ ସୁଧାର ଆସି ପାରିବ। ଏହି ପଦକ୍ଷେପ ଦ୍ୱାରା ଅନେକ କିଛି ଲାଭ ମିଳି ପାରିବ, ଯେଉଁଥିରେ ପ୍ରଶିକ୍ଷିତ ଶିକ୍ଷକ ବା ଶିକ୍ଷକ ଅଭାବକୁ ସାମ୍ନା କରୁଥିବା ବିଦ୍ୟାଳୟ ଗୁଡ଼ିକରେ ଅବସରପ୍ରାପ୍ତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତ କରାଯାଇ ପାରିବ।
ଶିକ୍ଷା ଅଧିକାରୀମାନଙ୍କ କହିବା ହେଲା, ଏହା ବହୁତ କମ୍ ଖର୍ଚ୍ଚ ଥିବା ସ୍କୁଲରେ ମେଣ୍ଟରିଙ୍ଗ୍ର ଧାରଣାକୁ ପ୍ରୋତ୍ସାହିତ କରିବ। ଆଦେଶ ଅନୁସାରେ, ୭୦ରୁ କମ୍ ବର୍ଷ ବୟସର ଶିକ୍ଷକ, ଶିକ୍ଷୟିତ୍ରୀମାନେ କାଉନସେଲିଂ ପାଇଁ ଯୋଗ୍ୟ ବିବେଚିତ ହେବେ ଏବଂ ସେମାନଙ୍କ କାର୍ଯ୍ୟକାଳ ୧ ବର୍ଷ ରହିବ। ମନୋନୀତ ପ୍ରତ୍ୟେକ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ଚୁକ୍ତି ନବୀକୃତ ହେବା ପୂର୍ବରୁ ୧ ବର୍ଷ ପରେ ତାଙ୍କ ପ୍ରଦର୍ଶନର ମୂଲ୍ୟାଙ୍କନ ହେବ।
କହି ରଖୁଛୁ ଯେ ମନୋନୟନରେ ସେହି ଶିକ୍ଷକମାନଙ୍କୁ ପ୍ରାଥମିକତା ଦିଆଯିବ, ଯେଉଁମାନେ ରାଜ୍ୟ ବା ଜାତୀୟ ସ୍ତରର ବିଜେତା ରହି ସାରିଥିବେ। ଏଥି ସହିତ ସେମାନଙ୍କ ପାଖରେ ସହକାରୀ ଶିକ୍ଷକ ନଚେତ୍ ହେଡ୍ ଟିଚର ଭାବରେ ଅତି କମ୍ରେ ୫ ବର୍ଷର ଅଭିଜ୍ଞତା ଥିବ। ମନୋନୀତ ଶିକ୍ଷକମାନଙ୍କୁ ୨,୫୦୦ ଟଙ୍କା ମାସିକ ଭତ୍ତା ପ୍ରଦାନ କରାଯିବ। ପ୍ରତ୍ୟେକ ଶିକ୍ଷକଙ୍କୁ ‘ପ୍ରେରଣା’ ଆପ୍ ଜରିଆରେ ଅତି କମ୍ରେ ୩୦ଟି ବିଦ୍ୟାଳୟର ଅନଲାଇନ ସର୍ପୋଟିଭ୍ ସୁପରଭିଜନ କରିବାକୁ ହେବ। ମା’, ବାପା ଏବଂ ଛାତ୍ରଛାତ୍ରୀମାନଙ୍କୁ Diksha and Read Along app ବ୍ୟବହାର କରିବା ପାଇଁ ପ୍ରୋତ୍ସାହିତ କରିବାକୁ ପଡ଼ିବ। ଏହି ଶିକ୍ଷକ, ଶିକ୍ଷୟିତ୍ରୀମାନେ ସ୍କୁଲର ଆକ୍ଟିଭିଟିଜ୍ ଯେପରି ଆସେମ୍ବ୍ଲି, ଖେଳକୁଦକୁ ମଧ୍ୟ ନିରୀକ୍ଷଣ କରିବେ ଏବଂ ବିଦ୍ୟାଳୟରେ ମଡେଲ ଟିଚିଙ୍ଗ୍ ପ୍ରଦର୍ଶନ କରିବେ। ୟୁପି ସରକାରଙ୍କର ଏହି ଯୋଜନା ଅବସରପ୍ରାପ୍ତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ଦ୍ୱାରା ବେଶ୍ ଆଦୃତ ହେବ ବୋଲି ଆଶା ରଖାଯାଇଛି।
Shakespeare, in the beautiful garden, among the party. Some of the hall: in fact she was ever to.
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
ବରଯାତ୍ରୀ ସହ ବାଜା, ରୋଷଣି ନେଇ ବର ବେଶରେ ବାହାରିବେ ମହାପ୍ରଭୁ। କେଦାରଗୌରୀ ମନ୍ଦିରରେ ମା’ ପାର୍ବତୀଙ୍କ ସହ ପ୍ରଭୁ ଲିଙ୍ଗରାଜଙ୍କ ହାତଗଣ୍ଠି ପଡ଼ିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।
ପଞ୍ଚମ ଆଇପିଏଲ୍ ଟ୍ରଫିଠାରୁ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଆଉ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି। ଗୁଜରାଟ ଟାଇଟନ୍ସକୁ ୧୫ ରନ୍ରେ ପରାସ୍ତ କରି ଚେନ୍ନାଇ ସୁପର୍ କିଙ୍ଗ୍ସ ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିଛି ଧୋନୀ ବାହିନୀ।