POLITICALS

ବିଜେପି ଛାଡ଼ିଲେ ପୂର୍ବତନ ଅର୍ଥମନ୍ତ୍ରୀ ଯଶଓ୍ଵନ୍ତ ସିହ୍ନା!

ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ଏନ୍‌ଡିଏ ସରକାରଙ୍କ ସମୟରେ ବାଣିଜ୍ୟ ଓ ପ୍ରତିରକ୍ଷା ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଥିବା ଯଶଓ୍ବନ୍ତ ସିହ୍ନା ଭାଜପା ଛାଡିଥିବା ଶନିବାର ଘୋଷଣା କରିଛନ୍ତି। ଏହାସହ ସେ ଦଳଗତ ରାଜନୀତିରୁ ମଧ୍ୟ ସନ୍ୟାସ ନେଇଥିବା କହିଛନ୍ତି। ବିଗତ ୪ ବର୍ଷ ହେବ ଯଶଓ୍ବନ୍ତ ଭାଜପା ଅଧ୍ୟକ୍ଷ ଅମିତ ଶାହ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିରୋଧ କରି ଆସୁଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଜଣେ ଦୃଢ଼ ସମାଲୋଚକ ଭାବେ ଜଣାଶୁଣା ୨୦୧୬ ମସିହାରେ ମୋଦି ସରକାର ନେଇଥିବା ବିମୁଦ୍ରାୟନ ଭଳି ଅର୍ଥନୈତିକ ନିଷ୍ପତ୍ତିକୁ ସେ କଠୋର ସମାଲୋଚନା କରି ଏହି ପଦକ୍ଷେପ ଦେଶର ଅର୍ଥନୀତିକୁ ଦୁର୍ବଳ କରିଦେବ ବୋଲି ସେ ମତ ରଖିଥିଲେ।

ଦଳୀୟ ରାଜନୀତିରୁ ସନ୍ୟାସ ନେଇ ସେ ବିଜେପି ସହ ସମସ୍ତ ସଂପର୍କ ଛିନ୍ନ କରୁଛନ୍ତି ବୋଲି ସିହ୍ନା କରିଥିଲେ। ଏହି ସଭାରେ କଂଗ୍ରେସ ସମେତ ଅନେକ ଦଳର ନେତା ମଧ୍ୟ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ କି, ଗତ ଜାନୁଆରିରେ ଯଶଓ୍ଵନ୍ତ ସିହ୍ନା ରାଷ୍ଟ୍ରମଞ୍ଚ ନାମରେ ଏକ ରାଜନୈତିକ ମଞ୍ଚ ଗଠନ କରଇଥିଲେ। ଏହି ମଞ୍ଚରେ ଆଉ ଜଣେ ମୋଦି ସମାଲୋଚକ ଅଭିନେତା ଶତୃଘ୍ନ ସିହ୍ନା ମଧ୍ୟ ଯୋଗ ଦେଇଛନ୍ତି।

ପଢନ୍ତୁ; କେନ୍ଦ୍ରାପଡା ରାଜନଗର: ନଦୀରେ ଗାଧୋଇଲା ବେଳେ ବାଳକକୁ ଟାଣି ନେଲା କୁମ୍ଭୀର!

Related posts

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ହେଲେ ଅଶୋକ ଗେହଲଟ୍‌

ENO Beuro

ଏକ୍‌ଜିଟ୍‌ ପୋଲ୍‌: ଓଡିଶାରେ ବିଜେଡ଼ିକୁ ମିଳିବ ଅଧିକ ସିଟ

Ratnamani Moharana

ଚାଷୀଙ୍କ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ମିଳୁ ନାହିଁ : ବିଜେଡି ପକ୍ଷରୁ ପ୍ରତିବାଦ

ENO Beuro

1 comment

Leave a Comment