News

୧୯୯୦ରେ ଆସିଥିବା ଗାଇଡ଼ଲାଇନ୍‌ ଅନୁସାରେ ଏବେ ଅନ୍ୟକୁ ଦେଇ ପାରିବେ ନିଜ ରେଳ ଟିକେଟ୍‌

ନିଜ ରେଳ ଟିକିଟ୍‌ ଅନ୍ୟ କାହାକୁ ହସ୍ତାନ୍ତର କରି ପାରିବେ

କନ୍‌ଫର୍ମ ହୋଇଥିବା ରେଳ ଟିକେଟ୍‌ରେ ଯାତ୍ରା କରୁ ନାହାଁନ୍ତି ସେଥିପାଇଁ ଆଉ ଚିନ୍ତିତ ହେବାକୁ ପଡ଼ିବ ନାହିଁ । ଜଣେ ଯାତ୍ରୀ ଉକ୍ତ ଟିକେଟ୍‌କୁ ଅନ୍ୟକୁ ଅର୍ଥାତ ପରିବାର ସଦସ୍ୟଙ୍କୁ ଦେଇ ପାରିବ । ଏଥିପାଇଁ ପ୍ରାୟ କେତେକ ପ୍ଲାର୍ଟଫର୍ମରେ ଯାତ୍ରୀଙ୍କ ଅବଗତି ନିମନ୍ତେ ସୂଚନା ଦିଆଯାଇଛି । ୧୯୯୦ରେ ଆସିଥିବା ଗାଇଡ଼ଲାଇନ୍‌କୁ ୧୯୯୭ ଓ ୨୦୦୨ରେ ସଂଶୋଧନ କରାଯିବା ଦ୍ୱାରା ଏହି ସମସ୍ୟା ଦୂର ହୋଇଛି। ନିଜ କନ୍‌ଫର୍ମ ଟିକିଟ୍‌କୁ ପରିବାର ଯେ କୌଣସି ସଦସ୍ୟଙ୍କୁ ଦେଇ ପାରିବେ। ସେ ବାପା, ମାଆ, ଭାଇଭଉଣୀ, ପିଲାଛୁଆ କି, ପତିପତ୍ନୀ ହୁଅନ୍ତୁ।

ଏଥିପାଇଁ କେତୋଟି ନିୟମକୁ ମଧ୍ୟ ପାଳନ କରିବାକୁ ପଡ଼ିବ । ଯଦି ଜଣେ ବ୍ୟକ୍ତି ନିଜ ଟିକେଟ୍‌ରେ ଯାତ୍ରା କରିପାରୁ ନାହାଁନ୍ତି ତାହା ହେଲେ ସେ ନିଜର ଟିକେଟ୍‌ ପରିବାର ଲୋକଙ୍କୁ ଦେଇପାରିବେ । ଏଥିପାଇଁ ଟ୍ରେନ୍‌ ଛାଡ଼ିବାର ୨୪ ଘଣ୍ଟା ପୂର୍ବରୁ ଆବେଦନ କରିବାକୁ ପଡ଼ିବ । ନିୟମ ମୁତାବକ ଟିକେଟ୍‌ ଅନ୍ୟ ସରକାରୀ କର୍ମଚାରୀଙ୍କୁ ଦେଇ ହେବ । ଯିଏ କି ଡ୍ୟୁଟିରେ ଯିବାକୁ ଚାହୁଁଥିବେ।

କେଉଁ କାରଣରୁ ଯଦି ଆପଣ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଇ ନ ପାରନ୍ତି ତେବେ ସେହି ଟିକେଟ୍‌କୁ ଅନ୍ୟକୁ ଦେଇ ହେବ । ଯିଏ ସେହି ବିବାହରେ ଯୋଗ ଦେବାକୁ ଚାହୁଁଥିବ । ଏଥିପାଇଁ ସେହି ବିବାହରେ ଯିବାକୁ ଥିବା ମୁଖ୍ୟ ବ୍ୟକ୍ତି ୨୪ ଘଣ୍ଟା ପୂର୍ବରୁ ଏହି ଆବେଦନ କରି ପାରିବେ।

ପଢନ୍ତୁ;

ଶାସ୍ତ୍ର ଅନୁଯାୟୀ ଏହି କଥା ମାନିଲେ ଆପଣଙ୍କୁ ନିଶ୍ଚିନ୍ତ ମିଳିବ ସଫଳତା !

Related posts

ମହାରାଷ୍ଟ୍ରର କୋହ୍ଲାପୁରସ୍ଥିତ ଶିବାଜୀ ପୋଲ ଉପରେ ବସ୍‌ ଦୁର୍ଘଟଣା ! ୧୩ ଜଣଙ୍କ ମୃତ , ୩ ଗୁରୁତର

ENO Beuro

ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଯିବା ବେଳେ ସ୍ଵାମୀ ଅଗ୍ନିବେଶଙ୍କ ଉପରକୁ ଆକ୍ରମଣ

ENO Beuro

କୋହଲିଙ୍କୁ ନାସୀରୁଦ୍ଦିନଙ୍କ ସମାଲୋଚନା

ENO Beuro

1 comment

Leave a Comment